ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା

Suryakanta Picture
Published On

ଓଡ଼ିଶାରେ ଏଲପିଜି ଗ୍ୟାସ ସଙ୍କଟ ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ଯୁଦ୍ଧରେ ସାମୟିକ ବିରତି ଦେଖାଦେଇଥିଲେ ମଧ୍ୟ, ରାଜ୍ୟରେ ଗ୍ୟାସ ସିଲିଣ୍ଡର ସମସ୍ୟା ଦୂର ହୋଇପାରିନାହିଁ। ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗ୍ୟାସ ଏଜେନ୍ସି ଏବଂ ଗୋଦାମ ଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଘରୋଇ ତଥା ବ୍ୟବସାୟିକ ଉପଭୋକ୍ତାମାନେ ଗ୍ୟାସ ପାଇଁ ହନ୍ତସନ୍ତ ହେଉଥିବା ବେଳେ ସେମାନଙ୍କର ଯନ୍ତ୍ରଣା ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି

ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଗ୍ୟାସ ଅଭାବ ଯୋଗୁଁ ଛାତ୍ରଛାତ୍ରୀ, ଶ୍ରମିକ ଏବଂ ଛୋଟ ହୋଟେଲ ଓ ଚା' ଦୋକାନୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଯାଜପୁର ଭଳି ଅଞ୍ଚଳରେ ଗ୍ୟାସ ନମିଳିବାରୁ ଅନେକ ଛୋଟ ଦୋକାନ ବନ୍ଦ ରହିଛି। ସ୍ଥିତି ଏପରି ହୋଇଛି ଯେ, ବ୍ରହ୍ମପୁରର ଅନେକ ଅଞ୍ଚଳରେ ଲୋକେ ବାଧ୍ୟ ହୋଇ ପୁଣିଥରେ ପାରମ୍ପରିକ କାଠ ଚୁଲି ବା ମାଟି ଚୁଲିର ବ୍ୟବହାର ଆରମ୍ଭ କଲେଣି। ନିଜର ଦୈନନ୍ଦିନ କାମଦାମ ଛାଡ଼ି ଲୋକେ ଭୋର ସମୟରୁ ଗ୍ୟାସ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।

ଆହୁରି ପଢ଼ନ୍ତୁ: ମେଟ୍ରୋ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

ଇ-କେୱାଇସି ଏବଂ ୫ କେଜି ସିଲିଣ୍ଡରକୁ ନେଇ ଦ୍ୱନ୍ଦ୍ୱ

ଗ୍ୟାସ ସଙ୍କଟ ମଧ୍ୟରେ ଇ-କେୱାଇସି (E-KYC) ପ୍ରକ୍ରିୟା ଏବଂ କଳାବଜାରୀ ଲୋକଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି। ତେବେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କେଜି ସିଲିଣ୍ଡର ଉପରେ କୌଣସି କଟକଣା ଲଗାଯାଇନାହିଁ। ଉପଯୁକ୍ତ ପରିଚୟ ପତ୍ର ଦେଖାଇ ଗ୍ରାହକମାନେ ଏହାକୁ କିଣିପାରିବେ। କଳାବଜାରୀ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇଗୁଣା ହେଲା ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ

ଉଗ୍ର ରୂପ ନେଉଛି ଜନ ଅସନ୍ତୋଷ

ସରକାରଙ୍କ ପକ୍ଷରୁ ରାଜ୍ୟରେ ପର୍ଯ୍ୟାପ୍ତ ଗ୍ୟାସ ମହଜୁଦ ଥିବା ନେଇ ଦାବି କରାଯାଉଥିଲେ ସୁଦ୍ଧା, ଗ୍ରାଉଣ୍ଡ ଜିରୋରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଅନେକ ସ୍ଥାନରେ ହୋମ ଡେଲିଭରି ବ୍ୟବସ୍ଥା ଠପ୍ ହୋଇଯାଇଥିବା ବେଳେ ବୁକିଂ ନମ୍ବର କାମ କରୁନାହିଁ କିମ୍ବା ସୁଇଚ୍ ଅଫ୍ ରହୁଛି। ଗ୍ୟାସ ନମିଳିବା କାରଣରୁ ଅନେକ ସ୍ଥାନରେ ଖାଉଟିମାନେ ରାସ୍ତା ଉପରେ ଖାଲି ସିଲିଣ୍ଡର ରଖି ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ଏହି ସମସ୍ୟାର କେବେ ଅନ୍ତ ଘଟିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି।

10 Apr 2026 By Suryakanta

ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା

ଓଡ଼ିଶାରେ ଏଲପିଜି ଗ୍ୟାସ ସଙ୍କଟ ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ଯୁଦ୍ଧରେ ସାମୟିକ ବିରତି ଦେଖାଦେଇଥିଲେ ମଧ୍ୟ, ରାଜ୍ୟରେ ଗ୍ୟାସ ସିଲିଣ୍ଡର ସମସ୍ୟା ଦୂର ହୋଇପାରିନାହିଁ। ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗ୍ୟାସ ଏଜେନ୍ସି ଏବଂ ଗୋଦାମ ଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଘରୋଇ ତଥା ବ୍ୟବସାୟିକ ଉପଭୋକ୍ତାମାନେ ଗ୍ୟାସ ପାଇଁ ହନ୍ତସନ୍ତ ହେଉଥିବା ବେଳେ ସେମାନଙ୍କର ଯନ୍ତ୍ରଣା ବଢ଼ିବାରେ ଲାଗିଛି।

ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଗ୍ୟାସ ଅଭାବ ଯୋଗୁଁ ଛାତ୍ରଛାତ୍ରୀ, ଶ୍ରମିକ ଏବଂ ଛୋଟ ହୋଟେଲ ଓ ଚା' ଦୋକାନୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଯାଜପୁର ଭଳି ଅଞ୍ଚଳରେ ଗ୍ୟାସ ନମିଳିବାରୁ ଅନେକ ଛୋଟ ଦୋକାନ ବନ୍ଦ ରହିଛି। ସ୍ଥିତି ଏପରି ହୋଇଛି ଯେ, ବ୍ରହ୍ମପୁରର ଅନେକ ଅଞ୍ଚଳରେ ଲୋକେ ବାଧ୍ୟ ହୋଇ ପୁଣିଥରେ ପାରମ୍ପରିକ କାଠ ଚୁଲି ବା ମାଟି ଚୁଲିର ବ୍ୟବହାର ଆରମ୍ଭ କଲେଣି। ନିଜର ଦୈନନ୍ଦିନ କାମଦାମ ଛାଡ଼ି ଲୋକେ ଭୋର ସମୟରୁ ଗ୍ୟାସ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।

ଇ-କେୱାଇସି ଏବଂ ୫ କେଜି ସିଲିଣ୍ଡରକୁ ନେଇ ଦ୍ୱନ୍ଦ୍ୱ

ଗ୍ୟାସ ସଙ୍କଟ ମଧ୍ୟରେ ଇ-କେୱାଇସି (E-KYC) ପ୍ରକ୍ରିୟା ଏବଂ କଳାବଜାରୀ ଲୋକଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି। ତେବେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କେଜି ସିଲିଣ୍ଡର ଉପରେ କୌଣସି କଟକଣା ଲଗାଯାଇନାହିଁ। ଉପଯୁକ୍ତ ପରିଚୟ ପତ୍ର ଦେଖାଇ ଗ୍ରାହକମାନେ ଏହାକୁ କିଣିପାରିବେ। କଳାବଜାରୀ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

ଉଗ୍ର ରୂପ ନେଉଛି ଜନ ଅସନ୍ତୋଷ

ସରକାରଙ୍କ ପକ୍ଷରୁ ରାଜ୍ୟରେ ପର୍ଯ୍ୟାପ୍ତ ଗ୍ୟାସ ମହଜୁଦ ଥିବା ନେଇ ଦାବି କରାଯାଉଥିଲେ ସୁଦ୍ଧା, ଗ୍ରାଉଣ୍ଡ ଜିରୋରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଅନେକ ସ୍ଥାନରେ ହୋମ ଡେଲିଭରି ବ୍ୟବସ୍ଥା ଠପ୍ ହୋଇଯାଇଥିବା ବେଳେ ବୁକିଂ ନମ୍ବର କାମ କରୁନାହିଁ କିମ୍ବା ସୁଇଚ୍ ଅଫ୍ ରହୁଛି। ଗ୍ୟାସ ନମିଳିବା କାରଣରୁ ଅନେକ ସ୍ଥାନରେ ଖାଉଟିମାନେ ରାସ୍ତା ଉପରେ ଖାଲି ସିଲିଣ୍ଡର ରଖି ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ଏହି ସମସ୍ୟାର କେବେ ଅନ୍ତ ଘଟିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର