ଆଜି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର/ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ସେବା ପର୍ବ-୨୦୨୫’ ଚାଲିଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ଆୟୋଜିତ ଯୁବ ସମାବେଶକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶ ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍‌ଏନ୍‌ଏଲ୍‌ ୪ଜି ନେଟ୍‌ୱର୍କ ଟାୱାର ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। […]

ଭୁବନେଶ୍ୱର/ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ସେବା ପର୍ବ-୨୦୨୫’ ଚାଲିଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ଆୟୋଜିତ ଯୁବ ସମାବେଶକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶ ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍‌ଏନ୍‌ଏଲ୍‌ ୪ଜି ନେଟ୍‌ୱର୍କ ଟାୱାର ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

କାର୍ଯ୍ୟସୂଚୀ ଅନୁସାରେ, ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ଣ ୧୧ଟା ୧୦ ମିନିଟରେ ପହଞ୍ଚି, ସେଠାରୁ ଅମଲିପାଲି ପଡ଼ିଆ ଅଭିମୁଖେ ଯାତ୍ରା କରିବେ। ସଭାସ୍ଥଳରେ ୧୧ଟା ୨୫ ମିନିଟରେ ପହଞ୍ଚି ସାଢେ଼ ୧୧ଟାରୁ ସାଢେ଼ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ସାଢେ଼ ୧୨ଟାରେ ସଭାସ୍ଥଳରୁ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରକୁ ଯାଇ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୭ ବର୍ଷ ପରେ ଝାରସୁଗୁଡ଼ାକୁ ଆସୁଛନ୍ତି। ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖ ଝାରସୁଗୁଡ଼ା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉଦ୍‌ଘାଟନ କରିଥିଲେ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

27 Sep 2025 By The Sakala

ଆଜି ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ସେବା ପର୍ବ-୨୦୨୫’ ଚାଲିଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ାରେ ଆୟୋଜିତ ଯୁବ ସମାବେଶକୁ ସମ୍ବୋଧିତ କରିବା ସହ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶ ପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଏସ୍‌ଏନ୍‌ଏଲ୍‌ ୪ଜି ନେଟ୍‌ୱର୍କ ଟାୱାର ସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟସୂଚୀ ଅନୁସାରେ, ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ଣ ୧୧ଟା ୧୦ ମିନିଟରେ ପହଞ୍ଚି, ସେଠାରୁ ଅମଲିପାଲି ପଡ଼ିଆ ଅଭିମୁଖେ ଯାତ୍ରା କରିବେ। ସଭାସ୍ଥଳରେ ୧୧ଟା ୨୫ ମିନିଟରେ ପହଞ୍ଚି ସାଢେ଼ ୧୧ଟାରୁ ସାଢେ଼ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ସାଢେ଼ ୧୨ଟାରେ ସଭାସ୍ଥଳରୁ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରକୁ ଯାଇ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୭ ବର୍ଷ ପରେ ଝାରସୁଗୁଡ଼ାକୁ ଆସୁଛନ୍ତି। ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖ ଝାରସୁଗୁଡ଼ା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉଦ୍‌ଘାଟନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର