ରାଜଧାନୀ କାର୍ ଦୁର୍ଘଟଣା ପଛରେ ହତ୍ୟା ରହସ୍ୟ: ତଣ୍ଟି କାଟି ପ୍ରେମିକକୁ ମାରିଦେଲା ପ୍ରେମିକା

Tapas Ranjan Nanda Picture
Published On

ଭୁବନେଶ୍ୱର: ରାଜଧାନୀର ଶିଶୁ ଭବନ ଛକ ଓଭରବ୍ରିଜ୍ ତଳକୁ କାର୍ ଖସିପଡ଼ିବା ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଏହି ସଡ଼କ ଦୁର୍ଘଟଣା ପଛରେ ଏକ ବୀଭତ୍ସ ହତ୍ୟାକାଣ୍ଡର ଲିଙ୍କ୍ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଚାଳକଙ୍କୁ ତାଙ୍କ ପ୍ରେମିକା ହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ତଣ୍ଟି କାଟି ପ୍ରେମିକକୁ ହତ୍ୟା

ମୃତ ଯୁବକ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ସତ୍ୟବ୍ରତ ପ୍ରଧାନ। ସେ ପେଶାରେ ଜଣେ ଡ୍ରାଇଭର ଥିଲେ। ସୂଚନା ମୁତାବକ, ସତ୍ୟବ୍ରତ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏହି ସମୟରେ ପ୍ରେମିକା ଜଣକ ଧାରୁଆ ଅସ୍ତ୍ରରେ ସତ୍ୟବ୍ରତଙ୍କ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ବର୍ତ୍ତମାନ ଅଭିଯୁକ୍ତ ପ୍ରେମିକାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

କାର୍ ଦୁର୍ଘଟଣା କିପରି ଘଟିଲା?

ହତ୍ୟାକାଣ୍ଡ ଘଟିବା ପରେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ସେଠାରୁ ଅନ୍ୟ ଜଣେ ଡ୍ରାଇଭରଙ୍କ ସହାୟତାରେ ନିଜ କାରଟିକୁ ଫେରାଇ ନେଉଥିବା ବେଳେ ଶିଶୁ ଭବନ ଛକ ଓଭରବ୍ରିଜ୍ ଉପରେ ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ପଡ଼ିଥିଲା ବୋଲି ଅନୁମାନ କରାଯାଉଛି। ପ୍ରଥମେ ଏହା କେବଳ ଏକ ସଡ଼କ ଦୁର୍ଘଟଣା ବୋଲି ମନେ କରାଯାଉଥିଲେ ହେଁ, ପରବର୍ତ୍ତୀ ସମୟରେ ଏହା ପଛରେ ଥିବା ହତ୍ୟା ରହସ୍ୟ ପଦାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

09 Feb 2026 By Tapas Ranjan Nanda

ରାଜଧାନୀ କାର୍ ଦୁର୍ଘଟଣା ପଛରେ ହତ୍ୟା ରହସ୍ୟ: ତଣ୍ଟି କାଟି ପ୍ରେମିକକୁ ମାରିଦେଲା ପ୍ରେମିକା

ଭୁବନେଶ୍ୱର: ରାଜଧାନୀର ଶିଶୁ ଭବନ ଛକ ଓଭରବ୍ରିଜ୍ ତଳକୁ କାର୍ ଖସିପଡ଼ିବା ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି। ଏହି ସଡ଼କ ଦୁର୍ଘଟଣା ପଛରେ ଏକ ବୀଭତ୍ସ ହତ୍ୟାକାଣ୍ଡର ଲିଙ୍କ୍ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ପୋଲିସ୍ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଚାଳକଙ୍କୁ ତାଙ୍କ ପ୍ରେମିକା ହତ୍ୟା କରିଛନ୍ତି।

ତଣ୍ଟି କାଟି ପ୍ରେମିକକୁ ହତ୍ୟା

ମୃତ ଯୁବକ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ସତ୍ୟବ୍ରତ ପ୍ରଧାନ। ସେ ପେଶାରେ ଜଣେ ଡ୍ରାଇଭର ଥିଲେ। ସୂଚନା ମୁତାବକ, ସତ୍ୟବ୍ରତ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏହି ସମୟରେ ପ୍ରେମିକା ଜଣକ ଧାରୁଆ ଅସ୍ତ୍ରରେ ସତ୍ୟବ୍ରତଙ୍କ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ବର୍ତ୍ତମାନ ଅଭିଯୁକ୍ତ ପ୍ରେମିକାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

କାର୍ ଦୁର୍ଘଟଣା କିପରି ଘଟିଲା?

ହତ୍ୟାକାଣ୍ଡ ଘଟିବା ପରେ ସତ୍ୟବ୍ରତଙ୍କ ମୃତ୍ୟୁ ଖବର ପାଇ ଗାଡ଼ି ମାଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ସେଠାରୁ ଅନ୍ୟ ଜଣେ ଡ୍ରାଇଭରଙ୍କ ସହାୟତାରେ ନିଜ କାରଟିକୁ ଫେରାଇ ନେଉଥିବା ବେଳେ ଶିଶୁ ଭବନ ଛକ ଓଭରବ୍ରିଜ୍ ଉପରେ ଭାରସାମ୍ୟ ହରାଇ ଗାଡ଼ିଟି ତଳକୁ ଖସି ପଡ଼ିଥିଲା ବୋଲି ଅନୁମାନ କରାଯାଉଛି। ପ୍ରଥମେ ଏହା କେବଳ ଏକ ସଡ଼କ ଦୁର୍ଘଟଣା ବୋଲି ମନେ କରାଯାଉଥିଲେ ହେଁ, ପରବର୍ତ୍ତୀ ସମୟରେ ଏହା ପଛରେ ଥିବା ହତ୍ୟା ରହସ୍ୟ ପଦାକୁ ଆସିଥିଲା।

https://www.thesakala.in/latest-odisha-news/bhubaneswar-car-accident-reveals-murder-mystery-satyabrata-pradhan-death/article-44515
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର