ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଭରସା ଭାଙ୍ଗିଲେ ବହିଷ୍କୃତ ନେତାଙ୍କ ପୁଅ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ୩ ପୂର୍ବତନ ବିଜେଡି ନେତାଙ୍କ ପୁଅ ନବୀନଙ୍କ ଭରସା ଭାଙ୍ଗିଛନ୍ତି। ବାପାଙ୍କ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ୩ ବରିଷ୍ଠ ନେତାଙ୍କୁ ନବୀନ ଦଳ ବାହାରକୁ ରାସ୍ତା ଦେଖାଇଥିଲେ ମଧ୍ୟ ସେମାନଙ୍କ ପୁଅମାନଙ୍କୁ ଟିକଟ ଦେଇ ବିଧାୟକ କରାଇଥିଲେ। ହେଲେ ଦଳ ଶାସନରୁ ଯିବା ପରେ ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ସେମାନେ ନବୀନଙ୍କ ପିଠିରେ ଛୁରା ମାରିଛନ୍ତି। 

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ବିଜେଡିରୁ ବହିଷ୍କୃତ ପରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର କେବେ ବିଧାନସଭା ମାଡ଼ି ପାରିନାହାନ୍ତି। ମାତ୍ର ଗତ ସାଧାରଣ ନିର୍ବାଚନରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନଜ ଦଳରେ ସାମିଲ କରାଇ ତାଙ୍କୁ ଦଳୀୟ ଟିକଟ ଦେଇଥିଲେ। ଅରବିନ୍ଦ ବିଜେଡି ଟିକଟରୁ ବିଜୟୀ ହୋଇଥିଲେ ମଧ୍ୟ କିଛି ଦିନ ତଳେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନବୀନ ନିଲମ୍ବନ କରିଥିଲେ। ରାଜ୍ୟସଭା ଭୋଟ୍‌ରେ ତାଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେ କ୍ରସ୍‌ ଭୋଟିଂ କରିଛନ୍ତି। ସମାନ ଭାବେ ବିଜେଡିରୁ ବହିଷ୍କୃତ ନେତା ପ୍ରଭାତ ତ୍ରୀପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳଙ୍କୁ ନବୀନ ୨-୨ଥର ବିଜେଡି ଟିକଟ ପ୍ରଦାନ କରିଆସିଛନ୍ତି। ଉଭୟ ନେତା ୨ଥର ଲେଖାଏଁ ବିଜେଡି ଟିକଟରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି। ଦେବୀରଞ୍ଜନଙ୍କୁ ଦଳ ବିଜୁ ଛାତ୍ର ଜନତା ଦଳର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ବସାଇଛି। ଏହା ସତ୍ତ୍ବେ ଏହି ଦୁଇ ବିଧାୟକ ଆଜି ବିଜେଡି ହ୍ୱିପ୍‌ ବିରୋଧରେ ଯାଇ କ୍ରସ ଭୋଟିଂ କରିଛନ୍ତି। ସେମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’: ୩୭,୦୯୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ

ଅନ୍ୟପଟେ କ୍ରସ ଭୋଟିଂ କରିବା ପରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ତାଙ୍କ ବାପା ପ୍ରଭାତ ତ୍ରିପାଠୀ ଜରୁରୀକାଳୀନ ପରିସ୍ଥିତିରେ ଜଣେ ପ୍ରମୁଖ ପୀଡ଼ିତ। ଅଣକଂଗ୍ରେସ ରାଜନୀତିରେ ସେ ବିଶ୍ୱାସ କରି ଆସିଥିଲେ। ବିଜେଡି କଂଗ୍ରେସ ପାର୍ଟିର ଅସାଧୁ ମେଣ୍ଟ ହୋଇଛି। କିନ୍ତୁ ତାଙ୍କର କୌଣସି ମତ ନିଆଯାଇନଥିଲା। ତେଣୁ ସେ ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଥିବା କହିଛନ୍ତି। 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଭୟାବହ ଯୁଦ୍ଧ ସ୍ଥିତି ଲାଗି ‘ଇଫ୍ତାର ଓ ଇଦ୍ ମିଲନ’
ପାଳନ କରିବନି ବିଜେଡି

ସେହିପରି ବିଧାୟକ ସୌଭକ ବିଶ୍ୱାଳ କହିଛନ୍ତି, ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପ୍ରତି ଦଳ ଯେଉଁ ଅନ୍ୟାୟ ଓ ଅତ୍ୟାଚାର କରିଛି, ତା’ର ପ୍ରତିଶୋଧ ନେଇଛନ୍ତି ବୋଲି ସେ କହିଛନ୍ତି।

17 Mar 2026 By Madhusudan Das

ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଭରସା ଭାଙ୍ଗିଲେ ବହିଷ୍କୃତ ନେତାଙ୍କ ପୁଅ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ୩ ପୂର୍ବତନ ବିଜେଡି ନେତାଙ୍କ ପୁଅ ନବୀନଙ୍କ ଭରସା ଭାଙ୍ଗିଛନ୍ତି। ବାପାଙ୍କ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିର ୩ ବରିଷ୍ଠ ନେତାଙ୍କୁ ନବୀନ ଦଳ ବାହାରକୁ ରାସ୍ତା ଦେଖାଇଥିଲେ ମଧ୍ୟ ସେମାନଙ୍କ ପୁଅମାନଙ୍କୁ ଟିକଟ ଦେଇ ବିଧାୟକ କରାଇଥିଲେ। ହେଲେ ଦଳ ଶାସନରୁ ଯିବା ପରେ ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ସେମାନେ ନବୀନଙ୍କ ପିଠିରେ ଛୁରା ମାରିଛନ୍ତି। 

ବିଜେଡିରୁ ବହିଷ୍କୃତ ପରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର କେବେ ବିଧାନସଭା ମାଡ଼ି ପାରିନାହାନ୍ତି। ମାତ୍ର ଗତ ସାଧାରଣ ନିର୍ବାଚନରେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନଜ ଦଳରେ ସାମିଲ କରାଇ ତାଙ୍କୁ ଦଳୀୟ ଟିକଟ ଦେଇଥିଲେ। ଅରବିନ୍ଦ ବିଜେଡି ଟିକଟରୁ ବିଜୟୀ ହୋଇଥିଲେ ମଧ୍ୟ କିଛି ଦିନ ତଳେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନବୀନ ନିଲମ୍ବନ କରିଥିଲେ। ରାଜ୍ୟସଭା ଭୋଟ୍‌ରେ ତାଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେ କ୍ରସ୍‌ ଭୋଟିଂ କରିଛନ୍ତି। ସମାନ ଭାବେ ବିଜେଡିରୁ ବହିଷ୍କୃତ ନେତା ପ୍ରଭାତ ତ୍ରୀପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳଙ୍କୁ ନବୀନ ୨-୨ଥର ବିଜେଡି ଟିକଟ ପ୍ରଦାନ କରିଆସିଛନ୍ତି। ଉଭୟ ନେତା ୨ଥର ଲେଖାଏଁ ବିଜେଡି ଟିକଟରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଛନ୍ତି। ଦେବୀରଞ୍ଜନଙ୍କୁ ଦଳ ବିଜୁ ଛାତ୍ର ଜନତା ଦଳର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ବସାଇଛି। ଏହା ସତ୍ତ୍ବେ ଏହି ଦୁଇ ବିଧାୟକ ଆଜି ବିଜେଡି ହ୍ୱିପ୍‌ ବିରୋଧରେ ଯାଇ କ୍ରସ ଭୋଟିଂ କରିଛନ୍ତି। ସେମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଛନ୍ତି।

ଅନ୍ୟପଟେ କ୍ରସ ଭୋଟିଂ କରିବା ପରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ତାଙ୍କ ବାପା ପ୍ରଭାତ ତ୍ରିପାଠୀ ଜରୁରୀକାଳୀନ ପରିସ୍ଥିତିରେ ଜଣେ ପ୍ରମୁଖ ପୀଡ଼ିତ। ଅଣକଂଗ୍ରେସ ରାଜନୀତିରେ ସେ ବିଶ୍ୱାସ କରି ଆସିଥିଲେ। ବିଜେଡି କଂଗ୍ରେସ ପାର୍ଟିର ଅସାଧୁ ମେଣ୍ଟ ହୋଇଛି। କିନ୍ତୁ ତାଙ୍କର କୌଣସି ମତ ନିଆଯାଇନଥିଲା। ତେଣୁ ସେ ଦିଲ୍ଲୀପ ରାୟଙ୍କୁ ଭୋଟ୍‌ ଦେଇଥିବା କହିଛନ୍ତି। 

ସେହିପରି ବିଧାୟକ ସୌଭକ ବିଶ୍ୱାଳ କହିଛନ୍ତି, ତାଙ୍କ ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପ୍ରତି ଦଳ ଯେଉଁ ଅନ୍ୟାୟ ଓ ଅତ୍ୟାଚାର କରିଛି, ତା’ର ପ୍ରତିଶୋଧ ନେଇଛନ୍ତି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର