ଐତିହାସିକ ମୁହୂର୍ତ୍ତ; ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, 'ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ'

ଅଭିଭାଷଣ ରଖିଲେ ବଚସ୍ପତି, ବିରୋଧୀ ଦଳ ନେତା ଓ ମୁଖ୍ୟମନ୍ତ୍ରୀ...

Deviprasad Mohanty Picture
Published On

ଭୁବନେଶ୍ବର: ଓଡ଼ିଶା ବିଧାନସଭା ପାଇଁ ଆଜି ଐତିହାସିକ ମୁହୂର୍ତ୍ତ। ବିଧାନସଭାରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଧାୟିକାରୁ ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ଆସିଛନ୍ତି ବିଧାନସଭା । ସେ ୨୦୦୦ରୁ ୨୦୦୯ ଯାଏଁ ଥିଲେ ବିଧାୟିକା । ରାଇରଙ୍ଗପୁରରୁ ୨ ଥର ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରିପରିଷଦରେ ସ୍ଥାନ ପାଇଥିଲେ । ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିଲେ।୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ପ୍ରଥମେ ରାଷ୍ଟ୍ରପତିଙ୍କୁ ଗୃହରେ ଭବ୍ୟ ସ୍ବାଗତ କରାଯାଇଥିଲା। ବିଧାନସଭା ଗୃହରେ ବଧାଇ ଜଣାଇ ବିବୃତି ରଖିଥିଲେ ବାଚସ୍ପତି। ରାଜନୈତିକ କ୍ୟାରିୟର ଓ ଅନ୍ୟାନ୍ୟ କାର୍ଯ୍ୟକୁ ମନେ ପକାଇଥିଲେ। ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କହିଥିଲେ ବାଚସ୍ପତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏହାପରେ ବିଧାନସଭାରେ ବିରୋଧୀ ଦଳ ନେତା ନବୀବନ ପଟ୍ଟନାୟକ କହିଥିଲେ ଯେ,  ଆମ ପାଇଁ ଆଜି ଗର୍ବର ବିଷୟ। ଓଡ଼ିଆ ଝିଅ ଭାବେ ସର୍ବୋଚ୍ଚ ଆସନରେ ବସିଥିବାରୁ ଗର୍ବିତ ବୋଲି କହିଥିଲେ। ଆମେ ଗର୍ବିତ ଯେ ଓଡ଼ିଶା ମାଟିର ଝିଅ ଆମ ଦେଶର ରାଷ୍ଟ୍ରପତି ଏଇ ବିଧାନସଭାରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଆମର ବିପର୍ଯ୍ୟୟ ପରିଚାଳନା ନୀତି ସାରା ବିଶ୍ବରେ ଆଦୃତ ବୋଲି ନବୀନ କହିଥିଲେ। 

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଏହାପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ ବୋଲି ସେ କହିଥିଲେ। ଅନେକ ସଂଘର୍ଷରୁ ସଫଳତା ହୋଇଛନ୍ତି ରାଷ୍ଟ୍ରପତି। ଦଳମତ ନିର୍ବିଶେଷରେ ଏହାକୁ ମୁକ୍ତକଣ୍ଠରେ ନିଶ୍ଚିତ ସ୍ବୀକାର କରିବେ। ବ୍ୟକ୍ତିଗତ ଭାବରେ ମୁଁ ବହୁତ ଗର୍ବିତ। ଓଡ଼ିଶା ରାଜ୍ୟରେ ଅନେକ ଜନଜାତି ସଂପ୍ରଦାୟର ଲୋକ ବସବାସ କରନ୍ତି । ସମ୍ବିଧାନ ଦିବସରେ ରାଷ୍ଟ୍ରପତି ଯାହା କହିଥିଲେ ତାହା ଦେଶବାସୀଙ୍କ ମନକୁ ଛୁଇଁଛି। ରାଷ୍ଟ୍ରପତି ହେବା ପରେ ଅନେକ ଥର ଓଡ଼ିଶା ଆସିଛନ୍ତି । ବିଧାନସଭାକୁ ଆସିଥିବାରୁ ପୁଣି ଥରେ ପୁରୁଣା ସ୍ମୃତି ତାଜା ହେବ ବୋଲି ସେ କହିଥିଲେ। 

27 Nov 2025 By Deviprasad Mohanty

ଐତିହାସିକ ମୁହୂର୍ତ୍ତ; ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, 'ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ'

ଅଭିଭାଷଣ ରଖିଲେ ବଚସ୍ପତି, ବିରୋଧୀ ଦଳ ନେତା ଓ ମୁଖ୍ୟମନ୍ତ୍ରୀ...

ଭୁବନେଶ୍ବର: ଓଡ଼ିଶା ବିଧାନସଭା ପାଇଁ ଆଜି ଐତିହାସିକ ମୁହୂର୍ତ୍ତ। ବିଧାନସଭାରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଧାୟିକାରୁ ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ଆସିଛନ୍ତି ବିଧାନସଭା । ସେ ୨୦୦୦ରୁ ୨୦୦୯ ଯାଏଁ ଥିଲେ ବିଧାୟିକା । ରାଇରଙ୍ଗପୁରରୁ ୨ ଥର ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରିପରିଷଦରେ ସ୍ଥାନ ପାଇଥିଲେ । ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଥିଲେ।୨୦୦୭ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ।

ପ୍ରଥମେ ରାଷ୍ଟ୍ରପତିଙ୍କୁ ଗୃହରେ ଭବ୍ୟ ସ୍ବାଗତ କରାଯାଇଥିଲା। ବିଧାନସଭା ଗୃହରେ ବଧାଇ ଜଣାଇ ବିବୃତି ରଖିଥିଲେ ବାଚସ୍ପତି। ରାଜନୈତିକ କ୍ୟାରିୟର ଓ ଅନ୍ୟାନ୍ୟ କାର୍ଯ୍ୟକୁ ମନେ ପକାଇଥିଲେ। ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କହିଥିଲେ ବାଚସ୍ପତି।

ଏହାପରେ ବିଧାନସଭାରେ ବିରୋଧୀ ଦଳ ନେତା ନବୀବନ ପଟ୍ଟନାୟକ କହିଥିଲେ ଯେ,  ଆମ ପାଇଁ ଆଜି ଗର୍ବର ବିଷୟ। ଓଡ଼ିଆ ଝିଅ ଭାବେ ସର୍ବୋଚ୍ଚ ଆସନରେ ବସିଥିବାରୁ ଗର୍ବିତ ବୋଲି କହିଥିଲେ। ଆମେ ଗର୍ବିତ ଯେ ଓଡ଼ିଶା ମାଟିର ଝିଅ ଆମ ଦେଶର ରାଷ୍ଟ୍ରପତି ଏଇ ବିଧାନସଭାରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଆମର ବିପର୍ଯ୍ୟୟ ପରିଚାଳନା ନୀତି ସାରା ବିଶ୍ବରେ ଆଦୃତ ବୋଲି ନବୀନ କହିଥିଲେ। 

ଏହାପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନ ମନେ ରହିବ ବୋଲି ସେ କହିଥିଲେ। ଅନେକ ସଂଘର୍ଷରୁ ସଫଳତା ହୋଇଛନ୍ତି ରାଷ୍ଟ୍ରପତି। ଦଳମତ ନିର୍ବିଶେଷରେ ଏହାକୁ ମୁକ୍ତକଣ୍ଠରେ ନିଶ୍ଚିତ ସ୍ବୀକାର କରିବେ। ବ୍ୟକ୍ତିଗତ ଭାବରେ ମୁଁ ବହୁତ ଗର୍ବିତ। ଓଡ଼ିଶା ରାଜ୍ୟରେ ଅନେକ ଜନଜାତି ସଂପ୍ରଦାୟର ଲୋକ ବସବାସ କରନ୍ତି । ସମ୍ବିଧାନ ଦିବସରେ ରାଷ୍ଟ୍ରପତି ଯାହା କହିଥିଲେ ତାହା ଦେଶବାସୀଙ୍କ ମନକୁ ଛୁଇଁଛି। ରାଷ୍ଟ୍ରପତି ହେବା ପରେ ଅନେକ ଥର ଓଡ଼ିଶା ଆସିଛନ୍ତି । ବିଧାନସଭାକୁ ଆସିଥିବାରୁ ପୁଣି ଥରେ ପୁରୁଣା ସ୍ମୃତି ତାଜା ହେବ ବୋଲି ସେ କହିଥିଲେ। 

https://www.thesakala.in/latest-odisha-news/historic-moment-president-droupadi-murmu-in-the-odisha-assembly/article-43309
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର