ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇଗୁଣା ହେଲା ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ

Madhusudan Das Picture
Published On

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର କୋଟା । ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ ୨ ଗୁଣା । ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦୁଇ ଗୁଣା ୫ କେଜି ଗ୍ୟାସ ସିଲିଣ୍ଡର କୋଟା ବଢାଇଲେ କେନ୍ଦ୍ର ସରକାର । ଏହି ପାଞ୍ଚ କେଜି ଏଫଟିଏଲ ଗ୍ୟାସ କେବଳ ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଲବ୍ଧ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଇରାନ ସହ ଆମେରିକାର ଯୁଦ୍ଧ ଭିତରେ ଗ୍ୟାସ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା । ଦେଶରେ ଗ୍ୟାସ୍‌ର ସାମୟିକ ଅଭାବ ଦେଖାଦେବା ଫଳରେ ସବୁଠୁ ଅଧିକ ହନ୍ତସନ୍ତ ହୋଇଥିଲେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ । 

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରେ ବନ୍ଧୁ ହେବା ସାଜିଲା କାଳ: ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ୍ ଅଭିଯୋଗ

ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଶ୍ରମିକମାନେ କାମ ପାଇଁ ନିଜ ଘର ଛାଡ଼ି ବାହାରେ ରହୁଛନ୍ତି ସେମାନଙ୍କୁ ସହଜରେ ଏବଂ ଅଧିକ ସଂଖ୍ୟାରେ ରନ୍ଧନ ଗ୍ୟାସ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ । ରାଜ୍ୟଗୁଡ଼ିକରେ ଥିବା ବିଭିନ୍ନ ବିତରଣ କେନ୍ଦ୍ରରେ ଚାହିଦା ମୁତାବକ ଏହାର ଯୋଗାଣ ବଢ଼ାଯିବ । ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧନ ଗ୍ୟାସ ସୁବିଧା ଯୋଗାଇ ଦେବା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

07 Apr 2026 By Madhusudan Das

ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇଗୁଣା ହେଲା ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର କୋଟା । ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ ୨ ଗୁଣା । ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦୁଇ ଗୁଣା ୫ କେଜି ଗ୍ୟାସ ସିଲିଣ୍ଡର କୋଟା ବଢାଇଲେ କେନ୍ଦ୍ର ସରକାର । ଏହି ପାଞ୍ଚ କେଜି ଏଫଟିଏଲ ଗ୍ୟାସ କେବଳ ପ୍ରବାସୀ ଶ୍ରମିକଙ୍କ ପାଇଁ ଉପଲବ୍ଧ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଇରାନ ସହ ଆମେରିକାର ଯୁଦ୍ଧ ଭିତରେ ଗ୍ୟାସ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା । ଦେଶରେ ଗ୍ୟାସ୍‌ର ସାମୟିକ ଅଭାବ ଦେଖାଦେବା ଫଳରେ ସବୁଠୁ ଅଧିକ ହନ୍ତସନ୍ତ ହୋଇଥିଲେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ । 

ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଶ୍ରମିକମାନେ କାମ ପାଇଁ ନିଜ ଘର ଛାଡ଼ି ବାହାରେ ରହୁଛନ୍ତି ସେମାନଙ୍କୁ ସହଜରେ ଏବଂ ଅଧିକ ସଂଖ୍ୟାରେ ରନ୍ଧନ ଗ୍ୟାସ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ । ରାଜ୍ୟଗୁଡ଼ିକରେ ଥିବା ବିଭିନ୍ନ ବିତରଣ କେନ୍ଦ୍ରରେ ଚାହିଦା ମୁତାବକ ଏହାର ଯୋଗାଣ ବଢ଼ାଯିବ । ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧନ ଗ୍ୟାସ ସୁବିଧା ଯୋଗାଇ ଦେବା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର