ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବାଲି ଓ ପଥର ଚୋରି: ବିଜେଡି

ଚୋରିରେ ଅଂଶୀଦାର ସାଜିଛନ୍ତି ବିଜେପିର ମନ୍ତ୍ରୀ, ବିଧାୟକ

Madhusudan Das Picture
Published On

ଭୁବନେଶ୍ୱର: ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ରାଜ୍ୟରେ ବାଲି ଚୋରି ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ବାଲି ଚୋରି ବିଜେପି ମନ୍ତ୍ରୀ ଓ ନେତାଙ୍କ ପ୍ରୋତ୍ସାହନରେ ଚାଲିଛି। ନିକଟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଚୋରି ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ରାଜ୍ୟରେ ହେଉଥିବା ବାଲି ଚୋରିର ସ୍ୱୀକାରୋକ୍ତି ଥିଲା ବୋଲି ବିଜେଡି କହିଛି। 

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ୟାସ ସଙ୍କଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର

ଶଙ୍ଖ ଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ହେଉଥିବା ବାଲିଚୋରିରେ ବିଜେପିର ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଛନ୍ତି। ଡ. ଲେନିନ ମହାନ୍ତି କହିଥିଲେ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଲଘୁ ଖଣିଜ ସମ୍ପଦରୁ ରାଜ୍ୟକୁ ୧୪୮୫ କୋଟି ଟଙ୍କା ରାଜସ୍ୱ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ରାଜସ୍ୱ ପରିମାଣ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ବିଜେପିର ନେତାମନ୍ତ୍ରୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଏହି ବାଲିଚୋରି ବୃଦ୍ଧି ପାଇଛି। ରାଜ୍ୟରେ ବାଲି ଏବେ ଏକ ଦୁର୍ଲଭ ବସ୍ତୁରେ ପରିଣତ ହୋଇଛି । ବାଲି ଦରରେ ଅହେତୁକ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ କନଷ୍ଟ୍ରକସନ ମୂଲ୍ୟରେ ମଧ୍ୟ ବୃଦ୍ଧି ପାଇଛି । ଏହି ବାଲି ଚୋରିରେ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ସହିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସମ୍ପୃକ୍ତି ଅଭିଯୋଗ ଆସିଛି। ସ୍ୱାଧୀନତା ପରଠାରୁ କୌଣସି ମୁଖ୍ୟମନ୍ତ୍ରୀଙ୍କ ନାମରେ ଏପରି ଗୁରୁତର ଅଭିଯୋଗ କେବେବି ଆସି ନଥିଲା। ତେଣୁ ଏହି ବାଲିଚୋରି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆମେ ସ୍ପଷ୍ଟୀକରଣ ଦାବି କରୁଛୁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାରର ସଦସ୍ୟମାନେ ଜଣେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ ଲିକୁ ସାହୁଙ୍କ ସହିତ ବୁଲୁଛନ୍ତି, ଯିଏ ବାଲି ଓ ପଥର ଚୋରିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି ବୋଲି ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି। ଗଞ୍ଜାମରେ ବାଲି ଓ ପଥର ଚୋରିରେ ରାଜ୍ୟର ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ନେଇ ଜିଲ୍ଲା ସାରା ଚର୍ଚ୍ଚା ଚାଲିଛି । ରାଜ୍ୟ ସରକାର ଏହି ଲଘୁ ଖଣିଜ ସମ୍ପଦ ଲୁଟ୍‌ ସମ୍ପର୍କରେ ରାଜ୍ୟବାସୀଙ୍କ ସମ୍ମୁଖରେ ଏହାର ଉତ୍ତର ରଖିବା ଦରକାର ବୋଲି ଡ. ମହାନ୍ତି କହିଥିଲେ। 

ଆହୁରି ପଢ଼ନ୍ତୁ: ବିଜେଡି ଶୃଙ୍ଖଳା କମିଟି ବୈଠକରେ ୬ ବିଧାୟକଙ୍କ ସ୍ପଷ୍ଟୀକରଣ ତର୍ଜମା: ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ନବୀନ

ଇପ୍ସିତା ସାହୁ କହିଥିଲେ ଯେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ପ୍ରଦୀପ ବଳସାମନ୍ତ ତାଙ୍କ ପତ୍ନୀ ଓ ପୁଅଙ୍କ ନାମରେ ନୟାଗଡ ଜିଲ୍ଲାରେ ପଥରକଟା ସହ ବାଲିଘାଟ ନେଇଛନ୍ତି। ସେହିପରି ବଡମ୍ୱା ନରସିଂହପୁର ବିଧାୟକ ବିଜୟ ଦଳବେହେରା ଏବେ ତାଙ୍କ ଅଞ୍ଚଳରେ ବାଲି ଓ ପଥର ମାଫିଆ ମାନଙ୍କ ସହିତ ଅଂଶୀଦାର ସାଜିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆସ୍କା ବିଧାୟକ ସରୋଜ ପାଢ଼ୀ ବାଲି ଠିକାଦାରଙ୍କୁ ମାସିକିଆ ଚାନ୍ଦା ମାଗୁଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି। ବାଲି ଓ ପଥର ଚୋରିକୁ ନେଇ ରାଜ୍ୟରେ ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କ୍ରସ୍ ଭୋଟିଂ ପାଇଁ ନବୀନଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ: ବିଜେଡିରୁ ନିଲମ୍ବିତ ହେଲେ ୬ ବିଧାୟକ

20 Nov 2025 By Madhusudan Das

ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବାଲି ଓ ପଥର ଚୋରି: ବିଜେଡି

ଚୋରିରେ ଅଂଶୀଦାର ସାଜିଛନ୍ତି ବିଜେପିର ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର: ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ରାଜ୍ୟରେ ବାଲି ଚୋରି ଅହେତୁକ ଭାବେ ବୃଦ୍ଧି ପାଇଛି। ଏହି ବାଲି ଚୋରି ବିଜେପି ମନ୍ତ୍ରୀ ଓ ନେତାଙ୍କ ପ୍ରୋତ୍ସାହନରେ ଚାଲିଛି। ନିକଟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲି ଚୋରି ରୋକିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ରାଜ୍ୟରେ ହେଉଥିବା ବାଲି ଚୋରିର ସ୍ୱୀକାରୋକ୍ତି ଥିଲା ବୋଲି ବିଜେଡି କହିଛି। 

ଶଙ୍ଖ ଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ହେଉଥିବା ବାଲିଚୋରିରେ ବିଜେପିର ନେତାମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଛନ୍ତି। ଡ. ଲେନିନ ମହାନ୍ତି କହିଥିଲେ ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଲଘୁ ଖଣିଜ ସମ୍ପଦରୁ ରାଜ୍ୟକୁ ୧୪୮୫ କୋଟି ଟଙ୍କା ରାଜସ୍ୱ ମିଳିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ରାଜସ୍ୱ ପରିମାଣ ୬୦୦ କୋଟି ଟଙ୍କାକୁ ଖସି ଆସିଛି । ବିଜେପିର ନେତାମନ୍ତ୍ରୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଏହି ବାଲିଚୋରି ବୃଦ୍ଧି ପାଇଛି। ରାଜ୍ୟରେ ବାଲି ଏବେ ଏକ ଦୁର୍ଲଭ ବସ୍ତୁରେ ପରିଣତ ହୋଇଛି । ବାଲି ଦରରେ ଅହେତୁକ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ କନଷ୍ଟ୍ରକସନ ମୂଲ୍ୟରେ ମଧ୍ୟ ବୃଦ୍ଧି ପାଇଛି । ଏହି ବାଲି ଚୋରିରେ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ସହିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସମ୍ପୃକ୍ତି ଅଭିଯୋଗ ଆସିଛି। ସ୍ୱାଧୀନତା ପରଠାରୁ କୌଣସି ମୁଖ୍ୟମନ୍ତ୍ରୀଙ୍କ ନାମରେ ଏପରି ଗୁରୁତର ଅଭିଯୋଗ କେବେବି ଆସି ନଥିଲା। ତେଣୁ ଏହି ବାଲିଚୋରି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆମେ ସ୍ପଷ୍ଟୀକରଣ ଦାବି କରୁଛୁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାରର ସଦସ୍ୟମାନେ ଜଣେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ ଓରଫ ଲିକୁ ସାହୁଙ୍କ ସହିତ ବୁଲୁଛନ୍ତି, ଯିଏ ବାଲି ଓ ପଥର ଚୋରିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି ବୋଲି ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି। ଗଞ୍ଜାମରେ ବାଲି ଓ ପଥର ଚୋରିରେ ରାଜ୍ୟର ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ସମ୍ପୃକ୍ତି ନେଇ ଜିଲ୍ଲା ସାରା ଚର୍ଚ୍ଚା ଚାଲିଛି । ରାଜ୍ୟ ସରକାର ଏହି ଲଘୁ ଖଣିଜ ସମ୍ପଦ ଲୁଟ୍‌ ସମ୍ପର୍କରେ ରାଜ୍ୟବାସୀଙ୍କ ସମ୍ମୁଖରେ ଏହାର ଉତ୍ତର ରଖିବା ଦରକାର ବୋଲି ଡ. ମହାନ୍ତି କହିଥିଲେ। 

ଇପ୍ସିତା ସାହୁ କହିଥିଲେ ଯେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ପ୍ରଦୀପ ବଳସାମନ୍ତ ତାଙ୍କ ପତ୍ନୀ ଓ ପୁଅଙ୍କ ନାମରେ ନୟାଗଡ ଜିଲ୍ଲାରେ ପଥରକଟା ସହ ବାଲିଘାଟ ନେଇଛନ୍ତି। ସେହିପରି ବଡମ୍ୱା ନରସିଂହପୁର ବିଧାୟକ ବିଜୟ ଦଳବେହେରା ଏବେ ତାଙ୍କ ଅଞ୍ଚଳରେ ବାଲି ଓ ପଥର ମାଫିଆ ମାନଙ୍କ ସହିତ ଅଂଶୀଦାର ସାଜିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆସ୍କା ବିଧାୟକ ସରୋଜ ପାଢ଼ୀ ବାଲି ଠିକାଦାରଙ୍କୁ ମାସିକିଆ ଚାନ୍ଦା ମାଗୁଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି। ବାଲି ଓ ପଥର ଚୋରିକୁ ନେଇ ରାଜ୍ୟରେ ଏବେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର