ବାଜିଲା ‘୫-ଟି’ ଛାଟ: ୪ ପୁଲିସ ନିଲମ୍ବିତ

The Sakala Picture
Published On

ଜୟପାଟଣା: ‘୫-ଟି’ ଅଧୀନକୁ ଆସିଥିବା ଥାନାଗୁଡ଼ିକ ଉପରେ ରାଜ୍ୟ ସରକାର ରଖିଛନ୍ତି କଡ଼ା ନଜର। ଥାନାରେ ଲୋକମାନଙ୍କୁ କିଭଳି ସେବା ଯୋଗାଇଦିଆଯାଉଛି ସେ ସଂପର୍କରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରାଯାଉଛି। ଯେଉଁଠି ଅଭିଯୋଗ ଆସୁଛି, ତାହାର ତତ୍କାଳ ଅନୁଧ୍ୟାନ କରାଯାଇ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ଏହିକ୍ରମରେ ଏକ ଅଭିଯୋଗମୂଳେ ଅନୁସନ୍ଧାନ ଚାଲିଥିବାବେଳେ ‘୫-ଟି’ ହାବୁଡ଼ରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଜୟପାଟଣା ଥାନାର ୪ ପୁଲିସ କର୍ମଚାରୀ। ଲାଞ୍ଚ କାରବାର ଅଭିଯୋଗରେ ଉକ୍ତ […]

ଜୟପାଟଣା: ‘୫-ଟି’ ଅଧୀନକୁ ଆସିଥିବା ଥାନାଗୁଡ଼ିକ ଉପରେ ରାଜ୍ୟ ସରକାର ରଖିଛନ୍ତି କଡ଼ା ନଜର। ଥାନାରେ ଲୋକମାନଙ୍କୁ କିଭଳି ସେବା ଯୋଗାଇଦିଆଯାଉଛି ସେ ସଂପର୍କରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରାଯାଉଛି। ଯେଉଁଠି ଅଭିଯୋଗ ଆସୁଛି, ତାହାର ତତ୍କାଳ ଅନୁଧ୍ୟାନ କରାଯାଇ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ଏହିକ୍ରମରେ ଏକ ଅଭିଯୋଗମୂଳେ ଅନୁସନ୍ଧାନ ଚାଲିଥିବାବେଳେ ‘୫-ଟି’ ହାବୁଡ଼ରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଜୟପାଟଣା ଥାନାର ୪ ପୁଲିସ କର୍ମଚାରୀ। ଲାଞ୍ଚ କାରବାର ଅଭିଯୋଗରେ ଉକ୍ତ ଥାନାର ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଏଏସଆଇ ସନ୍ତୋଷ ସାହୁ, କନଷ୍ଟେବଳ ସୂର୍ଯ୍ୟ ମିଶ୍ର, ହେମନ୍ତ ବାଗ ଏବଂ ଓଏପିଏଫ୍‍ ଯବାନ ଦେବରାଜ ନାୟକ। ସୂଚନା ଅନୁସାରେ, କପୁରମାଲ ଗାଁର ଘାସିରାମ ମାଝୀ ନିଜ ଜମି ଚିହ୍ନଟ ପାଇଁ ପୁଲିସର ସହାୟତା ନେଇଥିଲେ। ସହାୟତା ଦେବାକୁ ଯାଇ ପୁଲିସ ତାଙ୍କଠାରୁ ଲାଞ୍ଚ ନେଇଥିଲା। ‘ମୋ ସରକାର’ ପକ୍ଷରୁ ଯାଇଥିବା କଲ୍‍ରେ ଘାସିରାମ ଏହି ଘଟଣା ବିଷୟରେ ଅଧିକାରୀଙ୍କୁ ଜଣାଇଥିଲେ। ଏ ନେଇ ତୁରନ୍ତ ‘ମୋ ସରକାର’ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଘଟଣାର ତଦନ୍ତ କରି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‍ ଧରିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

05 Aug 2021 By The Sakala

ବାଜିଲା ‘୫-ଟି’ ଛାଟ: ୪ ପୁଲିସ ନିଲମ୍ବିତ

ଜୟପାଟଣା: ‘୫-ଟି’ ଅଧୀନକୁ ଆସିଥିବା ଥାନାଗୁଡ଼ିକ ଉପରେ ରାଜ୍ୟ ସରକାର ରଖିଛନ୍ତି କଡ଼ା ନଜର। ଥାନାରେ ଲୋକମାନଙ୍କୁ କିଭଳି ସେବା ଯୋଗାଇଦିଆଯାଉଛି ସେ ସଂପର୍କରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରାଯାଉଛି। ଯେଉଁଠି ଅଭିଯୋଗ ଆସୁଛି, ତାହାର ତତ୍କାଳ ଅନୁଧ୍ୟାନ କରାଯାଇ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ଏହିକ୍ରମରେ ଏକ ଅଭିଯୋଗମୂଳେ ଅନୁସନ୍ଧାନ ଚାଲିଥିବାବେଳେ ‘୫-ଟି’ ହାବୁଡ଼ରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଜୟପାଟଣା ଥାନାର ୪ ପୁଲିସ କର୍ମଚାରୀ। ଲାଞ୍ଚ କାରବାର ଅଭିଯୋଗରେ ଉକ୍ତ ଥାନାର ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଏଏସଆଇ ସନ୍ତୋଷ ସାହୁ, କନଷ୍ଟେବଳ ସୂର୍ଯ୍ୟ ମିଶ୍ର, ହେମନ୍ତ ବାଗ ଏବଂ ଓଏପିଏଫ୍‍ ଯବାନ ଦେବରାଜ ନାୟକ। ସୂଚନା ଅନୁସାରେ, କପୁରମାଲ ଗାଁର ଘାସିରାମ ମାଝୀ ନିଜ ଜମି ଚିହ୍ନଟ ପାଇଁ ପୁଲିସର ସହାୟତା ନେଇଥିଲେ। ସହାୟତା ଦେବାକୁ ଯାଇ ପୁଲିସ ତାଙ୍କଠାରୁ ଲାଞ୍ଚ ନେଇଥିଲା। ‘ମୋ ସରକାର’ ପକ୍ଷରୁ ଯାଇଥିବା କଲ୍‍ରେ ଘାସିରାମ ଏହି ଘଟଣା ବିଷୟରେ ଅଧିକାରୀଙ୍କୁ ଜଣାଇଥିଲେ। ଏ ନେଇ ତୁରନ୍ତ ‘ମୋ ସରକାର’ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଘଟଣାର ତଦନ୍ତ କରି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‍ ଧରିଛି।

https://www.thesakala.in/latest-odisha-news/4-police-suspended/article-4379
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର