ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ମାଲିକଙ୍କ ପୁଅ ଗିରଫ

Madhusudan Das Picture
Published On

ରାୟଗଡ଼ା: ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା। ମୃତ ଯୁବତୀଜଣଙ୍କ ହେଲେ, ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରର ସୃଷ୍ଟି ଶର୍ମା(୨୩)। ପୁଲିସ ସେଠାକାର ଏକ ନଦୀରୁ ତାଙ୍କ ଶବ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ୍‌ ସୃଷ୍ଟ ଭଡ଼ାରେ ରହୁଥିବା ଘର ମାଲିକର ପୁଅକୁ ଗିରଫ କରିଛି। ସେ ହେଲା, ଅମିତ ସିଂହ। ସୃଷ୍ଟିଙ୍କୁ ହତ୍ୟା କରିବା ପରେ ପ୍ରମାଣ ଲୁଚାଇବା ପାଇଁ ସେ ଶବକୁ ଚାଦରରେ ଗୁଡ଼ାଇ ସେଥିରେ ଇଟା, ପଥର ବାନ୍ଧି ନଦୀ‌ରେ ଫିଙ୍ଗି ଦେଇଥିଲା। ଅପର‌ପକ୍ଷେ, ପୁଲିସ ସୃଷ୍ଟିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରୁଦ୍ରପୁର ମେଡିକାଲକୁ ପଠାଇଛି।

ଆହୁରି ପଢ଼ନ୍ତୁ: ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ସୂଚନା ଅନୁଯାୟୀ, ସୃଷ୍ଟି ଉତ୍ତରାଖଣ୍ଡର ଲାଲପୁରସ୍ଥିତ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀରେ ୬ ମାସ ହେଲା ଇଣ୍ଟର୍ଣ୍ଣସିପ୍‌ କରୁଥିଲେ। ସେ ଲାଲପୁରର ଭାରତୀୟମ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପଛରେ କାମେଶ୍ୱର ସିଂହଙ୍କ ଘରେ ଏକ କୋଠରି ଭଡ଼ା ନେଇ ରହୁଥିଲେ। ମଙ୍ଗଳବାର ଅପରାହ୍‌ରୁ ସୃଷ୍ଟିଙ୍କ ଫୋନ ବନ୍ଦ ରହିବାରୁ ପରିବାରଲୋକଙ୍କ ସନ୍ଦେହ ହୋଇଥିଲା। ପରିବାରଲୋ‌‌କ ଯେତେ ଚେଷ୍ଟା କରିଥିଲେ ବି ସୃଷ୍ଟିଙ୍କ ସହ ଯୋଗାଯୋଗ ହୋଇପାରିନଥିଲା। ତେଣୁ ପରେ ବାଧ୍ୟ ହୋଇ ସେ ଭଡ଼ାରେ ରହୁଥିବା ଘରର ମାଲିକ  ଓ ତାଙ୍କ ପୁଅ ଅମିତଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ ପରିବାରଲୋକଙ୍କ ମନକୁ ପାପ ଛୁଇଁଥିଲା। ପରେ ସୃଷ୍ଟିଙ୍କ ସମ୍ପର୍କୀୟ ଭାଇ ଅମୃତ କୁମାର ତାଙ୍କ ବନ୍ଧୁ ସୂରଜ ଏବଂ ମନୀଷଙ୍କ ସହ ଲାଲପୁରଠାରେ ପହଞ୍ଚିଥିଲେ। ସେ ଲାଲପୁର ପୁଲିସ ଷ୍ଟେସନରେ ସୃଷ୍ଟିଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନକରି ସେମାନେ କାମେଶ୍ୱର ସିଂହଙ୍କ ଘର ବିପରୀତରେ ଥିବା ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ରଞ୍ଜିତ ସିଂହଙ୍କ ଘରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନଙ୍କର ସନ୍ଦେହ ହେବାରୁ ପୁଲିସକୁ କହିଥିଲେ। ପୁଲିସ ଘର ମାଲିକଙ୍କ ପୁଅକୁ ପଚରାଉଚରା କରିବା ପରେ ଏହି ହତ୍ୟାକାଣ୍ଡ ଉପରୁ ପରଦା ଉଠିଥିଲା। ପୁଲିସ ଅମିତଙ୍କୁ ପଚରାଉଚରା ପରେ ସେ ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ସେ ସୃଷ୍ଟିଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ସେଥିରେ ପଥର ବାନ୍ଧି ବାଡୋର ନଦୀରେ ଫିଙ୍ଗି ଦେଇଥିବା କହିଥିଲେ। ଏହି ସୂଚନା ପାଇବା ପରେ ପୁଲିସ ଆଜି ଅପରାହ୍‌ଣରେ ନଦୀରୁ ମୃତଦେହ ଉଦ୍ଧାର କରିଛି। ତେବେ ହତ୍ୟାକାଣ୍ଡର କାରଣ ସଂପର୍କରେ ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ: ବଦଳିଲେ ୬ ରାଜ୍ୟର ରାଜ୍ୟପାଳ: ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର