ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ ଯୋଜନା, ବିରୋଧ ପରେ ପ୍ରକଳ୍ପ ବନ୍ଦ କଲେ ସରକାର

The Sakala Picture
Published On

ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବ ନାହିଁ ମଦ କୁଡ଼ିଆ । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହି ତାଲିକାରେ ରହିଥିଲା ବାଲେଶ୍ବରର […]

ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବ ନାହିଁ ମଦ କୁଡ଼ିଆ । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହି ତାଲିକାରେ ରହିଥିଲା ବାଲେଶ୍ବରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍‌ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍‌ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିୟକୁ ବିରୋଧ କରିଯାଇଛି । ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି । ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ଏହି ପ୍ରସ୍ତାବକୁ ବିରୋଧ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ତେବେ ପୁରୀ ବେଳାଭୂମିରେ ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହେବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

30 Jul 2021 By The Sakala

ପୁରୀ ବେଳାଭୂମିରେ ହେବ ନାହିଁ ମଦ କୁଡ଼ିଆ ଯୋଜନା, ବିରୋଧ ପରେ ପ୍ରକଳ୍ପ ବନ୍ଦ କଲେ ସରକାର

ଭୁବନେଶ୍ୱର: ପୁରୀ ସମୁଦ୍ର ବେଳାଭୂମିରେ ନିର୍ମାଣ ହେବ ନାହିଁ ମଦ କୁଡ଼ିଆ । ଏହାକୁ ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ବିଭିନ୍ନ ମହଲରୁ ବିରୋଧ ପରେ ପ୍ରକଳ୍ପ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଓଡ଼ିଶାର ୬ଟି ସ୍ବର୍ଣ୍ଣାଭ ବେଳାଭୂମିରେ ମଦ କୁଡ଼ିଆ ନିର୍ମାଣ ଲାଗି OTDC ଟେଣ୍ଡର ବାହାର କରିଥିଲା । ଗୋଆ ଭଳି ପୁରୀ ବେଳାଭୂମରେ ବିଚ୍ ସ୍ୟାକ୍ସ ଯୋଜନା କରାଯାଇଥିଲା । ଏହି ତାଲିକାରେ ରହିଥିଲା ବାଲେଶ୍ବରର ତଳସରା-ଉଦୟପୁର ବିଚ୍, ଚାନ୍ଦିପୁର, ଜଗତ୍‌ସିଂପୁରରର ପାରାଦୀପ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମର ପତିସୋନାପୁର ଓ ଗୋପାଳପୁର ବିଚ୍‌ରେ ୨୦ଟି ମଦ କୁଡ଼ିଆ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଏହି ପ୍ରକଳ୍ପକୁ ନେଇ ପୁରୀରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ପୁରୀ ଭଳି ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ବେଳାଭୂମିରେ ମଦ ବିକ୍ରିୟକୁ ବିରୋଧ କରିଯାଇଛି । ପୁରୀକୁ ଲୋକେ ତୀର୍ଥ କରିବା ପାଇଁ ଆସନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସାନିଧ୍ୟ ପାଇଁ ଆସନ୍ତି । ତେଣୁ ପୁରୀ ବେଳାଭୂମି ଭଳି ଏକ ପବିତ୍ର ସ୍ଥାନରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ଏହି ପ୍ରସ୍ତାବକୁ ବିରୋଧ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳ ଓ ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ତେବେ ପୁରୀ ବେଳାଭୂମିରେ ଏଭଳି କୌଣସି ପ୍ରକଳ୍ପ ଆରମ୍ଭ ହେବାର ଯୋଜନା ନାହିଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର