SI ନିଯୁକ୍ତି କେଳେଙ୍କାରୀ ମାମଲା: ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

Madhusudan Das Picture
Published On

ସବ ଇନ୍ସପେକ୍ଟର ଚାକିରୀ କେଳେଙ୍କାରୀ ଘଟଣା। ୨ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଦିନ ପ୍ରାୟ ୧୨ ଟା ସମୟରେ ଝାରପଡା ଜେଲରୁ ସେମାନଙ୍କୁ ସିଧାସଳଖ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା । 

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ଅନ୍ୟପଟେ ଗତକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ରହିଛି ନୀତିଶ।  ବିହାରରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତକୁ ଝାଳବୁହା ଜେରା କରୁଛି ସିବିଆଇ । ତେବେ ଏହି ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିପାରେ ଅନେକ ତଥ୍ୟ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

11 Dec 2025 By Madhusudan Das

SI ନିଯୁକ୍ତି କେଳେଙ୍କାରୀ ମାମଲା: ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ସବ ଇନ୍ସପେକ୍ଟର ଚାକିରୀ କେଳେଙ୍କାରୀ ଘଟଣା। ୨ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଦିନ ପ୍ରାୟ ୧୨ ଟା ସମୟରେ ଝାରପଡା ଜେଲରୁ ସେମାନଙ୍କୁ ସିଧାସଳଖ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା । 

ଅନ୍ୟପଟେ ଗତକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ରହିଛି ନୀତିଶ।  ବିହାରରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତକୁ ଝାଳବୁହା ଜେରା କରୁଛି ସିବିଆଇ । ତେବେ ଏହି ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିପାରେ ଅନେକ ତଥ୍ୟ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର