ଭୀଷଣ ବାତ୍ୟାର ରୂପ ନେଲା ‘ମୋନ୍ଥା’, ସମୁଦ୍ରରୁ ଶକ୍ତି ସଂଗ୍ରହ କରି ସ୍ଥଳଭାଗକୁ ମାଡ଼ି ଆସୁଛି ମୋନ୍ଥା

Madhusudan Das Picture
Published On

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପନେଲା ବାତ୍ୟା ମୋନ୍ଥା । ସମୁଦ୍ରରୁ ଶକ୍ତି ସଂଗ୍ରହ କରି ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି । ମଚ୍ଛଲିପଟ୍ଟନମରୁ ୧୯୦ କିମି ଦୂରରେ ରହିଛି ବାତ୍ୟା । କାକିନାଡ଼ାରୁ ୨୭୦ କିମି ଦୂରରେ ବାତ୍ୟା ମୋନ୍ଥା । ବିଶାଖାପଟ୍ଟନମରୁ ୩୪୦ କିମି ଦୂରରେ ରହିଛି ବାତ୍ୟା । ଗୋପାଳପୁରରୁ ୫୫୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରୁ ରାତି ଭିତରେ ବାତ୍ୟା କାକିନାଡ଼ାରେ ଲ୍ୟାଣ୍ଡଫଲ୍ କରିବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସନ୍ଧ୍ୟା ୫ଟାରୁ ରାତି ୮ଟା ଭିତରେ କୋନାସୀମାରେ ଲ୍ୟାଣ୍ଡଫଲ୍ କରିପାରେ ଭୀଷଣ ବାତ୍ୟା ମୋନ୍ଥା । ଲ୍ୟାଣ୍ଡଫଲ ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବ ବାତ୍ୟା ମୋନ୍ଥା । ଛତିଶଗଡ଼ ମୁହାଁ ହୋଇ ଦୂର୍ବଳ ହେବ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ପବନର ବେଗ ବଢ଼ିବା ସହିତ ସମୁଦ୍ରରେ ଆସୁଛି ଉଚ୍ଚ ଉଚ୍ଚ ଜୁଆର। ବେଳାଭୂମି ରାସ୍ତା ଉପରକୁ ମାଡ଼ି ଆସୁଛି ସମୁଦ୍ର ପାଣି। ଘଣ୍ଟାକୁ ୯୦ରୁ୧୦୦ କିଲୋମିଟର ବେଗରେ ପବନ ବହୁଛି । ଝଟକା ପବନର ବେଗ ରହିଛି ୧୧୦ କିଲୋମିଟର । 

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଛେଚୁଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜଳାଭଣ୍ଡାର ଗୁଡ଼ିକ ଫୁଲିବାରେ ଲାଗିଛି। ବାତ୍ୟା ପାଇଁ ୮ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି । ଆସନ୍ତା ୨ଦିନ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର