ସ୍ୱାଧୀନତା ଦିବସ ପାଇଁ ଲାଗିଲା କଟକଣା: ପତାକା ଉତ୍ତୋଳନ ଦିନ ସକାଳ ୬ଟାରୁ ରାମମନ୍ଦିର-ହାଉସିଂବୋର୍ଡ ଛକ ରାସ୍ତା ବନ୍ଦ, କେଉଁଠି ଗାଡ଼ି ରଖିବେ ଜାଣନ୍ତୁ….

The Sakala Picture
Published On

ଭୁବନେଶ୍ୱର: ଗତବର୍ଷ ଭଳି ଏଥର ମଧ୍ୟ କରୋନା କଟକଣା ଭିତରେ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ତେଣୁ ୩ଟି ଟ୍ରୁପ୍‍କୁ ନେଇ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚପାଷ୍ଟ ରିହର୍ସାଲ ଚାଲୁଛି। ତେବେ ସ୍ୱାଧୀନତା ଦିବସ ଲାଗି କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‍ କଟକଣା ଜାରି କରାଯାଇଛି। ଏଥିସହିତ ସୁରକ୍ଷା ଦାୟିତ୍ୱରେ ୩ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହ ପ୍ରଦର୍ଶନୀ ପଡ଼ିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଛି। ସେହିପରି ଦିନରେ ଦୁଇ ବେଳା […]

ଭୁବନେଶ୍ୱର: ଗତବର୍ଷ ଭଳି ଏଥର ମଧ୍ୟ କରୋନା କଟକଣା ଭିତରେ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ତେଣୁ ୩ଟି ଟ୍ରୁପ୍‍କୁ ନେଇ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚପାଷ୍ଟ ରିହର୍ସାଲ ଚାଲୁଛି। ତେବେ ସ୍ୱାଧୀନତା ଦିବସ ଲାଗି କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‍ କଟକଣା ଜାରି କରାଯାଇଛି। ଏଥିସହିତ ସୁରକ୍ଷା ଦାୟିତ୍ୱରେ ୩ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହ ପ୍ରଦର୍ଶନୀ ପଡ଼ିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଛି। ସେହିପରି ଦିନରେ ଦୁଇ ବେଳା ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସେହିପରି କୋଭିଡ-୧୯କୁ ଦୃଷ୍ଟିରେ ଜନସାଧାରଣ ପଡ଼ିଆ ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏଥର ଅତିଥି ସଂଖ୍ୟା ୫୦ଜଣ ଭିତରେ ସୀମିତ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ। ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ। ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସକାଳ ୬ଟାରୁ ରାମମନ୍ଦିର-ହାଉସିଂବୋର୍ଡ ଛକ ରାସ୍ତା ବନ୍ଦ
ପତାକା ଉତ୍ତୋଳନ ଦିନ ସକାଳ ସାଢ଼େ ୬ଟାରୁ ପରେଡ୍‍ ସରିବା ଯାଏଁ କୌଣସି ଯାନବାହନ ରାମମନ୍ଦିର ଛକ ଠାରୁ ହାଉସିଂବୋର୍ଡ ଛକ ରାସ୍ତା ଦେଇ ଯାଇପାରିବେ ନାହିଁ। ଯେଉଁମାନେ ହାଉସିଂବୋର୍ଡ ଛକ ପଟୁ ରାମମନ୍ଦିର ଛକଆଡ଼କୁ ଯିବାକୁ ଚାହିବେ, ସେମାନେ ଏମ୍‍ବିଏସ୍‍ ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଲେନ୍‍ ଦେଇଯିବ। ସେହିପରି ରାମମନ୍ଦିର ଛକ ପଟୁ ହାଉସିଂବୋର୍ଡ ଛକ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ସେଣ୍ଟ ଜୋସେଫ ସ୍କୁଲ ଗଳି ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ। ଲୋୟର୍‍ ପିଏମ୍‍ଜି ଏବଂ କେଶରୀ ଟକିଜ୍‍ ପଟୁ ଆସୁଥିବା ଗାଡ଼ିଗୁଡିକ ଚାର୍ଲି ହୋଟେଲ ଠାରୁ ସଚିବାଳୟ ମାର୍ଗ ଆଡକୁ ଯାଇଥିବା ରାସ୍ତାରେ ଯାଇପରିବ। ହାଉସିଂବୋର୍ଡ ଓ ରାମମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଗୁଡିକ ଦେଇ ଯାନବାହନ ଚଳାଚଳ କରିପାରିବ ନାହିଁ।

ଗ୍ୟାସ୍‍ ବେଲୁନ ବିକ୍ରିକୁ ବାରଣ

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ମଧୁସୂଦନ ମାର୍ଗ ନିକଟବର୍ତ୍ତୀ ରାମମନ୍ଦିର ଓ ହାଉସିଂବୋର୍ଡ ଓ ନିକଟବର୍ତ୍ତୀ ଅଞ୍ଚଳରେ ଗ୍ୟାସ୍‍ ବେଲୁନ୍‍ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ରବିବାର ସକାଳ ସାଢ଼େ ୬ଟାରୁ ପରେଡ୍‍ ସରିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଯଦି ଏହାକୁ କେହି ଅମାନ୍ୟ କଲେ ସହରାଞ୍ଚଳର ଆଇନ୍‍ ଅନୁଯାୟୀ ୫୦୦ ଟଙ୍କାରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ କରାଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

କେଉଁଠି ଗାଡ଼ି ରଖିବେ

ଭିଭିଆଇପିମାନେ ଏକ ନମ୍ବର ଗେଟ୍‍ ଦେଇ ଡାହାଣ ପଟ ଫାଙ୍କା ସ୍ଥାନରେ ରଖିପାରିବେ।
ଭିଆଇପି ଓ ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଗାଡ଼ିଗୁଡିକ ଦୁଇ ନମ୍ବର ଗେଟ୍‍ ଦେଇ ବାମପାର୍ଶ୍ବରେ ଥିବା ପାର୍କିଂସ୍ଥାନରେ ରଖିପାରିବେ।
ଗଣମାଧ୍ୟମର ସମସ୍ତଗାଡ଼ିଗୁଡିକ ଗେଟ୍‍ ୫ ନମ୍ୱର ଦେଇ ବାମ ପାର୍ଶ୍ବରେ ଥିବା ପାର୍କିଂସ୍ଥାନରେ ରଖିପାରିବେ।
ପରେଡ୍‍ରେ ଭାଗ ନେଇଥିବା ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଗାଡ଼ିଗୁଡିକ ଏମବିଏସ୍‍ ସ୍କୁଲ ଗଳି ଓ ସେଣ୍ଟ୍‍ ଜୋସେଫ୍‍ ସ୍କୁଲ ଗଳିରେ ରଖିପାରିବେ।

13 Aug 2021 By The Sakala

https://www.thesakala.in/latest-odisha-news/for-independence-day-rules-and-guideline/article-4576
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର