ଭୁବନେଶ୍ୱର ଓୟୋ ରୁମ୍‌ରୁ ମିଳିଲା ଯୁବକଙ୍କ ମୃତଦେହ; ପ୍ରେମିକା ଫେରାର, ହତ୍ୟା ନା ଆତ୍ମହତ୍ୟା?

Tapas Ranjan Nanda Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଓୟୋ (OYO) ରୁମ୍‌ରୁ ଜଣେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପ୍ରେମିକା ତଥା ଲିଭ୍-ଇନ୍ ପାର୍ଟନର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ଏହି ଅଭାବନୀୟ ଘଟଣା ଘଟିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ମୃତ ଯୁବକ ଜଣଙ୍କ ହେଲେ ବୁବୁନା ପ୍ରଧାନ ଏବଂ ତାଙ୍କ ଘର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି। ବୁବୁନା ଜଣେ ବିଟେକ୍ (B.Tech) ଛାତ୍ର ଥିଲେ। ସୂଚନା ଅନୁଯାୟୀ, ଗତ ୬ ମାସ ହେବ ସେ ନୟାଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଲିଭ୍-ଇନ୍ ରିଲେସନସିପ୍ ରେ ରହୁଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ମିଳିଥିବା ସୂଚନା ମୁତାବକ, ଗତକାଲି ବୁବୁନାଙ୍କ ଦେହ ଖରାପ ଥିବା ନେଇ ଯୁବତୀ ଜଣଙ୍କ ବୁବୁନାଙ୍କ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ତେବେ ବିଳମ୍ବିତ ରାତିରେ ହୋଟେଲ୍ ରୁମ୍ ଭିତରୁ ବୁବୁନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଘଟଣା ପରେ ଯୁବତୀ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି, ଯାହା ମୃତ୍ୟୁକୁ ନେଇ ସନ୍ଦେହ ବଢାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହା ଏକ ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ସେନେଇ ଏୟାରଫିଲ୍ଡ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର