ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ, ଉଲଗ୍ନ କରି ଭିଡିଓ ଉତ୍ତୋଳନ କରିବା ସହ ଭାଇରାଲ ଧମକ...

Deviprasad Mohanty Picture
Published On

ଭୁବନେଶ୍ବର: ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନାର ଅଭିଯୋଗ। ମୈତ୍ରୀବିହାର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲରର ଲ୍ୟାବ ଟେକନିସିଆନ ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ କହିବା ମୁତାବକ କିଛିଦିନ ତଳେ ହସ୍ପିଟାଲରେ ଚାଲିଥିବା ଅନିୟମିତତା ସମ୍ପର୍କରେ ମୁହଁ ଖୋଲିବାରୁ ଲ୍ୟାବ ଟେକ୍ନିସିଆନ ଜଣଙ୍କ ପ୍ରତିକ୍ରିୟାଶୀଳ ହେବା ସହ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଥିଲେ। ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର କରିଥିଲେ। ଏ ନେଇ ଥାନାରେ ଅଭିଯୋଗ କଲେ ଉଲଗ୍ନ କରି ଭିଡିଓ ଉତ୍ତୋଳନ କରିବା ସହ ଭାଇରାଲ କରିବାର ଧମକ ଦେଇଥିଲେ। ଜୋର ଜବରଦସ୍ତ କିଛି ଭିଡିଓ ମଧ୍ୟ ମୋବାଇଲରେ ସୁଟ କରିଥିଲେ। ଏ ନେଇ HR ଡିପାର୍ଟମେଣ୍ଟରେ ଅଭିଯୋଗ କରିଥିଲେ ପୀଡିତା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଏତଲା ଗ୍ରହଣ କରି ନ ଥିବା ସେ କ୍ଷୋଭର ସହ କହିଛନ୍ତି। ଏପରିକି ଲ୍ୟାବ ଆସିଷ୍ଟାଣ୍ଟ ବିରୋଧରେ ଅଭିଯୋଗ ଆଣୁଥିବାରୁ କିଛିଦିନ ତଳେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛି ମ୍ୟାନେଜମେଣ୍ଟ। ଏଣୁ ଅଭିଯୁକ୍ତକୁ ସୁରକ୍ଷା ଦେବା ସହ ତାଙ୍କ ପ୍ରତି ମାନସିକ ନିର୍ଯାତନା ଦେଇଥିବା ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତା । ଚନ୍ଦ୍ରଶେଖରପୁର ଥାନାରେ ସେ ଏନେଇ ଏତଲା ଦେବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର