ଭିଜିଲାନ୍ସ ପଞ୍ଝାରେ ନୂଆପଡା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ

The Sakala Picture
Published On

ନୂଆପଡ଼ା: ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରେ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ନିଜ ଗାଁ କଟକ ଯାଉଥିବା ବେଳେ ହଠାତ୍ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । କୌଣସି ସୁତ୍ରରୁ ଖବର ପାଇ ରାତି ୨ ଟାରୁ ଛକି ବସିଥିଲା ଭିଜିଲାନ୍ସ ଟିମ୍ । ନୂଆପଡା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ […]

ନୂଆପଡ଼ା: ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରେ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ନିଜ ଗାଁ କଟକ ଯାଉଥିବା ବେଳେ ହଠାତ୍ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । କୌଣସି ସୁତ୍ରରୁ ଖବର ପାଇ ରାତି ୨ ଟାରୁ ଛକି ବସିଥିଲା ଭିଜିଲାନ୍ସ ଟିମ୍ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ନୂଆପଡା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । କୋରାପୁଟ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ରେଡରେ ସାମିଲ ଅଛନ୍ତି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ କେତେ ସମ୍ପତ୍ତି ମିଳିଛି ଓ କଣ ସବୁ ଜବତ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର