PUCCକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ: ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କଲେ

Madhusudan Das Picture
Published On

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (PUCC)କୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଦୂଷଣ ସାର୍ଟିଫିକେଟ୍‌ (ପିୟୁସିସି) କାର୍ଯ୍ୟକାରୀ କରିବାରେ ବିଜେପି ସରକାର ବିଫଳ। ଟ୍ଵିଟ୍ କରି ପରିବହନ ବିଭାଗର ଦୂରଦୃଷ୍ଟି ଅଭାବ ଓ ଅକ୍ଷମତା ନେଇ କଟୁ ସମାଲୋଚନା କରିବା ସହ ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ନବୀନ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା PUCC ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। 

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ନବୀନ ଲେଖିଛନ୍ତି ଯେ, ଓଡ଼ିଶାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିଜେପି ସରକାରଙ୍କ ପରିଚାଳନା ଅତ୍ୟନ୍ତ ଅବ୍ୟବସ୍ଥିତ ଏବଂ ବାରମ୍ବାର ନିୟମ ପରିବର୍ତ୍ତନ ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ଅକଥନୀୟ କଷ୍ଟ ଓ ଅସୁବିଧା ସୃଷ୍ଟି କରିଛି। ଜାନୁଆରୀ ୧, ୨୦୨୬ ରୁ 'ନୋ ପିୟୁସି, ନୋ ଫ୍ୟୁଏଲ୍' ନିୟମର ହଠାତ୍ ଘୋଷଣା ପରେ ସାରା ରାଜ୍ୟରେ ଥିବା ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ଜମିବା ସହ ଲୋକମାନେ ହଇରାଣ ହେଉଥିବା ଦେଖାଦେଇଥିଲା। ବିଜେପି ସରକାର ପର୍ଯ୍ୟାପ୍ତ ପରୀକ୍ଷା କେନ୍ଦ୍ର ନ କରି, ପୂର୍ବ ପରିକଳ୍ପନା ଓ ପ୍ରଚାର-ପ୍ରସାରର ନ କରି ଏଭଳି ନିୟମ ଲାଗୁ କରିବା ଅଯୌକ୍ତିକ । 

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ସରକାର ନିଜ ନିଷ୍ପତ୍ତିରୁ ବାରମ୍ବାର ‘U-ଟର୍ଣ୍ଣ ମାରିଛନ୍ତି । ପ୍ରଥମେ ଏହି ନିୟମକୁ ଫେବୃଆରୀ ୧ କହିଲେ, ତା’ପରେ ମାର୍ଚ୍ଚ ୩୧ ଏବଂ ଶେଷରେ ଏପ୍ରିଲ୍ ୧, ୨୦୨୬ ପର୍ଯ୍ୟନ୍ତ କୌଣସି ଜରିମାନା କରାଯିବ ନାହିଁ ବୋଲି ଘୋଷଣା କରାଯିବା ସହ ଟୋଲ୍ ଗେଟ୍‌ରେ ଇ-ଡିଟେକ୍ସନକୁ ମଧ୍ୟ ସ୍ଥଗିତ ରଖାଗଲା। ଏହି ବାରମ୍ବାର ପରିବର୍ତ୍ତନ ପରିବହନ ବିଭାଗର ସମ୍ପୂର୍ଣ୍ଣ ଅପାରଗତା ଏବଂ ଦୂରଦୃଷ୍ଟିର ଅଭାବକୁ ପଦାରେ ପକାଇଛି। ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ନାଗରିକମାନଙ୍କୁ ହଇରାଣ କରିବା ମୂଲ୍ୟରେ ହେବା ଉଚିତ ନୁହେଁ।

ବିଜୁ ଜନତା ଦଳ ଦୃଢ଼ ଭାବରେ ଜନସାଧାରଣଙ୍କ ସହ ଠିଆ ହୋଇଛି ଏବଂ ଏହି ଅପରିଚାଳନା ବିରୁଦ୍ଧରେ ଆମେ ସ୍ୱର ଉତ୍ତୋଳନ କରିଆସୁଛୁ। PUC ସୁବିଧା ବୃଦ୍ଧି, ପ୍ରକ୍ରିୟା ସରଳୀ କରଣ ଓ ଅନ୍ୟାୟ ଜରିମାନା ବନ୍ଦ ଦାବି କରିବା ସହ ଓଡ଼ିଶାବାସୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଶୁଣାଇଛନ୍ତି ।

09 Jan 2026 By Madhusudan Das

PUCCକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ: ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କଲେ

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (PUCC)କୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଦୂଷଣ ସାର୍ଟିଫିକେଟ୍‌ (ପିୟୁସିସି) କାର୍ଯ୍ୟକାରୀ କରିବାରେ ବିଜେପି ସରକାର ବିଫଳ। ଟ୍ଵିଟ୍ କରି ପରିବହନ ବିଭାଗର ଦୂରଦୃଷ୍ଟି ଅଭାବ ଓ ଅକ୍ଷମତା ନେଇ କଟୁ ସମାଲୋଚନା କରିବା ସହ ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ନବୀନ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା PUCC ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି। 

ନବୀନ ଲେଖିଛନ୍ତି ଯେ, ଓଡ଼ିଶାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିଜେପି ସରକାରଙ୍କ ପରିଚାଳନା ଅତ୍ୟନ୍ତ ଅବ୍ୟବସ୍ଥିତ ଏବଂ ବାରମ୍ବାର ନିୟମ ପରିବର୍ତ୍ତନ ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ଅକଥନୀୟ କଷ୍ଟ ଓ ଅସୁବିଧା ସୃଷ୍ଟି କରିଛି। ଜାନୁଆରୀ ୧, ୨୦୨୬ ରୁ 'ନୋ ପିୟୁସି, ନୋ ଫ୍ୟୁଏଲ୍' ନିୟମର ହଠାତ୍ ଘୋଷଣା ପରେ ସାରା ରାଜ୍ୟରେ ଥିବା ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ଜମିବା ସହ ଲୋକମାନେ ହଇରାଣ ହେଉଥିବା ଦେଖାଦେଇଥିଲା। ବିଜେପି ସରକାର ପର୍ଯ୍ୟାପ୍ତ ପରୀକ୍ଷା କେନ୍ଦ୍ର ନ କରି, ପୂର୍ବ ପରିକଳ୍ପନା ଓ ପ୍ରଚାର-ପ୍ରସାରର ନ କରି ଏଭଳି ନିୟମ ଲାଗୁ କରିବା ଅଯୌକ୍ତିକ । 

ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ସରକାର ନିଜ ନିଷ୍ପତ୍ତିରୁ ବାରମ୍ବାର ‘U-ଟର୍ଣ୍ଣ ମାରିଛନ୍ତି । ପ୍ରଥମେ ଏହି ନିୟମକୁ ଫେବୃଆରୀ ୧ କହିଲେ, ତା’ପରେ ମାର୍ଚ୍ଚ ୩୧ ଏବଂ ଶେଷରେ ଏପ୍ରିଲ୍ ୧, ୨୦୨୬ ପର୍ଯ୍ୟନ୍ତ କୌଣସି ଜରିମାନା କରାଯିବ ନାହିଁ ବୋଲି ଘୋଷଣା କରାଯିବା ସହ ଟୋଲ୍ ଗେଟ୍‌ରେ ଇ-ଡିଟେକ୍ସନକୁ ମଧ୍ୟ ସ୍ଥଗିତ ରଖାଗଲା। ଏହି ବାରମ୍ବାର ପରିବର୍ତ୍ତନ ପରିବହନ ବିଭାଗର ସମ୍ପୂର୍ଣ୍ଣ ଅପାରଗତା ଏବଂ ଦୂରଦୃଷ୍ଟିର ଅଭାବକୁ ପଦାରେ ପକାଇଛି। ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ନାଗରିକମାନଙ୍କୁ ହଇରାଣ କରିବା ମୂଲ୍ୟରେ ହେବା ଉଚିତ ନୁହେଁ।

ବିଜୁ ଜନତା ଦଳ ଦୃଢ଼ ଭାବରେ ଜନସାଧାରଣଙ୍କ ସହ ଠିଆ ହୋଇଛି ଏବଂ ଏହି ଅପରିଚାଳନା ବିରୁଦ୍ଧରେ ଆମେ ସ୍ୱର ଉତ୍ତୋଳନ କରିଆସୁଛୁ। PUC ସୁବିଧା ବୃଦ୍ଧି, ପ୍ରକ୍ରିୟା ସରଳୀ କରଣ ଓ ଅନ୍ୟାୟ ଜରିମାନା ବନ୍ଦ ଦାବି କରିବା ସହ ଓଡ଼ିଶାବାସୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଶୁଣାଇଛନ୍ତି ।

https://www.thesakala.in/latest-odisha-news/naveen-slams-state-government-over-pucc/article-44007
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର