ସଂସଦରେ ଦାବି ଦୋହରାଇଲା ବିଜେଡି: ବିପର୍ଯ୍ୟୟପ୍ରବଣ ଓଡ଼ିଶାକୁ ଦିଅ ‘ଫୋକସ୍‍ ଷ୍ଟେଟ’ ମାନ୍ୟତା

The Sakala Picture
Published On

ଭୁୁବନେଶ୍ୱର: ସଂସଦର ଉଚ୍ଚ ସଦନ ରାଜ୍ୟସଭାର ବିଜେଡି ପୁଣି ଥରେ ଦୋହରାଇଛି ‘ଫୋକସ ଷ୍ଟେଟ୍‍’ ପ୍ରସଙ୍ଗ। ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପରି ଅନୁଦାନରେ ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା ଦେବା ପାଇଁ ମଧ୍ୟ ଦଳ ଦାବି କରିଛି। ଶୁକ୍ରବାର ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଡ଼. ସସ୍ମିତ ପାତ୍ର ଓଡ଼ିଶାକୁ ‘ଫୋକସ ଷ୍ଟେଟ୍‍’ ମାନ୍ୟତା ପ୍ରସଙ୍ଗ ଦୋହରାଇବା ସହ କେନ୍ଦ୍ର ସରକାର ଏ ଦିଗରେ ଯତ୍ନବାନ ହେବାକୁ ଅନୁରୋଧ […]

ଭୁୁବନେଶ୍ୱର: ସଂସଦର ଉଚ୍ଚ ସଦନ ରାଜ୍ୟସଭାର ବିଜେଡି ପୁଣି ଥରେ ଦୋହରାଇଛି ‘ଫୋକସ ଷ୍ଟେଟ୍‍’ ପ୍ରସଙ୍ଗ। ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପରି ଅନୁଦାନରେ ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା ଦେବା ପାଇଁ ମଧ୍ୟ ଦଳ ଦାବି କରିଛି। ଶୁକ୍ରବାର ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଡ଼. ସସ୍ମିତ ପାତ୍ର ଓଡ଼ିଶାକୁ ‘ଫୋକସ ଷ୍ଟେଟ୍‍’ ମାନ୍ୟତା ପ୍ରସଙ୍ଗ ଦୋହରାଇବା ସହ କେନ୍ଦ୍ର ସରକାର ଏ ଦିଗରେ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି। ଡ଼. ପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଧାରାବାହିକ ଭାବେ ଉନ୍ନତି କରି ଚାଲିଛି। ମାତ୍ର ଓଡ଼ିଶାର ପ୍ରଗତିରେ ନିୟମିତ ଭାବରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବାଧକ ହେଉଛି। ବନ୍ୟା ଓ ବାତ୍ୟା ଓଡ଼ିଶାର ସହଚର ପାଲଟିଛି, ଯାହା ରାଜ୍ୟର ଆର୍ଥିକ ଅଗ୍ରଗତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ କୈନ୍ଦ୍ରିକ ରାଜ୍ୟ (ଫୋକସ ଷ୍ଟେଟ୍‍) ମାନ୍ୟତା ମିଳିଲେ ରାଜ୍ୟର ବିକାଶ ଆହୁରି ଦ୍ରୁତଗାମୀ ହୋଇ ପାରନ୍ତା। ଏହି ପ୍ରସଙ୍ଗକୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ଅନୁଦାନ ଅନୁପାତରେ ଥିବା ତାରତମ୍ୟ ଦୂର ଲାଗି ଅନୁରୋଧ କରିଛନ୍ତି। ମାତ୍ର ଯାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟାନ୍ୟ ସହାୟତାଗୁଡ଼ିକ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ନିମନ୍ତେ ୬୦:୪୦ ଅନୁପାତ ପରିବର୍ତ୍ତେ ୯୦:୧୦ କରିବାକୁ ଡ଼. ପାତ୍ର ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ରାଜ୍ୟ କ୍ଷତିଗ୍ରସ୍ତ ହେଉଛି। ତେଣୁ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ୩ ବର୍ଷ ପାଇଁ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନର ପ୍ରତିଶତ ୯୦ ପ୍ରତିଶତ ଏବଂ ରାଜ୍ୟର ୧୦ ପ୍ରତିଶତ କରାଗଲେ, ଓଡ଼ିଶା ଲାଭବାନ ହୁଅନ୍ତା ବୋଲି ଡ଼. ପାତ୍ର କହିଛନ୍ତି। ସମ୍ପ୍ରତି ୬୦:୪୦ ପ୍ରତିଶତ ରହୁଥିବା ଯୋଜନାରେ ରାଜ୍ୟର ପ୍ରଶାସନିକ ଖର୍ଚ୍ଚକୁ ଯୋଡ଼ାଗଲେ କେନ୍ଦ୍ର ଓ ରାଜ୍ୟ ଅନୁପାତ ପାଖାପାଖି ୫୦:୫୦ରେ ପହଞ୍ଚୁଛି। ଏହା ଦ୍ୱାରା ରାଜ୍ୟର ଦୀର୍ଘକାଳୀନ ଭିତ୍ତିଭୂମି ନିର୍ମାଣରେ ନିମନ୍ତେ ରାଜ୍ୟ ସରକାରଙ୍କୁ ପାଣ୍ଠି ଯୋଗାଡ଼ କରିବା କଷ୍ଟକର ହେଉଛି। ଅନୁଦାନ ହାର ପରିବର୍ତ୍ତନ କରାଗଲେ ଏହା ରାଜ୍ୟର ବିକାଶରେ ସହାୟକ ହେବା ସହ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକର ସ୍ୱତନ୍ତ୍ର ଉନ୍ନତି କରାଯାଇ ପାରିବ ବୋଲି ଡ଼. ପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ପାହ୍ୟା ମିଳୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଫୋରମରେ ଏକାଧିକ ଥର ଦାବି କରି ଆସୁଛନ୍ତି। ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟର ୩ ବର୍ଷ ଅବଧି ମଧ୍ୟରେ କେନ୍ଦ୍ର, ରାଜ୍ୟ ଅନୁଦାନ ପ୍ରତିଶତ ଯଥାକ୍ରମେ ୯୦ ପ୍ରତିଶତ ଓ ୧୦ ପ୍ରତିଶତ ରହୁ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିସାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାଙ୍କିଙ୍ଗ୍‍ ସାନ୍ଧ୍ରତା ବୃଦ୍ଧି ପାଇଁ ମଧ୍ୟ ବିଜେଡି ପକ୍ଷରୁ ଦାବି କରାଯାଇଛି। ବିଶେଷ କରି କେବିକେ ଅଞ୍ଚଳଗୁଡିକରେ ବ୍ୟାଙ୍କ ସେବା, ଟେଲି ସାନ୍ଦ୍ରତା, ଇଣ୍ଟରନେଟ୍‍ ବ୍ୟବହାର ବୃଦ୍ଧି ଉପରେ ବିଜେଡ଼ି ଗୁରୁତ୍ୱ ଦେଇ ଆସୁଛି। ଏହି ଅଞ୍ଚଳଗୁଡିକର ସମତୁଲ ବିକାଶ ନିମନ୍ତେ କେନ୍ଦ୍ର ଦ୍ୱାରା ସ୍ୱତନ୍ତ୍ର ସହାୟତା ଏବଂ ଅତିରିକ୍ତ ସହଯୋଗର ଆବଶ୍ୟକତା ରହିଛି। ପୂର୍ବରୁ କେନ୍ଦ୍ର ସରକାର କେବିକେ ଅଞ୍ଚଳର ବିକାଶ ନିମନ୍ତେ ପ୍ରଦାନ କରୁଥିବା ସ୍ୱତନ୍ତ୍ର ଅନୁଦାନ ବନ୍ଦ କରି ଦେଇଛନ୍ତି। ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଏଥିପାଇଁ ଅର୍ଥ ବରାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିୟମିତ ବ୍ୟବଧାନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ସାମଗ୍ରିକ ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ (ଫୋକସ ଷ୍ଟେଟ) ମାନ୍ୟତା ଆବଶ୍ୟକ କରୁଛି ବୋଲି ଡ଼. ପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

07 Aug 2021 By The Sakala

ସଂସଦରେ ଦାବି ଦୋହରାଇଲା ବିଜେଡି: ବିପର୍ଯ୍ୟୟପ୍ରବଣ ଓଡ଼ିଶାକୁ ଦିଅ ‘ଫୋକସ୍‍ ଷ୍ଟେଟ’ ମାନ୍ୟତା

ଭୁୁବନେଶ୍ୱର: ସଂସଦର ଉଚ୍ଚ ସଦନ ରାଜ୍ୟସଭାର ବିଜେଡି ପୁଣି ଥରେ ଦୋହରାଇଛି ‘ଫୋକସ ଷ୍ଟେଟ୍‍’ ପ୍ରସଙ୍ଗ। ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପରି ଅନୁଦାନରେ ୯୦:୧୦ ଅନୁପାତରେ କେନ୍ଦ୍ରୀୟ ସହାୟତା ଦେବା ପାଇଁ ମଧ୍ୟ ଦଳ ଦାବି କରିଛି। ଶୁକ୍ରବାର ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଡ଼. ସସ୍ମିତ ପାତ୍ର ଓଡ଼ିଶାକୁ ‘ଫୋକସ ଷ୍ଟେଟ୍‍’ ମାନ୍ୟତା ପ୍ରସଙ୍ଗ ଦୋହରାଇବା ସହ କେନ୍ଦ୍ର ସରକାର ଏ ଦିଗରେ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି। ଡ଼. ପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଧାରାବାହିକ ଭାବେ ଉନ୍ନତି କରି ଚାଲିଛି। ମାତ୍ର ଓଡ଼ିଶାର ପ୍ରଗତିରେ ନିୟମିତ ଭାବରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବାଧକ ହେଉଛି। ବନ୍ୟା ଓ ବାତ୍ୟା ଓଡ଼ିଶାର ସହଚର ପାଲଟିଛି, ଯାହା ରାଜ୍ୟର ଆର୍ଥିକ ଅଗ୍ରଗତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ କୈନ୍ଦ୍ରିକ ରାଜ୍ୟ (ଫୋକସ ଷ୍ଟେଟ୍‍) ମାନ୍ୟତା ମିଳିଲେ ରାଜ୍ୟର ବିକାଶ ଆହୁରି ଦ୍ରୁତଗାମୀ ହୋଇ ପାରନ୍ତା। ଏହି ପ୍ରସଙ୍ଗକୁ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ବିଜେଡି ସାଂସଦମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ଅନୁଦାନ ଅନୁପାତରେ ଥିବା ତାରତମ୍ୟ ଦୂର ଲାଗି ଅନୁରୋଧ କରିଛନ୍ତି। ମାତ୍ର ଯାହା ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ କେନ୍ଦ୍ରୀୟ ଅନୁଦାନ ଓ ଅନ୍ୟାନ୍ୟ ସହାୟତାଗୁଡ଼ିକ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ନିମନ୍ତେ ୬୦:୪୦ ଅନୁପାତ ପରିବର୍ତ୍ତେ ୯୦:୧୦ କରିବାକୁ ଡ଼. ପାତ୍ର ଦାବି କରିଛନ୍ତି।

ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ରାଜ୍ୟ କ୍ଷତିଗ୍ରସ୍ତ ହେଉଛି। ତେଣୁ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ୩ ବର୍ଷ ପାଇଁ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନର ପ୍ରତିଶତ ୯୦ ପ୍ରତିଶତ ଏବଂ ରାଜ୍ୟର ୧୦ ପ୍ରତିଶତ କରାଗଲେ, ଓଡ଼ିଶା ଲାଭବାନ ହୁଅନ୍ତା ବୋଲି ଡ଼. ପାତ୍ର କହିଛନ୍ତି। ସମ୍ପ୍ରତି ୬୦:୪୦ ପ୍ରତିଶତ ରହୁଥିବା ଯୋଜନାରେ ରାଜ୍ୟର ପ୍ରଶାସନିକ ଖର୍ଚ୍ଚକୁ ଯୋଡ଼ାଗଲେ କେନ୍ଦ୍ର ଓ ରାଜ୍ୟ ଅନୁପାତ ପାଖାପାଖି ୫୦:୫୦ରେ ପହଞ୍ଚୁଛି। ଏହା ଦ୍ୱାରା ରାଜ୍ୟର ଦୀର୍ଘକାଳୀନ ଭିତ୍ତିଭୂମି ନିର୍ମାଣରେ ନିମନ୍ତେ ରାଜ୍ୟ ସରକାରଙ୍କୁ ପାଣ୍ଠି ଯୋଗାଡ଼ କରିବା କଷ୍ଟକର ହେଉଛି। ଅନୁଦାନ ହାର ପରିବର୍ତ୍ତନ କରାଗଲେ ଏହା ରାଜ୍ୟର ବିକାଶରେ ସହାୟକ ହେବା ସହ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକର ସ୍ୱତନ୍ତ୍ର ଉନ୍ନତି କରାଯାଇ ପାରିବ ବୋଲି ଡ଼. ପାତ୍ର କହିଛନ୍ତି।

ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ପାହ୍ୟା ମିଳୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଫୋରମରେ ଏକାଧିକ ଥର ଦାବି କରି ଆସୁଛନ୍ତି। ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟର ୩ ବର୍ଷ ଅବଧି ମଧ୍ୟରେ କେନ୍ଦ୍ର, ରାଜ୍ୟ ଅନୁଦାନ ପ୍ରତିଶତ ଯଥାକ୍ରମେ ୯୦ ପ୍ରତିଶତ ଓ ୧୦ ପ୍ରତିଶତ ରହୁ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିସାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାଙ୍କିଙ୍ଗ୍‍ ସାନ୍ଧ୍ରତା ବୃଦ୍ଧି ପାଇଁ ମଧ୍ୟ ବିଜେଡି ପକ୍ଷରୁ ଦାବି କରାଯାଇଛି। ବିଶେଷ କରି କେବିକେ ଅଞ୍ଚଳଗୁଡିକରେ ବ୍ୟାଙ୍କ ସେବା, ଟେଲି ସାନ୍ଦ୍ରତା, ଇଣ୍ଟରନେଟ୍‍ ବ୍ୟବହାର ବୃଦ୍ଧି ଉପରେ ବିଜେଡ଼ି ଗୁରୁତ୍ୱ ଦେଇ ଆସୁଛି। ଏହି ଅଞ୍ଚଳଗୁଡିକର ସମତୁଲ ବିକାଶ ନିମନ୍ତେ କେନ୍ଦ୍ର ଦ୍ୱାରା ସ୍ୱତନ୍ତ୍ର ସହାୟତା ଏବଂ ଅତିରିକ୍ତ ସହଯୋଗର ଆବଶ୍ୟକତା ରହିଛି। ପୂର୍ବରୁ କେନ୍ଦ୍ର ସରକାର କେବିକେ ଅଞ୍ଚଳର ବିକାଶ ନିମନ୍ତେ ପ୍ରଦାନ କରୁଥିବା ସ୍ୱତନ୍ତ୍ର ଅନୁଦାନ ବନ୍ଦ କରି ଦେଇଛନ୍ତି। ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଏଥିପାଇଁ ଅର୍ଥ ବରାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିୟମିତ ବ୍ୟବଧାନରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାର ସାମଗ୍ରିକ ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ (ଫୋକସ ଷ୍ଟେଟ) ମାନ୍ୟତା ଆବଶ୍ୟକ କରୁଛି ବୋଲି ଡ଼. ପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର