ରାଜ୍ୟରେ ଖସୁଛି କରୋନା ଗ୍ରାଫ୍; ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୫୭୮ ଜଣ କୋଭିଡ ପଜିଟିଭ୍, ୬୮ ଜଣଙ୍କ ମୃତ୍ଯୁ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍ ଯାହା ରାଜ୍ୟ ପାଇଁ ଖୁସିର ଖବର । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ଆଉ ୧୫୭୮ ଜଣ ନୂଆ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୫ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ ଜଣକୁ […]

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍ ଯାହା ରାଜ୍ୟ ପାଇଁ ଖୁସିର ଖବର । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ଆଉ ୧୫୭୮ ଜଣ ନୂଆ କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୫ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୬୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୭ ହଜାର ୨୬୮ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୬ ଜଣ, କଟକ ୨୧୨ ଜଣ, ଜଗତସିଂହପୁରରୁ ୧୧୩ ଜଣ, ପୁରୀରୁ ୧୦୯ ଜଣ, ବାଲେଶ୍ବରରୁ ୭୮ ଜଣ, ଯାଜପୁରରୁ ୭୭ ଜଣ, ଭଦ୍ରକରୁ ୫୮ ଜଣ,ନୟାଗଡ଼ରୁ ୫୩ ଜଣ, ଅନୁଗୁଳରୁ ୪୭ ଜଣ,ମୟୂରଭଞ୍ଜରୁ ୪୧ ଜଣ,ସୁନ୍ଦରଗଡ଼ରୁ ୨୯ ଜଣ, ଢ଼େଙ୍କାନାଳରୁ ୧୯ ଜଣ,ସମ୍ବଳପୁରରୁ ୧୮ ଜଣ, କନ୍ଧମାଳରୁ ୧୭ ଜଣ,ନବରଙ୍ଗପୁରରୁ ୧୬ ଜଣ, ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଏଁ,ସୋନପୁରରୁ ୧୨ ଜଣ, ମାଲକାନଗିରିରୁ ୧୧ ଜଣ, ବରଗଡ଼ରୁ ୯ ଜଣ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରୁ ୮ ଜଣ ଲେଖାଏଁ, ବୌଦ୍ଧରୁ ୪ ଜଣ, ଗଞ୍ଜାମ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡିରୁ ଜଣେ ଏବଂ ଷ୍ଟେଟ୍‌ ପୋଲ୍‌ରୁ ୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ମାତ୍ର ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ଯା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୯୦୨ ଜଣଙ୍କର ମୃତ୍ୟୁ ଘଟିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୭୭ ହଜାର ୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୬ ହଜାର୩୮୪ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୫୪ ହଜାର ୯୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୫୯୦୨ ଜଣଙ୍କର ମୃତ୍ୟୁ ହୋଇଛି ।

31 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର