ସାରା ରାଜ୍ୟରେ ଶୀତ ଲହରୀ ଜାରି, ଆହୁରି ୭ ଦିନ ଯାଏଁ ପ୍ରବଳ ଥଣ୍ଡା ନେଇ ସତର୍କତା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରଭାବ ଲାଗି ରହିଛି। ଏହି ସ୍ଥିତି ଅତି କମ୍‌ରେ ନୂଆ ବର୍ଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ମଝିରେ ମଝିରେ କିଛି ସ୍ଥାନରେ ୧ରୁ୨ ଡିଗ୍ରୀ ତାପମାତ୍ରା କମ୍‌ ବେଶୀ ହେଲେ ମଧ୍ୟ ଶୀତର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାସହ କଳାହାଣ୍ଡି, କନ୍ଧମାଳ, କୋରାପୁଟରେ ମଧ୍ୟ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଚାଲୁ ରହିଥିବା ଥଣ୍ଡା ଅତି କମ୍‌ରେ ନୂଆ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।  ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୨-୧୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ତେବେ ଡିସମ୍ବେର ୨୫ ବା ବଡ଼ ଦିନରେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ରହିପାରେ। ସାରା ରାଜ୍ୟରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ଉଣା ଅଧିକେ ଚାଲୁ ରହିବ। ମଝିରେ ମଝିରେ ୧-୨ ଡିଗ୍ରୀ ବଢ଼ିବ ବା କମିବ। ଶିଶିରପାତ ଜାରି ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଝି ମଝିରେ ପତଳା କୁହୁଡ଼ି ହୋଇପାରେ। କିନ୍ତୁ ଘନ କୁହୁଡ଼ି ହେବାର ସମ୍ଭାବନା କମ୍‌ ରହିଛି। ଏହାସହିତ ଆଗାମୀ କିଛି  ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

20 Dec 2025 By Madhusudan Das

ସାରା ରାଜ୍ୟରେ ଶୀତ ଲହରୀ ଜାରି, ଆହୁରି ୭ ଦିନ ଯାଏଁ ପ୍ରବଳ ଥଣ୍ଡା ନେଇ ସତର୍କତା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତର ପ୍ରଭାବ ଲାଗି ରହିଛି। ଏହି ସ୍ଥିତି ଅତି କମ୍‌ରେ ନୂଆ ବର୍ଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ମଝିରେ ମଝିରେ କିଛି ସ୍ଥାନରେ ୧ରୁ୨ ଡିଗ୍ରୀ ତାପମାତ୍ରା କମ୍‌ ବେଶୀ ହେଲେ ମଧ୍ୟ ଶୀତର ପ୍ରଭାବ ଜାରି ରହିବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାସହ କଳାହାଣ୍ଡି, କନ୍ଧମାଳ, କୋରାପୁଟରେ ମଧ୍ୟ ମଧ୍ୟମ ଧରଣର କୁହୁଡ଼ି ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଚାଲୁ ରହିଥିବା ଥଣ୍ଡା ଅତି କମ୍‌ରେ ନୂଆ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।  ଡିସେମ୍ବର ୩୧ ରାତିରେ ଭୁବନେଶ୍ୱର ତାପମାତ୍ରା ୧୨-୧୩ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ତେବେ ଡିସମ୍ବେର ୨୫ ବା ବଡ଼ ଦିନରେ ତାପମାତ୍ରା ପ୍ରାୟ ୧୫ ଡିଗ୍ରୀ ରହିପାରେ। ସାରା ରାଜ୍ୟରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ଉଣା ଅଧିକେ ଚାଲୁ ରହିବ। ମଝିରେ ମଝିରେ ୧-୨ ଡିଗ୍ରୀ ବଢ଼ିବ ବା କମିବ। ଶିଶିରପାତ ଜାରି ରହିବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଝି ମଝିରେ ପତଳା କୁହୁଡ଼ି ହୋଇପାରେ। କିନ୍ତୁ ଘନ କୁହୁଡ଼ି ହେବାର ସମ୍ଭାବନା କମ୍‌ ରହିଛି। ଏହାସହିତ ଆଗାମୀ କିଛି  ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର