ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଶୁଭିବ ବ୍ରହ୍ମ ମହାମହିମା ଧ୍ବନି

Madhusudan Das Picture
Published On

ଗଁଦିଆ: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହୋଇଛି । ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଯୋରନ୍ଦା ପୀଠ । ୪ ଦିନ ବ୍ୟାପୀ ଚାଲିବ ମେଳା । ଶୁଭିବ ବ୍ରହ୍ମ ମହାମହିମା ଧ୍ବନି । ମାଘ ଚତୁର୍ଦ୍ଦଶୀରେ ଏକତ୍ରିତ ହେବେ ମହିମା ସାଧୁସନ୍ଥ ଓ ସନ୍ନ୍ୟାସୀ। ସେମାନଙ୍କ ଅନୁଗାମୀ ଭକ୍ତ ଶିଷ୍ୟ ଲକ୍ଷାଧିକ ସଂଖ୍ୟାରେ ଯୋରନ୍ଦା ମେଳାରେ ଗୁରୁଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବେ । ସନ୍ଧ୍ୟା ୫ଟା ୧୫ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯାଇଛି । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିଛନ୍ତି । ମହିମା ଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ସଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି। ମାନସିକ କରିଥିବା ଶିଶୁମାନଙ୍କ କେଶ ମୁଣ୍ଡନ କରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଶନିବାର ଭୋର୍‌ ସାଢେ଼ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ବ୍ରାହ୍ମ ମୁହୂର୍ତ୍ତରେ ମନ୍ଦିର ଚାରିଦ୍ୱାର ଖୋଲାଯାଇ ରୁପାଗରାରେ ପାଣି ମନ୍ଦିର ଚତୁଃପାଶ୍ୱର୍ରେ ସିଞ୍ଚନ କାରାଯାଇଛି । ଅଗୁର, କର୍ପୂର ଓ ଚନ୍ଦନ ପାଣି ସିଞ୍ଚନ ପରେ ଛେରାପହଁରା କାରାଯାଇଛି। ତ୍ରିସନ୍ଧ୍ୟା ପୂଜା ପରେ ୫ଟା ୧୫ରେ ଝାଡ଼ଦୀପ ପ୍ରଜ୍ୱଳିତ ହୋଇଛି । ସକାଳ ୫ଟା ସୁଦ୍ଧା ପ୍ରଭୁଙ୍କ ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷାଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରତେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀ ନିଜ କାର୍ଯ୍ୟ ସମ୍ପାଦନ କରିବା ସହ ଜଗତ ଭକତର ମଙ୍ଗଳ କାମନା କରିବେ। 

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ ପସରା ମେଲାଇଛନ୍ତି। ଅନୁକୂଳ ପାଗ ଯୋଗୁଁ ବିଭିନ୍ନ ପ୍ରାନ୍ତରୁ ମହିମା ସନ୍ନ୍ୟାସୀ, ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ମନୋରଞ୍ଜନ ପାଇଁ ରାତିରେ ବିଭିନ୍ନ ଅପେରା ନାଟକ ପରିବେଷଣ କରିବା ବ୍ୟବସ୍ଥା ହୋଇଛି। ଏଥିସହ ବିଭିନ୍ନ ରକମର ଦୋଳି, ମିନାବଜାର, ଭଳିକି ଭଳି ଖାଦ୍ୟ ସାମଗ୍ରୀ ଷ୍ଟଲ ଖୋଲାଯାଇଛି। ଆଞ୍ଚଳିକ ଶିଳ୍ପକାଳର ହସ୍ତଶିଳ୍ପ ପ୍ରଦର୍ଶନୀ ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କୁହାଯାଉଛି। ଫେବୃଆରୀ ୧ରେ ମୁଖ୍ୟମନ୍ତୀ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ବାରମ୍ବାର ପରିଦର୍ଶନରେ ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

31 Jan 2026 By Madhusudan Das

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଶୁଭିବ ବ୍ରହ୍ମ ମହାମହିମା ଧ୍ବନି

ଗଁଦିଆ: ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହୋଇଛି । ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ଯୋରନ୍ଦା ପୀଠ । ୪ ଦିନ ବ୍ୟାପୀ ଚାଲିବ ମେଳା । ଶୁଭିବ ବ୍ରହ୍ମ ମହାମହିମା ଧ୍ବନି । ମାଘ ଚତୁର୍ଦ୍ଦଶୀରେ ଏକତ୍ରିତ ହେବେ ମହିମା ସାଧୁସନ୍ଥ ଓ ସନ୍ନ୍ୟାସୀ। ସେମାନଙ୍କ ଅନୁଗାମୀ ଭକ୍ତ ଶିଷ୍ୟ ଲକ୍ଷାଧିକ ସଂଖ୍ୟାରେ ଯୋରନ୍ଦା ମେଳାରେ ଗୁରୁଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ କରିବେ । ସନ୍ଧ୍ୟା ୫ଟା ୧୫ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯାଇଛି । ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିଛନ୍ତି । ମହିମା ଗାଦିରେ ଯୋରନ୍ଦା ମେଳା ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ସଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି। ମାନସିକ କରିଥିବା ଶିଶୁମାନଙ୍କ କେଶ ମୁଣ୍ଡନ କରି ଅଭିଭାବକମାନେ ମେଳା ଭ୍ରମଣ ଆରମ୍ଭ କରିଦେଲେଣି।

ଶନିବାର ଭୋର୍‌ ସାଢେ଼ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ସମେତ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଛି । ବ୍ରାହ୍ମ ମୁହୂର୍ତ୍ତରେ ମନ୍ଦିର ଚାରିଦ୍ୱାର ଖୋଲାଯାଇ ରୁପାଗରାରେ ପାଣି ମନ୍ଦିର ଚତୁଃପାଶ୍ୱର୍ରେ ସିଞ୍ଚନ କାରାଯାଇଛି । ଅଗୁର, କର୍ପୂର ଓ ଚନ୍ଦନ ପାଣି ସିଞ୍ଚନ ପରେ ଛେରାପହଁରା କାରାଯାଇଛି। ତ୍ରିସନ୍ଧ୍ୟା ପୂଜା ପରେ ୫ଟା ୧୫ରେ ଝାଡ଼ଦୀପ ପ୍ରଜ୍ୱଳିତ ହୋଇଛି । ସକାଳ ୫ଟା ସୁଦ୍ଧା ପ୍ରଭୁଙ୍କ ଅବକାଶ ସ୍ତୁତି ପ୍ରାର୍ଥନା, ଭିକ୍ଷାଭଜନ ଆଦି ପାଠ ପରେ ଶୂନ୍ୟପ୍ରଭୁଙ୍କ ନିକଟରେ ଅମୁଣିଆ ପ୍ରସାଦ ଅର୍ପଣ କରାଯାଇ ବାଳକ, ବାଳିକା ତଥା ସର୍ବସାଧାରଣଙ୍କୁ ମହାପ୍ରସାଦ ବିତରଣ କରାଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପ୍ରତେକ ମନ୍ଦିରର ନୀତିସେବକ ସନ୍ନ୍ୟାସୀ ନିଜ କାର୍ଯ୍ୟ ସମ୍ପାଦନ କରିବା ସହ ଜଗତ ଭକତର ମଙ୍ଗଳ କାମନା କରିବେ। 

ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ ପସରା ମେଲାଇଛନ୍ତି। ଅନୁକୂଳ ପାଗ ଯୋଗୁଁ ବିଭିନ୍ନ ପ୍ରାନ୍ତରୁ ମହିମା ସନ୍ନ୍ୟାସୀ, ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ମନୋରଞ୍ଜନ ପାଇଁ ରାତିରେ ବିଭିନ୍ନ ଅପେରା ନାଟକ ପରିବେଷଣ କରିବା ବ୍ୟବସ୍ଥା ହୋଇଛି। ଏଥିସହ ବିଭିନ୍ନ ରକମର ଦୋଳି, ମିନାବଜାର, ଭଳିକି ଭଳି ଖାଦ୍ୟ ସାମଗ୍ରୀ ଷ୍ଟଲ ଖୋଲାଯାଇଛି। ଆଞ୍ଚଳିକ ଶିଳ୍ପକାଳର ହସ୍ତଶିଳ୍ପ ପ୍ରଦର୍ଶନୀ ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କୁହାଯାଉଛି। ଫେବୃଆରୀ ୧ରେ ମୁଖ୍ୟମନ୍ତୀ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ବାରମ୍ବାର ପରିଦର୍ଶନରେ ଆସୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର