ଆଗାମୀ ୨୪ ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Madhusudan Das Picture
Published On

ଭୁବନେଶ୍ୱର: ଘୁର୍ଣ୍ଣିବଳୟ  ଓ ଟ୍ରପ ଲାଇନ ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। ତେବେ ସକାଳ ସମୟରେ  ଖରା ଏବଂ ସନ୍ଧ୍ୟାରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଂଟାରେ  ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଏହି ୫  ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଓ  କୁଆପଥର ବର୍ଷା ସମ୍ଭାବନା ଥିବା ବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି  ସବୁ ଜିଲ୍ଲାରେ 60 ରୁ 70 କିମି ଝଡ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୫ ଜିଲ୍ଲା ପରେ ଅବଶିଷ୍ଟ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ୩୦ ରୁ ୫୦ କିମି ଝଟକା ପବନ ବର୍ଷା ସମ୍ଭାବନା ଥିବା ବେଳେ କଟକ ଖୋର୍ଦ୍ଧା ଓ ନୟାଗଡ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

ସେହିପରି ଆସନ୍ତାକାଲି ବର୍ଷାର ପ୍ରଭାବ କମିବା ସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ଓ କେନ୍ଦୁଝର ଏହି ୧୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମାଧ୍ୟମ ଧରଣର ବର୍ଷା ଏବଂ ୩୦ ରୁ ୫୦ କିମି ପବନ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ୧୦ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ବେଳେ ପୁଣି ୧୨ ରୁ ପାଗରେ ପରିବର୍ତନ ସହ ୪ ରୁ ୬ ଡିଗ୍ରୀ ତାପମାତ୍ରା ବଢିପାରେ । ଏହି ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳୁ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ବୃଦ୍ଧି ସହ ୧୧ ଜିଲ୍ଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। 

ଆହୁରି ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ

ସେପଟେ ସମୁଦ୍ର ମଧ୍ୟରେ ପବନର ବିବେଗ ୬୦ ରୁ ୭୦ ସର୍ବାଧିକ ୮୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୪ ଘଣ୍ଟା ଅର୍ଥାତ ଆସନ୍ତାକାଲି ୮ ଟା ୩୦ ଯାଏଁ ସମୁଦ୍ରକୁ ମସ୍ଥ୍ୟଜୀବିଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । 

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

08 Apr 2026 By Madhusudan Das

ଆଗାମୀ ୨୪ ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ଘୁର୍ଣ୍ଣିବଳୟ  ଓ ଟ୍ରପ ଲାଇନ ପ୍ରଭାବରେ ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। ତେବେ ସକାଳ ସମୟରେ  ଖରା ଏବଂ ସନ୍ଧ୍ୟାରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଂଟାରେ  ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଏହି ୫  ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଓ  କୁଆପଥର ବର୍ଷା ସମ୍ଭାବନା ଥିବା ବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି  ସବୁ ଜିଲ୍ଲାରେ 60 ରୁ 70 କିମି ଝଡ ପବନ ବହିବାର ସମ୍ଭାବନା ରହିଛି । ସେହିପରି ୫ ଜିଲ୍ଲା ପରେ ଅବଶିଷ୍ଟ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ୩୦ ରୁ ୫୦ କିମି ଝଟକା ପବନ ବର୍ଷା ସମ୍ଭାବନା ଥିବା ବେଳେ କଟକ ଖୋର୍ଦ୍ଧା ଓ ନୟାଗଡ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

ସେହିପରି ଆସନ୍ତାକାଲି ବର୍ଷାର ପ୍ରଭାବ କମିବା ସହ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ଓ କେନ୍ଦୁଝର ଏହି ୧୬ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମାଧ୍ୟମ ଧରଣର ବର୍ଷା ଏବଂ ୩୦ ରୁ ୫୦ କିମି ପବନ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ୧୦ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ବେଳେ ପୁଣି ୧୨ ରୁ ପାଗରେ ପରିବର୍ତନ ସହ ୪ ରୁ ୬ ଡିଗ୍ରୀ ତାପମାତ୍ରା ବଢିପାରେ । ଏହି ସମୟରେ ପ୍ରବଳ ଗରମ ଓ ଗୁଳୁଗୁଳୁ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ବୃଦ୍ଧି ସହ ୧୧ ଜିଲ୍ଲାକୁ ଉଷ୍ମ ଓ ଆଦର ସ୍ଥିତି ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। 

ସେପଟେ ସମୁଦ୍ର ମଧ୍ୟରେ ପବନର ବିବେଗ ୬୦ ରୁ ୭୦ ସର୍ବାଧିକ ୮୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୪ ଘଣ୍ଟା ଅର୍ଥାତ ଆସନ୍ତାକାଲି ୮ ଟା ୩୦ ଯାଏଁ ସମୁଦ୍ରକୁ ମସ୍ଥ୍ୟଜୀବିଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର