କ୍ରସ୍‌ଭୋଟିଂ କରିଥିବା ବିଜେଡିର ୮ବିଧାୟକଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପ୍ରତାପ ଦେବ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦଳର ସଭାପତି ଠିକଣା ସମୟରେ ଏ ସଂକ୍ରାନ୍ତରେ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ନିର୍ବାଚନ ଏଜେଣ୍ଟ ପ୍ରତାପ ଦେବ। ଦଳ ନିକଟରେ ୫୦ ବେଇମାନ ରହିବାର ଆବଶ୍ୟକତା ନାହିଁ। ଦଳ ପାଖରେ ୧୦ ଜଣ ଠିକଣା ଲୋକ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଅନୁଗୁଳ ବନ୍ତଳା ଛକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଜଳଖିଆ ଦୋକାନ

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ବିଜେପି ଦ୍ୱାରା ଘୋଡ଼ା ବେପାର ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୂଚାଇ ଥିଲେ। ଏହା ଆଜି ସତ୍ୟ ପ୍ରମାଣିତ ହୋଇଛି। ବିଜେଡିର ନିଲମ୍ବିତ ୨ ଜଣ ବିଧାୟକ ଯଥା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଛନ୍ତି। ଏମାନଙ୍କ ବ୍ୟତୀତ ଚକ୍ରମଣି କହଁର, ସୁବାସିନୀ ଜେନା, ସୌଭିକ ବିଶ୍ୱାଳ, ନବ ଚରଣ ମଲ୍ଲିକ, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବିପକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଦଳର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଏହି ୮ ବିଧାୟକ କ୍ରସ ଭୋଟିଂ କରିଥିବାରୁ ଦଳୀୟ ଏଜେଣ୍ଟ ଭାବରେ ଏ ସଂକ୍ରାନ୍ତରେ ସେ ଅଭିଯୋଗ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଶିକ୍ଷା ଅଧିକାର ଆଇନର ଖୋଲା ଉଲଂଘନ: ଏକକ ଶ୍ରେଣୀ ଗୃହରେ ଚାଲିଛି ମୟୂରଭଞ୍ଜ ଜିଲ୍ଲାର ୧୨୦ଟି ସ୍କୁଲ

16 Mar 2026 By Madhusudan Das

କ୍ରସ୍‌ଭୋଟିଂ କରିଥିବା ବିଜେଡିର ୮ବିଧାୟକଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପ୍ରତାପ ଦେବ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦଳର ସଭାପତି ଠିକଣା ସମୟରେ ଏ ସଂକ୍ରାନ୍ତରେ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ନିର୍ବାଚନ ଏଜେଣ୍ଟ ପ୍ରତାପ ଦେବ। ଦଳ ନିକଟରେ ୫୦ ବେଇମାନ ରହିବାର ଆବଶ୍ୟକତା ନାହିଁ। ଦଳ ପାଖରେ ୧୦ ଜଣ ଠିକଣା ଲୋକ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। 

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ବିଜେପି ଦ୍ୱାରା ଘୋଡ଼ା ବେପାର ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୂଚାଇ ଥିଲେ। ଏହା ଆଜି ସତ୍ୟ ପ୍ରମାଣିତ ହୋଇଛି। ବିଜେଡିର ନିଲମ୍ବିତ ୨ ଜଣ ବିଧାୟକ ଯଥା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଛନ୍ତି। ଏମାନଙ୍କ ବ୍ୟତୀତ ଚକ୍ରମଣି କହଁର, ସୁବାସିନୀ ଜେନା, ସୌଭିକ ବିଶ୍ୱାଳ, ନବ ଚରଣ ମଲ୍ଲିକ, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବିପକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଦଳର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଏହି ୮ ବିଧାୟକ କ୍ରସ ଭୋଟିଂ କରିଥିବାରୁ ଦଳୀୟ ଏଜେଣ୍ଟ ଭାବରେ ଏ ସଂକ୍ରାନ୍ତରେ ସେ ଅଭିଯୋଗ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର