ନୂଆପଡ଼ା ଲଢେ଼ଇ; ନବୀନ ଗଢ଼ିଲେ କମିଟି: ଷ୍ଟିଅରିଂ କମିଟିରେ ଦଳର ୬ ବରିଷ୍ଠ ନେତା ଜୋନାଲ କମିଟିରେ ୧୦, ଆକ୍ସନ କମିଟିରେ ୩ ...

Deviprasad Mohanty Picture
Published On

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରରିପେକ୍ଷୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତାଙ୍କୁ ନେଇ ୩ଟି କମିଟି ଗଠନ କରିଛନ୍ତି।  ଷ୍ଟିୟରିଂ କମିଟି, ଜୋନାଲ କମିଟି ଏବଂ ଲୋକାଲ ଆକ୍ସନ କମିଟିରେ ସ୍ଥାନୀତ ସଦସ୍ୟମାନେ ନିର୍ବାଚନ ପରିଚାଳନା କରିବେ ବୋଲି ବିଜେଡି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଉପନିର୍ବାଚନର ପରିଚାଳନା ଦାୟିତ୍ୱ ଷ୍ଟିୟରିଂ କମିଟି ଉପରେ ନ୍ୟସ୍ତ ହୋଇଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ମହମ୍ମଦ ଆୟୁବ ଖାନ୍‌ ପ୍ରମୁଖ ଏହି କମିଟିରେ ରହିଛନ୍ତି। ସେହିପରି ଜିଲ୍ଲା ପରିଷଦ ଜୋନ୍‌ ଏବଂ ପୌରାଞ୍ଚଳ ଜୋନକୁ ନେଇ ଗଠିତ ଜୋନାଲ କମିିଟିରେ ମୋଟ ୧୦ ଜଣ ସ୍ଥାନ ପାଇଛନ୍ତି। ନୂଆପଡା ଏନଏସି ପାଇଁ କଳିକେଶ ନାରାୟଣ ସିଂହଦେଓ ଓ ଶାରଦା ନାୟକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଖରିଆର ରୋଡ୍‌ ଏନଏସି ପାଇଁ ରୋହିତ ପୂଜାରୀ  ଓ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରନ୍ଧାରୀ, ପ୍ରଦୀପ ମାଝୀ, ଯୋଗେଶ ସିଂଙ୍କୁ ଜିଲ୍ଲା ପରିଷଦ ଜୋନ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଲୋକାଲ ଆକ୍ସନ କମିଟିରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଅବନୀ ଯୋଶୀ ଓ ମନୋଜ ମିଶ୍ର ରହିଛନ୍ତି। ଏହି ୩ କମିଟି ତତ୍ତ୍ବାବଧାନରେ ବିଜେଡି ନିଜର ଉପ ନିର୍ବାଚନ ରଣନୀତି ପରିଚାଳନା କରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

09 Oct 2025 By Deviprasad Mohanty

ନୂଆପଡ଼ା ଲଢେ଼ଇ; ନବୀନ ଗଢ଼ିଲେ କମିଟି: ଷ୍ଟିଅରିଂ କମିଟିରେ ଦଳର ୬ ବରିଷ୍ଠ ନେତା ଜୋନାଲ କମିଟିରେ ୧୦, ଆକ୍ସନ କମିଟିରେ ୩ ...

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରରିପେକ୍ଷୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ନେତାଙ୍କୁ ନେଇ ୩ଟି କମିଟି ଗଠନ କରିଛନ୍ତି।  ଷ୍ଟିୟରିଂ କମିଟି, ଜୋନାଲ କମିଟି ଏବଂ ଲୋକାଲ ଆକ୍ସନ କମିଟିରେ ସ୍ଥାନୀତ ସଦସ୍ୟମାନେ ନିର୍ବାଚନ ପରିଚାଳନା କରିବେ ବୋଲି ବିଜେଡି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ଉପନିର୍ବାଚନର ପରିଚାଳନା ଦାୟିତ୍ୱ ଷ୍ଟିୟରିଂ କମିଟି ଉପରେ ନ୍ୟସ୍ତ ହୋଇଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ମହମ୍ମଦ ଆୟୁବ ଖାନ୍‌ ପ୍ରମୁଖ ଏହି କମିଟିରେ ରହିଛନ୍ତି। ସେହିପରି ଜିଲ୍ଲା ପରିଷଦ ଜୋନ୍‌ ଏବଂ ପୌରାଞ୍ଚଳ ଜୋନକୁ ନେଇ ଗଠିତ ଜୋନାଲ କମିିଟିରେ ମୋଟ ୧୦ ଜଣ ସ୍ଥାନ ପାଇଛନ୍ତି। ନୂଆପଡା ଏନଏସି ପାଇଁ କଳିକେଶ ନାରାୟଣ ସିଂହଦେଓ ଓ ଶାରଦା ନାୟକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଖରିଆର ରୋଡ୍‌ ଏନଏସି ପାଇଁ ରୋହିତ ପୂଜାରୀ  ଓ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରନ୍ଧାରୀ, ପ୍ରଦୀପ ମାଝୀ, ଯୋଗେଶ ସିଂଙ୍କୁ ଜିଲ୍ଲା ପରିଷଦ ଜୋନ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଲୋକାଲ ଆକ୍ସନ କମିଟିରେ ବିଧାୟକ ଅଧିରାଜ ପାଣିଗ୍ରାହୀ, ଅବନୀ ଯୋଶୀ ଓ ମନୋଜ ମିଶ୍ର ରହିଛନ୍ତି। ଏହି ୩ କମିଟି ତତ୍ତ୍ବାବଧାନରେ ବିଜେଡି ନିଜର ଉପ ନିର୍ବାଚନ ରଣନୀତି ପରିଚାଳନା କରିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର