ଯୁବପିଢ଼ିଙ୍କ ପାଇଁ ମୋବାଇଲ୍‍ ନିଶା ହେଉଛି କାଳ: ୬ ମାସରେ ଗଲାଣି ୭୦ ଜୀବନ

The Sakala Picture
Published On

ଭୁବନେଶ୍ୱର: ମୋବାଇଲ୍‍ ଫୋନ୍‍ ଆଜିର ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କଲାଣି। ଏହାର ଉଦାହରଣ ହେଉଛି ଗତ ୬ ମାସର ପୁଲିସ ରେକର୍ଡ। କମିସନରେଟ୍‍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୬ ମାସ ମଧ୍ୟରେ ମୋବାଇଲ ପାଇଁ କେବଳ ୭୦ ଜଣ ଆତ୍ମହତ୍ୟା କରିଛନ୍ତି। ଯାହା କେବଳ ପିଲାଙ୍କ ଅଭିଭାବକ କି ପୁଲିସ ନୁହେଁ, ମନସ୍ତତ୍ତ୍ୱବିତ୍‍ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଦୁଇ ଦିନ ତଳେ ନୂଆପଲ୍ଲୀ ଥାନା ନେହୁର ବସ୍ତିରେ ମୋବାଇଲ ବ୍ୟବହାରକୁ କେନ୍ଦ୍ରକରି ଜଣେ […]

ଭୁବନେଶ୍ୱର: ମୋବାଇଲ୍‍ ଫୋନ୍‍ ଆଜିର ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କଲାଣି। ଏହାର ଉଦାହରଣ ହେଉଛି ଗତ ୬ ମାସର ପୁଲିସ ରେକର୍ଡ। କମିସନରେଟ୍‍ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୬ ମାସ ମଧ୍ୟରେ ମୋବାଇଲ ପାଇଁ କେବଳ ୭୦ ଜଣ ଆତ୍ମହତ୍ୟା କରିଛନ୍ତି। ଯାହା କେବଳ ପିଲାଙ୍କ ଅଭିଭାବକ କି ପୁଲିସ ନୁହେଁ, ମନସ୍ତତ୍ତ୍ୱବିତ୍‍ଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଦୁଇ ଦିନ ତଳେ ନୂଆପଲ୍ଲୀ ଥାନା ନେହୁର ବସ୍ତିରେ ମୋବାଇଲ ବ୍ୟବହାରକୁ କେନ୍ଦ୍ରକରି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ସେହିଭଳି ୩ମାସ ତଳେ ସହିଦନଗର ଥାନା ଅଞ୍ଚଳରେ ଜଣେ ଛାତ୍ର ମୋବାଇଲ୍‍ରେ ଗେମ୍‍ ଖେଳୁଥିଲେ। ସେ ଏହି ଗେମ୍‍ ମାଧ୍ୟମରେ ଏକାଧିକ ଟଙ୍କା ଲଗାଇଥିଲେ। କିନ୍ତୁ ଗେମ୍‍ ହାରିଯିବା ପରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ। କେବଳ ସେତିକି ନୁହେଁ ନୂଆପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପୁଅ ମଧ୍ୟ ଏହି ମୋବାଇଲ୍‍ ପାଇଁ ଜୀବନ ହାରିଥିଲେ। ପରିବାର ଲୋକେ ମୋବାଇଲ୍‍ ଦେଲେନି ବୋଲି ସେ ରାଗରେ ଆତ୍ମହତ୍ୟା କରି ଦେଇଥିଲେ। ତେଣୁ ଗତ କିଛିମାସ ହେବ ରାଜଧାନୀରେ ମୋବାଇଲ୍‍ ପାଇଁ ଆତ୍ମହତ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ମିଳିଥିବା ତଥ୍ୟ ଅନୁସାରେ ଗତ ୬ମାସରେ ରାଜଧାନୀରେ ୧୫୧ ଜଣ ଆତ୍ମହତ୍ୟା କରିଛନ୍ତିି। ଏଥିରେ ରଶି ଲଗାଇ ଅଧିକ ଜଣ ଆତ୍ମହତ୍ୟା କରିଛନ୍ତି। ରଶି ଗଲାଇ ୫୮ଜଣ ଆତ୍ମହତ୍ୟା କରିଥିବା ବେଳେ ବିଷ ପିଇ ୫୪ ଏବଂ ନିଆଁରେ ପୋଡ଼ି ହୋଇ ୩୯ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସହରରେ ଯେତିକି ଏବେ ଆତ୍ମହତ୍ୟା ଘଟଣା ସାମ୍‍ନାକୁ ଆସୁଛି ୭୦ପ୍ରତିଶତ ଯୁବାଗୋଷ୍ଠୀ। ୧୮ରୁ ୧୫ ବର୍ଷର ଯୁବବର୍ଗଙ୍କ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ପ୍ରେମ, ପାଠପଢ଼଼ାରେ ଚାପ, ପରିବାରଲୋକେ ଗାଳିଗୁଲଜ କରିବାରୁ ଅଧିକ ଯୁବଗୋଷ୍ଠୀ ଆତ୍ମହତ୍ୟା କରିଛନ୍ତି। ଆଉ ଏକ ବର୍ଗ ହେଲେ ୨୫ରୁ ୩୮ ବୟସର। ପାରିବାରିକ କହଳ, କର୍ମକ୍ଷେତ୍ରରେ ଚାପ ଆଦିକୁ ନେଇ ମାନସିକ ଚାପରେ ଗତି କରନ୍ତି। ପରବର୍ତ୍ତୀ ସମୟରେ ସେମାନେ ଆତ୍ମହତ୍ୟା ଭଳି ବାଟ ବାଛିଛନ୍ତି। ଗତ ୬ ମାସରେ ୭୦ ଜଣ ମୋବାଇଲ୍‍ ପାଇଁ ଆତ୍ମହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ସେପଟେ ଗତବର୍ଷ ରାଜଧାନୀରେ ମୋଟ ୩୧୦ଜଣ ଆତ୍ମହତ୍ୟା କରିଥିବା ବେଳେ ସେଥିମଧ୍ୟରୁ ଯୁବପିଢ଼ି ଅଧିକ ଜୀବନ ହାରିଛନ୍ତି। ସେଥିରୁ ୯୦ ଜଣ ମୋବାଇଲ୍‍ ପାଇଁ ଜୀବନ ହାରିଥିଲେ। ତେବେ ପ୍ରଥମ ୬ମାସରେ ରାଜଧାନୀରେ ୧୪୨ଜଣ ଆତ୍ମହତ୍ୟା କରିଥିଲେ। କିନ୍ତୁ ଚଳିତବର୍ଷ ପ୍ରଥମ ୬ମାସରେ ଏହା ୧୫୧କୁ ପହଞ୍ଚିଯାଇଛି। ପରିସଂଖାନ ଦେଖିଲେ ଏଥିର ଆତ୍ମହତ୍ୟା ଟ୍ରେଣ୍ଡ୍‍ ବୃଦ୍ଧି ହୋଇଛି। ୨୦୨୦ରେ ପ୍ରଥମ ୬ମାସରେ ନିଆଁରେ ପୋଡ଼ି ହୋଇ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଷ ପିଇ ୫୪ଜଣ ଆତ୍ମହତ୍ୟା କରିଥିଲେ। ସେଭଳି ରଶିଲଗାଇ ୬୫ଜଣ ଆତ୍ମହତ୍ୟା କରିଥିଲେ। ତେଣୁ ଦେଖିବାକୁ ଗଲେ ମୋବାଇଲ୍‍ ପାଇଁ ଏବେ ଯୁବପିଢ଼ିଙ୍କ ଜୀବନ ଯାଉଛି।

ସେପଟେ ମନସ୍ତତ୍ତ୍ୱବିତ୍‍ଙ୍କ କହିବା କଥା ଯୁବପିଢ଼ିମାନେ ମୋବାଇଲରେ ଅଧିକ ସମୟ ବିତାଇବା ଦ୍ୱାରା ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡୁଛି। ସେମାନେ ସାଙ୍ଗ ସାଥିଙ୍କ ସହ କଥା ନ ହେବା ଦ୍ୱାରା ନିଜର ମନର କଥା କହି ପାରୁନାହାନ୍ତି। ପରବର୍ତ୍ତୀ ସମୟରେ ମାନସିକ ଭାରସାମ୍ୟ ହରାଇ ବସି ଆତ୍ମହତ୍ୟା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର