ଗିରଫ ହେଲେ OSSCର କୋଟିପତି ପିଏସ୍ ବିରଞ୍ଚି ସାହୁ; ମୋଟ ୩କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

The Sakala Picture
Published On

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର (ଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ କରିଥିଲା। ବିଳମ୍ବିତ ରାତି ଯାଏଁ ରେଡ୍ ପରେ ବିରଞ୍ଚିଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ବିରଞ୍ଚିଙ୍କ ଘରୁ ପୁଳାପୁଳା ଟଙ୍କା ସହିତ ଜବତ ହୋଇଥିଲା କେଜିଏରୁ ଅଧିକ ସୁନା […]

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର (ଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ କରିଥିଲା। ବିଳମ୍ବିତ ରାତି ଯାଏଁ ରେଡ୍ ପରେ ବିରଞ୍ଚିଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ବିରଞ୍ଚିଙ୍କ ଘରୁ ପୁଳାପୁଳା ଟଙ୍କା ସହିତ ଜବତ ହୋଇଥିଲା କେଜିଏରୁ ଅଧିକ ସୁନା । ୨୦ଘଣ୍ଟା ଧରି ମାରାଥନ ରେଡ୍‌ ପରେ ରାତି ସାଢ଼େ ୨ଟାରେ ସରିଥିଲା ରେଡ଼ । ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ଦେଢ କେଜି ସୁନା ଓ ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହା ସହିତ ୫୬ ଲକ୍ଷ ଟଙ୍କାର ଜୀବନବୀମା, ନଗଦ ୨୫ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଏଥିସହିତ ନିଯୁକ୍ତି ସମ୍ବନ୍ଧୀୟ ଆଡମିଟ୍ କାର୍ଡ, ଦାମୀ କାର ଏବଂ ବାଇକ ଜବତ କରାଯାଇଛି । ସେହିପରି ନୀଳାଦ୍ରିବିହାରରେ ୨ମହଲା କୋଠା, ଭକ୍ତିବିହାରରେ କୋଠା ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ବିରଞ୍ଚିଙ୍କ ନିକଟରୁ ୩କୋଟି ୭୯ଲକ୍ଷର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ଉ କରିଥିଲା । ଏହି ଚଢ଼ଉରେ ଭିଜିଲାନ୍ସ ଏସ୍‌ପି ଆର୍‌ ପ୍ରକାଶଙ୍କ ସମେତ ୪ ଜଣ ଡିଏସ୍‌ପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ଏତେ ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା, ସେ ନେଇ ତଦନ୍ତ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

31 Jul 2021 By The Sakala

ଗିରଫ ହେଲେ OSSCର କୋଟିପତି ପିଏସ୍ ବିରଞ୍ଚି ସାହୁ; ମୋଟ ୩କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତକାଲି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର (ଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କ ଘରେ ରେଡ କରିଥିଲା। ବିଳମ୍ବିତ ରାତି ଯାଏଁ ରେଡ୍ ପରେ ବିରଞ୍ଚିଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ବିରଞ୍ଚିଙ୍କ ଘରୁ ପୁଳାପୁଳା ଟଙ୍କା ସହିତ ଜବତ ହୋଇଥିଲା କେଜିଏରୁ ଅଧିକ ସୁନା । ୨୦ଘଣ୍ଟା ଧରି ମାରାଥନ ରେଡ୍‌ ପରେ ରାତି ସାଢ଼େ ୨ଟାରେ ସରିଥିଲା ରେଡ଼ । ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ଦେଢ କେଜି ସୁନା ଓ ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହା ସହିତ ୫୬ ଲକ୍ଷ ଟଙ୍କାର ଜୀବନବୀମା, ନଗଦ ୨୫ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ ।

ଏଥିସହିତ ନିଯୁକ୍ତି ସମ୍ବନ୍ଧୀୟ ଆଡମିଟ୍ କାର୍ଡ, ଦାମୀ କାର ଏବଂ ବାଇକ ଜବତ କରାଯାଇଛି । ସେହିପରି ନୀଳାଦ୍ରିବିହାରରେ ୨ମହଲା କୋଠା, ଭକ୍ତିବିହାରରେ କୋଠା ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ବିରଞ୍ଚିଙ୍କ ନିକଟରୁ ୩କୋଟି ୭୯ଲକ୍ଷର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ଉ କରିଥିଲା । ଏହି ଚଢ଼ଉରେ ଭିଜିଲାନ୍ସ ଏସ୍‌ପି ଆର୍‌ ପ୍ରକାଶଙ୍କ ସମେତ ୪ ଜଣ ଡିଏସ୍‌ପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ । ଏତେ ଟଙ୍କା ଓ ସମ୍ପତ୍ତି କେଉଁଠୁ ଆସିଲା, ସେ ନେଇ ତଦନ୍ତ ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର