ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Deviprasad Mohanty Picture
Published On

ଭୁବନେଶ୍ବର: ଭୁବନେଶ୍ବରରେ ରାଷ୍ଟ୍ରପତି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ସ୍ବାଗତ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ। ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି। 

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନରେ ପହଞ୍ଚିବେ। ମଧ୍ୟାହ୍ନ ବିରତି ପରେ ରାଷ୍ଟ୍ରପତି ଅପରାହ୍ଣ ୪ଟାରେ ରାଜଭବନସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଗୃହକୁ ଉଦ୍‌ଘାଟନ କରିବେ। ଅପରାହ୍ଣ ୪ଟା ୨୦ରେ ସେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ। ରାଷ୍ଟ୍ରପତି ବିଧାନସଭା ଗୃହକୁ ପ୍ରବେଶ ମାତ୍ରକେ ଓଡ଼ିଶା ପୁଲିସ ପକ୍ଷରୁ ଜାତୀୟ ସଙ୍ଗୀତ ବ୍ୟାଣ୍ଡ୍‌ ପରିବେଷଣ କରାଯିବ। ବାଚସ୍ପତି ସୁରମା ପାଢ଼ୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଅଭିଭାଷଣ ରଖିବେ। ପରେ ରାଷ୍ଟ୍ରପତି ବିଧାନସଭାରେ ନିଜର ଅଭିଭାଷଣ ରଖିବେ ବୋଲି ଜଣାଯାଇଛି। ଅଭିଭାଷଣ ସରିବା ପରେ ବିଧାନସଭା ପରିସରରେ ଏକ ଫଟୋ ସେସନ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏପରିକି, ରାଷ୍ଟ୍ରପତି ଏକଦା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଥିବା ବେଳେ ବିଧାନସଭାରେ ୧୧ ନମ୍ୱର ରୁମ୍‌ରେ ବସୁଥିବା ବେଳେ ସେହି ରୁମ୍‌ ପରିଦର୍ଶନରେ ଯାଇ ନିଜର ସ୍ମୃତି ସାଉଣ୍ଟିବେ। ଅପରାହ୍ଣ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ସେ ବିଧାନସଭାରେ ରହିବେ ବୋଲି ଜଣାପଡ଼ିଛି। ପରେ ପରେ ଉକ୍ତଦିନ ରାଷ୍ଟ୍ରପତି ରାଜଭବନଠାରେ ରାଜ୍ୟପାଳଙ୍କ ପକ୍ଷରୁ  ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଯୋଗଦେବେ। ପରଦିନ ୨୮ ତାରିଖ ସକାଳ ୯ଟା ୩୫ରେ ସେ ଲକ୍ଷ୍ନୌ ବିମାନବନ୍ଦର ଅଭିମୁଖେ ଯିବାର କାର୍ଯ୍ୟସୂଚୀ ରହିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

27 Nov 2025 By Deviprasad Mohanty

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଭୁବନେଶ୍ବରରେ ରାଷ୍ଟ୍ରପତି। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ସ୍ବାଗତ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ। ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି। 

ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନରେ ପହଞ୍ଚିବେ। ମଧ୍ୟାହ୍ନ ବିରତି ପରେ ରାଷ୍ଟ୍ରପତି ଅପରାହ୍ଣ ୪ଟାରେ ରାଜଭବନସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସ ଗୃହକୁ ଉଦ୍‌ଘାଟନ କରିବେ। ଅପରାହ୍ଣ ୪ଟା ୨୦ରେ ସେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ। ରାଷ୍ଟ୍ରପତି ବିଧାନସଭା ଗୃହକୁ ପ୍ରବେଶ ମାତ୍ରକେ ଓଡ଼ିଶା ପୁଲିସ ପକ୍ଷରୁ ଜାତୀୟ ସଙ୍ଗୀତ ବ୍ୟାଣ୍ଡ୍‌ ପରିବେଷଣ କରାଯିବ। ବାଚସ୍ପତି ସୁରମା ପାଢ଼ୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଅଭିଭାଷଣ ରଖିବେ। ପରେ ରାଷ୍ଟ୍ରପତି ବିଧାନସଭାରେ ନିଜର ଅଭିଭାଷଣ ରଖିବେ ବୋଲି ଜଣାଯାଇଛି। ଅଭିଭାଷଣ ସରିବା ପରେ ବିଧାନସଭା ପରିସରରେ ଏକ ଫଟୋ ସେସନ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏପରିକି, ରାଷ୍ଟ୍ରପତି ଏକଦା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଥିବା ବେଳେ ବିଧାନସଭାରେ ୧୧ ନମ୍ୱର ରୁମ୍‌ରେ ବସୁଥିବା ବେଳେ ସେହି ରୁମ୍‌ ପରିଦର୍ଶନରେ ଯାଇ ନିଜର ସ୍ମୃତି ସାଉଣ୍ଟିବେ। ଅପରାହ୍ଣ ସାଢ଼େ ୪ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ସେ ବିଧାନସଭାରେ ରହିବେ ବୋଲି ଜଣାପଡ଼ିଛି। ପରେ ପରେ ଉକ୍ତଦିନ ରାଷ୍ଟ୍ରପତି ରାଜଭବନଠାରେ ରାଜ୍ୟପାଳଙ୍କ ପକ୍ଷରୁ  ଆୟୋଜିତ ରାତ୍ରଭୋଜନ କାର୍ଯ୍ୟକ୍ରମରେ ଯୋଗଦେବେ। ପରଦିନ ୨୮ ତାରିଖ ସକାଳ ୯ଟା ୩୫ରେ ସେ ଲକ୍ଷ୍ନୌ ବିମାନବନ୍ଦର ଅଭିମୁଖେ ଯିବାର କାର୍ଯ୍ୟସୂଚୀ ରହିଛି।

https://www.thesakala.in/latest-odisha-news/president-droupadi-murmu-in-bhubaneswar/article-43305
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର