ନ୍ୟୁୟର୍କ ଟାଇମ୍ସ ଶିରୋନାମାରେ ‘ଓଡ଼ିଶା’, ଶତ ପ୍ରତିଶତ ଟିକାକରଣ ପାଇଁ ଚର୍ଚ୍ଚାରେ ରାଜଧାନୀ ଭୁବନେଶ୍ୱର

The Sakala Picture
Published On

ଭୁବନେଶ୍ୱର: ଟିକାକରଣରେ ଶତ ପ୍ରତିଶତ ସଫଳତା ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ସାରା ବିଶ୍ୱର ଚର୍ଚ୍ଚାର କେନ୍ଦ୍ର। ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ସବୁ ନାଗରିକଙ୍କର ଟିକାକରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସହିତ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି। ଭୁବନେଶ୍ୱରରେ ଗତ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହେବା ପରେ ଜୁଲାଇ ଶେଷ ସୁଦ୍ଧା ଶତ ପ୍ରତିଶତ ରାଜଧାନୀବାସୀଙ୍କ ଟିିକାକରଣ ହୋଇଥିବା ନେଇ ବିଏମ୍‍ସି କହିଛି। ଦେଶର ଏକମାତ୍ର […]

ଭୁବନେଶ୍ୱର: ଟିକାକରଣରେ ଶତ ପ୍ରତିଶତ ସଫଳତା ପାଇଁ ରାଜଧାନୀ ଭୁବନେଶ୍ୱର ଏବେ ସାରା ବିଶ୍ୱର ଚର୍ଚ୍ଚାର କେନ୍ଦ୍ର। ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ସବୁ ନାଗରିକଙ୍କର ଟିକାକରଣ କରାଯାଇଛି। ଏଥିପାଇଁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସହିତ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି। ଭୁବନେଶ୍ୱରରେ ଗତ ଜାନୁଆରୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହେବା ପରେ ଜୁଲାଇ ଶେଷ ସୁଦ୍ଧା ଶତ ପ୍ରତିଶତ ରାଜଧାନୀବାସୀଙ୍କ ଟିିକାକରଣ ହୋଇଥିବା ନେଇ ବିଏମ୍‍ସି କହିଛି। ଦେଶର ଏକମାତ୍ର ସହର ଭାବେ ଭୁବନେଶ୍ୱର ସହରର ଏହି ସଫଳତାକୁ ପ୍ରକାଶ କରିଛି ଆନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରସାର ଭାରତୀ ସହ ପ୍ରେସ ଇନଫରମେସନ ବ୍ୟୁରୋ ମଧ୍ୟ ଏହି ଖବରକୁ ଅଗ୍ରାଧିକାର ଭିତ୍ତିରେ ପ୍ରକାଶ କରିଛି। ସେହିପରି ଆଇଏଏସ ଆସୋସିଏସନ୍‍ ପକ୍ଷରୁ ମଧ୍ୟ ଭୁବନେଶ୍ୱରରେ ହୋଇଥିବା ଟିକାକରଣକୁ ଟୁଇଟ୍‍ ଯୋଗେ ପ୍ରଶଂସା କରିଛି। ଦୁଇ ଦିନ ତଳେ ନିତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ ଭୁବନେଶ୍ୱରର ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟବାସୀଙ୍କୁ ପ୍ରଶଂସା ସହ ଅଭିନନ୍ଦନ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଭୁବନେଶ୍ୱର ମହାନଗର ଅଞ୍ଚଳରେ କେବଳ କୋଭାକ୍ସିନ୍‍ ଟିକା ଦିଆଯାଉଥିବା ବେଳେ ଟିକାକରଣ ଆରମ୍ଭ ଓ ମଧ୍ୟ ଭାଗରେ ଟିକାର ଅଭାବ ପରିଲକ୍ଷିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ଯୋଗାଣରେ ସମସ୍ୟା ସୃଷ୍ଟି ହେବା କାରଣରୁ କିଛି ଦିନ ପର୍ଯ୍ୟନ୍ତ ଏହା ବ୍ୟହତ ମଧ୍ୟ ହୋଇଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ଭାରତ ବାୟୋଟେକ୍‍ ଠାରୁ କୋଭାକ୍ସିନ କ୍ରୟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଇତିମଧ୍ୟରେ ଜୁଲାଇ ମାସ ଶେଷ ସୁଦ୍ଧା ଶତ ପ୍ରତିଶତ ଟିକାକରଣ ହୋଇଥିବା ସୂଚନା ଦେଇଛି ବିଏମସି। ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିସନର ଅଂଶୁମାନ ରଥଙ୍କ ସୂଚନା ଅନୁଯାୟୀ ଟିକାକରଣ ବଢ଼଼ାଇବା ପାଇଁ ଟିକାଦାନ କେନ୍ଦ୍ର ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ସହରରେ ୫୫ ଟି ଟିକାଦାନ କେନ୍ଦ୍ର ନିୟମିତ ଭାବେ କରାଯାଇଥିଲା। ଏଥିରେ ୧୦ ଟି ଡ୍ରାଇଭ୍‍-ଇନ୍‍ ଟିକାକରଣ କେନ୍ଦ୍ର ହୋଇଥିଲା। ୧୫ ଟି ଭ୍ରାମ୍ୟମାଣ ଟିକାକେନ୍ଦ୍ର ସହିତ ୩୦ ଟି ପିଏଚ୍‍ସି/ସିଏଚ୍‍ସିରେ ଟିକାଦାନ ହୋଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀରେ ଦୈନିକ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକାଦାନ କରାଯାଇଥିଲା। ପ୍ରତି ଟିକାଦାନ କେନ୍ଦ୍ରରେ ୨ ଜଣ ଲେଖାଏଁ ଟିକାଦାତା ରହୁଥିଲେ। ଏମାନଙ୍କ ବ୍ୟତୀତ ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ଡାଟା ଏଣ୍ଟ୍ରି ମଧ୍ୟ ରହୁଥିବା ଶ୍ରୀ ରଥ କହିଛନ୍ତି। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ଡାଟା ତଥ୍ୟ ଅନୁଯାୟୀ ଭୁବନେଶ୍ୱରରେ ୨୦୨୦ ସୁଦ୍ଧା ୧୮ ବର୍ଷରୁ ଊର୍ଦ୍ଧ୍ବଙ୍କ ବର୍ଗରେ ୯ ଲକ୍ଷ ୭ ହଜାର ୧୯୪ ଜଣ ରହୁଛନ୍ତି। ଏହି ସଂଖ୍ୟକ ଲୋକଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହି ଆଧାରରେ ମଙ୍ଗଳବାର ସୁଦ୍ଧା ରାଜଧାନୀରେ ମୋଟ୍‍ ୧୮ ଲକ୍ଷ ୯୧ ହଜାର ୬୮୨ ଟି ଡୋଜ୍‍ ଦିଆଯାଇଛି। ୧୦ ଲକ୍ଷ ୭୫ ହଜାରରୁ ଊର୍ଦ୍ଧ୍ବ ପ୍ରଥମ ଡୋଜ୍‍ ଦିଆଯାଇଥିବା ବେଳେ ୮ ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ବ ନିଜର ଦ୍ୱିତୀୟ ଡୋଜ୍‍ ଟିକା ନେଇ ସାରିଛନ୍ତି। ଭୁବନେଶ୍ୱର ବାସିନ୍ଦାଙ୍କ ଟିକାକରଣ ସମ୍ପୂର୍ଣ୍ଣର୍ ହୋଇଥିବା ବେଳେ ବର୍ତ୍ତମାନ ଅନ୍‍ଲକ ଯୋଗୁ ବହୁ ଲୋକ ସହରକୁ ଆସୁଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ରାଜଧାନୀକୁ ଫେରୁଛନ୍ତି। ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଏଠାରେ ଆସି ଟିକା ନେଉଛନ୍ତି। ସେହି ପରି ସରକାରୀ ପରାମର୍ଶ ଟିକା ନେଇ ନ ଥିବା ଗର୍ଭବତୀମାନେ ମଧ୍ୟ ଟିକା ନେଉଛନ୍ତି। ପୂର୍ବପରି ଭୁବନେଶ୍ୱରରେ ଟିକାକରଣ ଜାରି ରହିଛି। ଅଧିକାଂଶ ଲୋକ ଟିକା ନେଇ ସାରିଥିବାରୁ ପ୍ରତି କେନ୍ଦ୍ରରେ ଦୈନିକ ଅଳ୍ପ ସଂଖ୍ୟକ ଲୋକ ଆସି ଟିକା ନେଉଛନ୍ତି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

05 Aug 2021 By The Sakala

https://www.thesakala.in/latest-odisha-news/the-capital-bhubaneswar-is-in-talks-to-vaccinate-100-per-cent/article-4382
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର