ଯୁବବର୍ଗ ବେକାର, ବୃଦ୍ଧଙ୍କୁ ଚାକିରି; କୋର୍ଟରେ ଗଡୁଛି ମାମଲା, ପକ୍ଷ ରଖୁନାହାନ୍ତି ସରକାର...

କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧ, କର୍ଣ୍ଣପାତ କରୁ ନାହାନ୍ତି ଉଚ୍ଚଶିକ୍ଷା ଓ ଆଇନ ମନ୍ତ୍ରୀ

Deviprasad Mohanty Picture
Published On

and the government is not presenting its side.

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଅର୍ଦ୍ଧାଧିକ ଅଧ୍ୟାପକ ପଦ ଖାଲି ପଡ଼ିଛି; ହେଲେ ସରକାର ନୂତନ ନିଯୁକ୍ତି ଦେଉ ନାହାନ୍ତି। ଅପରପକ୍ଷରେ ଅବସରପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅଣଶିକ୍ଷକ ପଦରେ ମଧ୍ୟ ଅବସରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ବେକାର ବୁଲୁଥିବାବେଳେ ଅବସରପ୍ରାପ୍ତ ବୃଦ୍ଧଙ୍କୁୁ ସରକାର ନିଯୁକ୍ତି ଦେବାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଗତ ୨୩ ତାରିଖରେ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ୪୮୮ ଓ ୬୬୨ ବର୍ଗ ଏବଂ ସଂସ୍କୃତ କଲେଜରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏପଟେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଥିବା ସରକାର ନୂତନ ଅଧ୍ୟାପକ ନିଯୁକ୍ତି କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯୋଗ୍ୟତା ମାନଦଣ୍ଡକୁ ନେଇ ଆଶାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସରକାର ନିଜର ପକ୍ଷ ରଖୁ ନାହାନ୍ତି। ଏପରିକି ଡବଲ୍‌ ବେଞ୍ଚରେ ହୋଇଥିବା ମାମଲାର ଶୁଣାଣି ସମୟରେ ଆଡଭୋକେଟ୍‌ ଜେନେରାଲ୍‌ (ଏଜି) ଉପସ୍ଥିତ ରହୁ ନ ଥିବାରୁ ମାମଲାର ଶୁଣାଣି ହୋଇ ପାରୁ ନ ଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ଖାଲି ପଦରେ ନିଯୁକ୍ତି ଦେବାକୁ ପଦକ୍ଷେପ ନେବା ପରିବର୍ତ୍ତେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଏସ୍‌ଏସ୍‌ବି ଅଧ୍ୟାପକ ଆଶାୟୀମାନେ ଦୃଢ଼ ନିନ୍ଦା କରିଛନ୍ତି।   ଅପରପକ୍ଷରେ ଚାକିରି ଆଶାୟୀଙ୍କ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ  ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସରକାରୀ ବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ପଦ ପୂରଣ କରିବାରେ ସରକାର ଆନ୍ତରିକତା ପ୍ରକାଶ କରୁ ନାହାନ୍ତି। ୨୦୨୪ ମାର୍ଚ୍ଚରେ ଏସ୍‌ଏସ୍‌ବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ କୋର୍ଟରେ ବିଚାରଧୀନ ରହିବା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବହୁ ପଦ ଫାଙ୍କା ପଡ଼ିଛି। ନିୟମିତ ଭାବେ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଛି। ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ତ୍ରୁଟି କାରଣରୁ ପ୍ରାୟ ସମସ୍ତ ବିଜ୍ଞପ୍ତି କୋର୍ଟକୁ ଯାଉଛି। ଫଳରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଛି। ଏଥିପାଇଁ ସରକାର ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ସେହିପରି ପ୍ରତିବର୍ଷ ଏସ୍‌ଏସ୍‌ବି ନିଯୁକ୍ତି କରାଗଲେ ଅଧ୍ୟାପକ ଅଭାବ ପରି ଅଶୋଭନୀୟ ପରିସ୍ଥିତି ସୃଷ୍ଟି ନ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀମାନେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ସରକାର ନିଯୁକ୍ତି ଦେବା ପାଇଁ ତ୍ୱରିତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଶାୟୀମାନେ ଚେତାବନୀ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହ ସଂଗ୍ରାମ ମୋହାଲିକ, କମଳାକାନ୍ତ ଶତପଥି, ବିଜୟ ମଲ୍ଲିକ, ରଞ୍ଜିତ ପ୍ରଧାନଙ୍କ ସହ ବହୁ ଯୁବକଯୁବତୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

01 Nov 2025 By Deviprasad Mohanty

ଯୁବବର୍ଗ ବେକାର, ବୃଦ୍ଧଙ୍କୁ ଚାକିରି; କୋର୍ଟରେ ଗଡୁଛି ମାମଲା, ପକ୍ଷ ରଖୁନାହାନ୍ତି ସରକାର...

କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ବିରୋଧ, କର୍ଣ୍ଣପାତ କରୁ ନାହାନ୍ତି ଉଚ୍ଚଶିକ୍ଷା ଓ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଅର୍ଦ୍ଧାଧିକ ଅଧ୍ୟାପକ ପଦ ଖାଲି ପଡ଼ିଛି; ହେଲେ ସରକାର ନୂତନ ନିଯୁକ୍ତି ଦେଉ ନାହାନ୍ତି। ଅପରପକ୍ଷରେ ଅବସରପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅଣଶିକ୍ଷକ ପଦରେ ମଧ୍ୟ ଅବସରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ବେକାର ବୁଲୁଥିବାବେଳେ ଅବସରପ୍ରାପ୍ତ ବୃଦ୍ଧଙ୍କୁୁ ସରକାର ନିଯୁକ୍ତି ଦେବାକୁ ନେଇ ସାଧାରଣରେ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା

ଗତ ୨୩ ତାରିଖରେ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ୪୮୮ ଓ ୬୬୨ ବର୍ଗ ଏବଂ ସଂସ୍କୃତ କଲେଜରେ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏପଟେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଥିବା ସରକାର ନୂତନ ଅଧ୍ୟାପକ ନିଯୁକ୍ତି କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯୋଗ୍ୟତା ମାନଦଣ୍ଡକୁ ନେଇ ଆଶାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସରକାର ନିଜର ପକ୍ଷ ରଖୁ ନାହାନ୍ତି। ଏପରିକି ଡବଲ୍‌ ବେଞ୍ଚରେ ହୋଇଥିବା ମାମଲାର ଶୁଣାଣି ସମୟରେ ଆଡଭୋକେଟ୍‌ ଜେନେରାଲ୍‌ (ଏଜି) ଉପସ୍ଥିତ ରହୁ ନ ଥିବାରୁ ମାମଲାର ଶୁଣାଣି ହୋଇ ପାରୁ ନ ଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ଖାଲି ପଦରେ ନିଯୁକ୍ତି ଦେବାକୁ ପଦକ୍ଷେପ ନେବା ପରିବର୍ତ୍ତେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଏସ୍‌ଏସ୍‌ବି ଅଧ୍ୟାପକ ଆଶାୟୀମାନେ ଦୃଢ଼ ନିନ୍ଦା କରିଛନ୍ତି।   ଅପରପକ୍ଷରେ ଚାକିରି ଆଶାୟୀଙ୍କ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ  ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ସରକାରୀ ବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ପଦ ପୂରଣ କରିବାରେ ସରକାର ଆନ୍ତରିକତା ପ୍ରକାଶ କରୁ ନାହାନ୍ତି। ୨୦୨୪ ମାର୍ଚ୍ଚରେ ଏସ୍‌ଏସ୍‌ବି ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ କୋର୍ଟରେ ବିଚାରଧୀନ ରହିବା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ବହୁ ପଦ ଫାଙ୍କା ପଡ଼ିଛି। ନିୟମିତ ଭାବେ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଛି। ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ତ୍ରୁଟି କାରଣରୁ ପ୍ରାୟ ସମସ୍ତ ବିଜ୍ଞପ୍ତି କୋର୍ଟକୁ ଯାଉଛି। ଫଳରେ ସମଗ୍ର ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଛି। ଏଥିପାଇଁ ସରକାର ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ସେହିପରି ପ୍ରତିବର୍ଷ ଏସ୍‌ଏସ୍‌ବି ନିଯୁକ୍ତି କରାଗଲେ ଅଧ୍ୟାପକ ଅଭାବ ପରି ଅଶୋଭନୀୟ ପରିସ୍ଥିତି ସୃଷ୍ଟି ନ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି। 

ଅବସରପ୍ରାପ୍ତଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀମାନେ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ସରକାର ନିଯୁକ୍ତି ଦେବା ପାଇଁ ତ୍ୱରିତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆଶାୟୀମାନେ ଚେତାବନୀ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କ ସହ ସଂଗ୍ରାମ ମୋହାଲିକ, କମଳାକାନ୍ତ ଶତପଥି, ବିଜୟ ମଲ୍ଲିକ, ରଞ୍ଜିତ ପ୍ରଧାନଙ୍କ ସହ ବହୁ ଯୁବକଯୁବତୀ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/youth-are-unemployed-while-the-elderly-are-getting-jobs-cases-are-piling-up-in-court/article-42928
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର