ବିଜୁବାବୁଙ୍କ ସେବା, ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ, ଓଡ଼ିଶାର ସ୍ବାଭିମାନ ପାଇଁ କାମ କରିବା

The Sakala Picture
Published On

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀରେ ବିଜେଡି କାର୍ଯ୍ୟାଳୟରେ ସମବେତ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ନବୀନ କହିଛନ୍ତି ଯେ, ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା । ଯାହା ବିଜେଡିର ମଧ୍ୟ ଲକ୍ଷ୍ୟ । ତେଣୁ ବିଜେଡି ଓଡିଶାବାସୀଙ୍କ ପ୍ରିୟ ଦଳ ହୋଇ ରହିଛି ଓ ରହିବ । ନବୀନ କହିଛନ୍ତି […]

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀରେ ବିଜେଡି କାର୍ଯ୍ୟାଳୟରେ ସମବେତ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ନବୀନ କହିଛନ୍ତି ଯେ, ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା । ଯାହା ବିଜେଡିର ମଧ୍ୟ ଲକ୍ଷ୍ୟ । ତେଣୁ ବିଜେଡି ଓଡିଶାବାସୀଙ୍କ ପ୍ରିୟ ଦଳ ହୋଇ ରହିଛି ଓ ରହିବ । ନବୀନ କହିଛନ୍ତି ଗାଁ କଚ୍ଚା ଘର ପକ୍କା ହେଉଛି, ଘରେ ଘରେ ପାଣି ପହଂଚୁଛି ଏବଂ ବିଜୁଳି ଆଲୁଅରେ ଘର ଉଜ୍ୱଳ ଦିଶିଲେ ଲୋକଙ୍କ ମୁହଁରେ ହସ ଫୁଟୁଛି । ଯାହା ବିଜେଡି ପାଇଁ ବଡ ପୁରସ୍କାର ବୋଲି ନବୀନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁ ବାବୁଙ୍କ ଜୀବନର ଲକ୍ଷ୍ୟ । ସେବା ଓ ସ୍ୱାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ବିଜୁ ଜନତା ଦଳର ଲକ୍ଷ ଲକ୍ଷ ଭାଇ ଭଉଣୀ କାମ କରିଚାଲିଛନ୍ତି । ସେମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ପ୍ରିୟ ଦଳ ହୋଇପାରିଛି ଏବଂ ହୋଇରହିଥିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତି ଅବସରରେ ସେ ଆହୁରି କହିଛନ୍ତି ଯେ, ଆଜି ଯେତେବେଳେ ଗାଁର କଚ୍ଚା ଘରେ ରହୁଥିବା ଲୋକଙ୍କ ଘର ପକ୍କା ହେଉଛି, ତାଙ୍କ ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୋକରେ ତାଙ୍କ ଘର ଉଜ୍ଜଳ ଦିଶୁଛି । ସେତେବଳେ ତା’ ମୁହଁରେ ହସ ଆସୁଛି । ତାହା ହେଉଛି ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର । ଆଜି ଯେତେବେଳେ ମା’ଟି ପଞ୍ଚାୟତ ଅଫିସରେ ବସି ଗାଁ ବିକାଶ କଥା ଚିନ୍ତା କରୁଛି, ମିଶନଶକ୍ତିର ମା’ଟି ଋଣ ଆଣି ପରିଶ୍ରମ କରି ପରିବାର ପାଇଁ ସମୃଦ୍ଧି ଆଣୁଛି, ସେତେବେଳେ ବିକାଶର ଚିତ୍ର ଉଜ୍ଜଳ ଦିଶୁଛି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ପାଇଁ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ସୁଯୋଗ ସୃଷ୍ଟି ହେଉଛି, ସେତେବେଳେ ଯୁବ ସମାଜର ସ୍ୱପ୍ନ ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ତଥାପି ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ବିଜୁ ବାବୁଙ୍କ ଜୟନ୍ତି ଓଡ଼ିଶାବାସୀଙ୍କ ସେବା କରିବା ନେଇ ଶପଥ ନେବାକୁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏବଂ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର