ଧାନରେ କଟନୀ ଛଟନୀ ଓ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆସନ୍ତା ୧୬ରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଲା ବିଜେଡି

Madhusudan Das Picture
Published On

ଭଦ୍ରକ: ଧାନରେ କଟନୀ ଛଟନୀ, ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆଗାମୀ ୧୬ ତାରିଖରେ ଭଦ୍ରକରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନୂତନ ବିଜେଡି ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାଙ୍ଗଠନିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ପ୍ରମୁଖଙ୍କ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ନେତୃବୃନ୍ଦ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏହି ଅବସରରେ ନୂତନ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ସଭାପତି ପରି ଗୁରୁ ଦାୟିତ୍ବ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ୟୋମକେଶ । ଅନ୍ୟପଟେ ଜିଲ୍ଲାରେ ଚାଲିଥିବା ଚାଷୀ ଶୋଷଣ, ମିଲରଙ୍କ ମନମାନି ଓ ପ୍ରଶାସନର ନିରବତାକୁ ନେଇ ଆଗାମୀ ୧୬ରେ ଭଦ୍ରକ ବିଜେଡି ପକ୍ଷରୁ ଦଶ ହଜାର ଚାଷୀଙ୍କୁ ନେଇ ବିଶାଳ ଚାଷୀ ସମାବେଶ କରାଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

08 Feb 2026 By Madhusudan Das

ଧାନରେ କଟନୀ ଛଟନୀ ଓ ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆସନ୍ତା ୧୬ରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଲା ବିଜେଡି

ଭଦ୍ରକ: ଧାନରେ କଟନୀ ଛଟନୀ, ଚାଷୀଙ୍କୁ ଶୋଷଣ ପ୍ରତିବାଦରେ ଆଗାମୀ ୧୬ ତାରିଖରେ ଭଦ୍ରକରେ ବିଶାଳ ଚାଷୀ ଆନ୍ଦୋଳନ ଡାକରା ଦେଇଛି ବିଜେଡି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ନୂତନ ବିଜେଡି ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାଙ୍ଗଠନିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ପ୍ରମୁଖଙ୍କ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ତ ନେତୃବୃନ୍ଦ ସାମିଲ ହୋଇଥିଲେ ।

ଏହି ଅବସରରେ ନୂତନ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲା ସଭାପତି ପରି ଗୁରୁ ଦାୟିତ୍ବ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ୟୋମକେଶ । ଅନ୍ୟପଟେ ଜିଲ୍ଲାରେ ଚାଲିଥିବା ଚାଷୀ ଶୋଷଣ, ମିଲରଙ୍କ ମନମାନି ଓ ପ୍ରଶାସନର ନିରବତାକୁ ନେଇ ଆଗାମୀ ୧୬ରେ ଭଦ୍ରକ ବିଜେଡି ପକ୍ଷରୁ ଦଶ ହଜାର ଚାଷୀଙ୍କୁ ନେଇ ବିଶାଳ ଚାଷୀ ସମାବେଶ କରାଯିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/bjd-calls-a-massive-farmers-protest-on-16th-february-to-protest-against-paddy-mandi-problem/article-44510
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର