ଘରେ ପଶୁଥିଲା ନାଗ ସାପ, ଦେଖିଦେଲା ପୋଷା କୁକୁର; ଲଢେଇରେ ଚାଲିଗଲା ଉଭୟଙ୍କ ଜୀବନ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଚିଲି ପୋଖରୀ ଅଞ୍ଚଳର ଝୁନା ଜେନା ଘରେ ଏକୁଟିଆ ଥିଲା ବେଳେ ଦିନ ପ୍ରାୟ ୩ଟା ସମୟରେ ହଠାତ୍‌‌ ତାଙ୍କର ପୋଷା କୁକୁର୍ୱାନେ ଭୁକିଥିଲେ। ବାହାରକୁ ଆସି ଝୁନା ଦେଖନ୍ତି ତ, ଗୋଟିଏ ବଡ଼ ନାଗ ସହିତ ତାଙ୍କର ୪ଟି କୁକୁର ଲଢେଇ ଲାଗିଛନ୍ତି। କୁକୁରମାନେ ଖୁବ୍‌‌ ଜୋରରେ ଭୁକିବା ସହିତ ନାଗ ସାପକୁ ମୁହଁରେ ଧରି କାମୁଡିବା ପାଇଁ ଚେଷ୍ଟା କରୁଥାନ୍ତି। ଝୁନା ବିକଳ ହୋଇ କୁକୁରମାନଙ୍କୁ ଡାକି ସାପ ଠାରୁ ଅଲଗା କରିବା ଚେଷ୍ଟା କରିବାକୁ ଲାଗିଲେ। 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଯଦିଓ ଅନ୍ୟ କୁକୁର ୩ଟି ତାଙ୍କ କଥା ମାନି ଫେରି ଆସିଥିଲେ, ୬ ବର୍ଷ ବୟସ୍କ ମାଈ ଡାସଣ୍ଡ ଫୋନୀ କିନ୍ତୁ ନାଗ ସାପକୁ ମୁହଁରେ ଧରି ବାରମ୍ବାର ଝୁଣି ପକେଇ ଥିଲା। ସେତିକି ବେଳେ ନାଗ ସାପ ଫୋନୀକୁ କାମୁଡି ଦେଇଥିଲା। କିଛି ସମୟ ପରେ ଜଣେ ଯୁବକ ଆସି ଫୋନୀକୁ ଅଲଗା କଲେ ସିନା, ସିଏ ସେତେବେଳକୁ ଗୁରୁତର ହେଇ ସାରି ଥିଲା। ସେତିକି ବେଳେ ଝୁନା ବିକଳ ହୋଇ ପାଇପ୍‌‌ରେ ଫୋନୀ ଉପରେ ପାଣି ଢାଳି ଥିଲେ। ଏହାପରେ ତାକୁ ସହିଦ ନଗରସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ସେତେବେଳକୁ ଫୋନୀ ଜୀବନ ହାରି ସାରିଥିଲା। ସ୍ନେକ୍‌‌ ହେଲ୍ପ ଲାଇନ୍‌‌ ଟିମ୍‌‌ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ କେବଳ ସାପ ଏବଂ କୁକୁରର ମୃତ ଦେହ ଦେଖିବାକୁ ପାଇଥିଲେ। ଫୋନୀର ଦେହ ଯାଞ୍ଚ କରିବାରୁ, ଛାତି ପାଖରେ ଏବଂ କାନରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ ସ୍ନେକ୍‌‌ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ। ସ୍ନେକ୍‌‌ ହେଲ୍ପ ଲାଇନ୍‌‌ର ସମ୍ପାଦକ କହିଛନ୍ତି ‘କୁକୁର ମାନେ ସାପକୁ ମାରି ପାରନ୍ତି। କିନ୍ତୁ ଡାସଣ୍ଡ କୁକୁର ମାନଙ୍କର ଉଚ୍ଚ଼ତା କମ୍‌‌ ହେଇଥିବାରୁ ନାଗ ସାପ ଫୋନୀକୁ ସହଜରେ କାମୁଡ଼ି ଦେଇଥିଲା। ତେବେ, ସାପ କାମୁଡି ବା ପରେ କେବେ ହେଲେ ବି କୌଣସି ପଶୁଙ୍କ ଦେହରେ ପାଣି ଢାଳିବା କଥା ନୁହେଁ। ଏହାଦ୍ୱାରା ଦେହରେ ଶୀଘ୍ର ବିଷ ସଞ୍ଚରଣ ହୋଇଥାଏ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର