ଓଡ଼ିଶାର ଜମି ଉପରେ ପଡ଼ିଶାଙ୍କ ନଜର: ଛତିଶଗଡ଼ ଦଖଲରେ ଝାରସୁଗୁଡ଼ାର ୩ କି.ମି ରାସ୍ତା

ବିଧାନସଭାରେ ବିରୋଧୀଦଳ ଉପନେତାଙ୍କ ଉଦ୍‌ବେଗ

Madhusudan Das Picture
Published On

ଭୁବନେଶ୍ୱର: ଦକ୍ଷିଣରେ ଆନ୍ଧ୍ର କୋଟିଆ ମାଡ଼ି ବସିବାକୁ ଷଡ଼ଯନ୍ତ୍ର ଚଳାଇଛି। କୋଟିଆକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି। ଉତ୍ତର ବାଲେଶ୍ୱରର ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀ ତଟ ଅଞ୍ଚଳକୁ ପଶ୍ଚିମବଙ୍ଗ ଦଖଲକୁ ବୋକୁ ଉଦ୍ୟମ କରୁଛି। ଓଡ଼ିଶା ଅଞ୍ଚଳରେ ସଡ଼କ ନିର୍ମାଣ କରୁଛି। ଏବେ ପଡେ଼ାଶୀ ଛତିଶଗଡ଼ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ୩ କିଲୋମିଟର ରାସ୍ତା ଜବରଦଖଲ କରି ସାରିଛନ୍ତି। ମାତ୍ର ସରକାରଙ୍କ ନିଦ ଭାଙ୍ଗୁନାହିଁ, ଝାରସୁଗୁଡ଼ା ପ୍ରଶାସନ ମଧ୍ୟ ଏପରି ସ୍ପର୍ଶକାତର ପ୍ରସଙ୍ଗରେ ନିରବ ରହିଛି। ଯାହାକୁ ନେଇ ଗତକାଲି ଧାନସଭାରେ କ୍ଷୋଭ ପ୍ରକାଶ ସହ ସରକାରୀ ଅପାରଗତାକୁ ସମାଲୋଚନା କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ତୁରନ୍ତ ତତ୍ପରତା ପ୍ରକାଶ କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ  ବହୁ ସଂଘର୍ଷ ପରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ୧୯୫୬ ମସିହା ସୀମା ନିର୍ଦ୍ଧାରଣ ସମୟରେ ଓଡ଼ିଶା ଅବହେଳାର ଶିକାର ହେଲା। ଖରସୁଅାଁ ଓ ଷଢେ଼ଇକଳା ଭଳି ବହୁ ଅଞ୍ଚଳ ଓଡ଼ିଶାରେ ରହିପାରିଲା ନାହିଁ। ଏହି ସମସ୍ୟା ସମାଧାନ ହୋଇନାହିଁ। ମାତ୍ର ଏହି ମୟରେ  ଓଡ଼ିଶାକୁ ବିକଳାଙ୍ଗ କରିବାକୁ  ପୁଣି ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆରେ ବେଆଇନ ପ୍ରବେଶ କରୁଛନ୍ତି। ତାଙ୍କ ସରକାରଙ୍କର ମନ୍ତ୍ରୀମାନେ ସେଠାରେ ସଭା ସମିତି କରୁଛନ୍ତି। ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରୟାସ କରୁଥିଲେ। ଏବେ ଛତିଶଗଡ଼ ମଧ୍ୟ ଏହି ଉଦ୍ୟମ ଆରମ୍ଭ କରିଛି। ଆମର ପଡେ଼ାଶୀ ଛତିଶଗଡ଼ ସହ ଝାରସୁଗୁଡ଼ା, ବରଗଡ଼ ଓ ଅନ୍ୟ ଜିଲ୍ଲାର ସୀମା ଲାଗି ରହିଛି। ଏବେ ଝାରସୁଗୁଡ଼ା ଜିଲ୍ଲାର କନକତୋରାରେ ଛତିଶଗଡ ସରକାର ବେଆଇନ ଅନୁପ୍ରବେଶ କରୁଛି। କନକତୋରା ଗାଁର ୩ କିଲୋମିଟର ରାସ୍ତାକୁ ଅକ୍ତିଆର କରାଯାଇଛି। କନକତୋରା-ଛତିଶଗଡ଼ର ଏକତାରା ପର୍ଯ୍ୟନ୍ତ ରାସ୍ତା ରହିଛି। ଏଠାରେ ଓଡ଼ିଶାର ପ୍ରାୟ ୩ କିମି ରାସ୍ତା ଅଛି। କନକତୋରା ଲୋକେ ୧୯୯୨-୯୩ରେ ନିଜ ଜମି ଦାନ କରିଥିଲେ। ଏହି ଦାନ ଜମିରେ ଓଡ଼ିଶା ସରକାର ରାସ୍ତା ନିର୍ମାଣ କରିଛନ୍ତି। ମାତ୍ର ସେହି ରାସ୍ତାରେ  ଏବେ ଛତିଶଗଡ଼ ଅନଧିକାର ପ୍ରବେଶ କରିଛି। ସେଠାରେ ଛତିଶଗଡ଼ ପ୍ରଶାସନ ପକ୍ଷରୁ ଗାଡ଼ି ଚେକିଂ କରାଯାଉଛି। ଧାନ ଗାଡ଼ିକୁ ମଧ୍ୟ ଅଟକାଯାଉଛି। 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏବେ ସେଠାରେ ୪ ଲେନ୍‌ ରାସ୍ତା ନିର୍ମାଣ ପାଇଁ ଛତିଶଗଡ଼ ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଛି। ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ତୁରନ୍ତ ତତ୍ପରତା ଦେଖାଇବା ଆବଶ୍ୟକତା ରହିଛି। ସେଠାରେ ଅନଧିକାର ପ୍ରବେଶକୁ ଅଟକାଯିବା ଦରକାର। ଉପ ମୁଖ୍ୟମନ୍ତ୍ରୀ ଗୃହରେ ଅଛନ୍ତି। ପ୍ରସଙ୍ଗରେ ସେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି। ଏହାସହିତ ବାଚସ୍ପତି ମଧ୍ୟ ଏହି ପ୍ରଙ୍ଗରେ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିବା ସହ ଏହା ସରକାରଙ୍କ ପାଇଁ ସତର୍କବାଣୀ ବୋଲି ଶ୍ରୀ ଆଚାର୍ଯ୍ୟ କରିଛନ୍ତି। ସରକାର ଯଦି ଏହି ପ୍ରସଙ୍ଗରେ ନିରବ ରୁହନ୍ତି, ତେବେ ଘାତକ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ଚେତାଇଛନ୍ତି। 

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

14 Mar 2026 By Madhusudan Das

ଓଡ଼ିଶାର ଜମି ଉପରେ ପଡ଼ିଶାଙ୍କ ନଜର: ଛତିଶଗଡ଼ ଦଖଲରେ ଝାରସୁଗୁଡ଼ାର ୩ କି.ମି ରାସ୍ତା

ବିଧାନସଭାରେ ବିରୋଧୀଦଳ ଉପନେତାଙ୍କ ଉଦ୍‌ବେଗ

ଭୁବନେଶ୍ୱର: ଦକ୍ଷିଣରେ ଆନ୍ଧ୍ର କୋଟିଆ ମାଡ଼ି ବସିବାକୁ ଷଡ଼ଯନ୍ତ୍ର ଚଳାଇଛି। କୋଟିଆକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି। ଉତ୍ତର ବାଲେଶ୍ୱରର ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀ ତଟ ଅଞ୍ଚଳକୁ ପଶ୍ଚିମବଙ୍ଗ ଦଖଲକୁ ବୋକୁ ଉଦ୍ୟମ କରୁଛି। ଓଡ଼ିଶା ଅଞ୍ଚଳରେ ସଡ଼କ ନିର୍ମାଣ କରୁଛି। ଏବେ ପଡେ଼ାଶୀ ଛତିଶଗଡ଼ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ୩ କିଲୋମିଟର ରାସ୍ତା ଜବରଦଖଲ କରି ସାରିଛନ୍ତି। ମାତ୍ର ସରକାରଙ୍କ ନିଦ ଭାଙ୍ଗୁନାହିଁ, ଝାରସୁଗୁଡ଼ା ପ୍ରଶାସନ ମଧ୍ୟ ଏପରି ସ୍ପର୍ଶକାତର ପ୍ରସଙ୍ଗରେ ନିରବ ରହିଛି। ଯାହାକୁ ନେଇ ଗତକାଲି ଧାନସଭାରେ କ୍ଷୋଭ ପ୍ରକାଶ ସହ ସରକାରୀ ଅପାରଗତାକୁ ସମାଲୋଚନା କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ତୁରନ୍ତ ତତ୍ପରତା ପ୍ରକାଶ କରିବାକୁ ଦାବି କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ  ବହୁ ସଂଘର୍ଷ ପରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ୧୯୫୬ ମସିହା ସୀମା ନିର୍ଦ୍ଧାରଣ ସମୟରେ ଓଡ଼ିଶା ଅବହେଳାର ଶିକାର ହେଲା। ଖରସୁଅାଁ ଓ ଷଢେ଼ଇକଳା ଭଳି ବହୁ ଅଞ୍ଚଳ ଓଡ଼ିଶାରେ ରହିପାରିଲା ନାହିଁ। ଏହି ସମସ୍ୟା ସମାଧାନ ହୋଇନାହିଁ। ମାତ୍ର ଏହି ମୟରେ  ଓଡ଼ିଶାକୁ ବିକଳାଙ୍ଗ କରିବାକୁ  ପୁଣି ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆରେ ବେଆଇନ ପ୍ରବେଶ କରୁଛନ୍ତି। ତାଙ୍କ ସରକାରଙ୍କର ମନ୍ତ୍ରୀମାନେ ସେଠାରେ ସଭା ସମିତି କରୁଛନ୍ତି। ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରୟାସ କରୁଥିଲେ। ଏବେ ଛତିଶଗଡ଼ ମଧ୍ୟ ଏହି ଉଦ୍ୟମ ଆରମ୍ଭ କରିଛି। ଆମର ପଡେ଼ାଶୀ ଛତିଶଗଡ଼ ସହ ଝାରସୁଗୁଡ଼ା, ବରଗଡ଼ ଓ ଅନ୍ୟ ଜିଲ୍ଲାର ସୀମା ଲାଗି ରହିଛି। ଏବେ ଝାରସୁଗୁଡ଼ା ଜିଲ୍ଲାର କନକତୋରାରେ ଛତିଶଗଡ ସରକାର ବେଆଇନ ଅନୁପ୍ରବେଶ କରୁଛି। କନକତୋରା ଗାଁର ୩ କିଲୋମିଟର ରାସ୍ତାକୁ ଅକ୍ତିଆର କରାଯାଇଛି। କନକତୋରା-ଛତିଶଗଡ଼ର ଏକତାରା ପର୍ଯ୍ୟନ୍ତ ରାସ୍ତା ରହିଛି। ଏଠାରେ ଓଡ଼ିଶାର ପ୍ରାୟ ୩ କିମି ରାସ୍ତା ଅଛି। କନକତୋରା ଲୋକେ ୧୯୯୨-୯୩ରେ ନିଜ ଜମି ଦାନ କରିଥିଲେ। ଏହି ଦାନ ଜମିରେ ଓଡ଼ିଶା ସରକାର ରାସ୍ତା ନିର୍ମାଣ କରିଛନ୍ତି। ମାତ୍ର ସେହି ରାସ୍ତାରେ  ଏବେ ଛତିଶଗଡ଼ ଅନଧିକାର ପ୍ରବେଶ କରିଛି। ସେଠାରେ ଛତିଶଗଡ଼ ପ୍ରଶାସନ ପକ୍ଷରୁ ଗାଡ଼ି ଚେକିଂ କରାଯାଉଛି। ଧାନ ଗାଡ଼ିକୁ ମଧ୍ୟ ଅଟକାଯାଉଛି। 

ଏବେ ସେଠାରେ ୪ ଲେନ୍‌ ରାସ୍ତା ନିର୍ମାଣ ପାଇଁ ଛତିଶଗଡ଼ ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଛି। ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ତୁରନ୍ତ ତତ୍ପରତା ଦେଖାଇବା ଆବଶ୍ୟକତା ରହିଛି। ସେଠାରେ ଅନଧିକାର ପ୍ରବେଶକୁ ଅଟକାଯିବା ଦରକାର। ଉପ ମୁଖ୍ୟମନ୍ତ୍ରୀ ଗୃହରେ ଅଛନ୍ତି। ପ୍ରସଙ୍ଗରେ ସେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି। ଏହାସହିତ ବାଚସ୍ପତି ମଧ୍ୟ ଏହି ପ୍ରଙ୍ଗରେ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିବା ସହ ଏହା ସରକାରଙ୍କ ପାଇଁ ସତର୍କବାଣୀ ବୋଲି ଶ୍ରୀ ଆଚାର୍ଯ୍ୟ କରିଛନ୍ତି। ସରକାର ଯଦି ଏହି ପ୍ରସଙ୍ଗରେ ନିରବ ରୁହନ୍ତି, ତେବେ ଘାତକ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ଚେତାଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର