୨୧ ଜୀବିତ ହିତାଧିକାରୀଙ୍କୁ ମୃତ ଦର୍ଶାଇଲା ‘ସୁଭଦ୍ରା’ ପୋର୍ଟାଲ….

The Sakala Picture
Published On

ସାକ୍ଷୀଗୋପାଳ: ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ‘ସୁଭଦ୍ରା’ ଯୋଜନାର ଏକ ବଡ଼ ବ୍ୟତିକ୍ରମ ଦେଖାଯାଇଛି ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ୍‌ରେ। ଜୀବିତ ଥିବା ୨୧ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ପୋର୍ଟାଲ୍‌ରେ ମୃତ ବୋଲି ଦର୍ଶାଯାଇଛି। ଫଳରେ ଉକ୍ତ ୨୧ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ […]

ସାକ୍ଷୀଗୋପାଳ: ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ‘ସୁଭଦ୍ରା’ ଯୋଜନାର ଏକ ବଡ଼ ବ୍ୟତିକ୍ରମ ଦେଖାଯାଇଛି ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ୍‌ରେ। ଜୀବିତ ଥିବା ୨୧ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ପୋର୍ଟାଲ୍‌ରେ ମୃତ ବୋଲି ଦର୍ଶାଯାଇଛି। ଫଳରେ ଉକ୍ତ ୨୧ ହିତାଧିକାରୀ ସୁଭଦ୍ରା ସହାୟତାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନାହିଁ ବୋଲି ଉକ୍ତ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ନୂଆ ସମେଶ୍ୱରପୁର ପଞ୍ଚାୟତର ସୁଭଦ୍ରା ହିତାଧିକାରୀ ପ୍ରତିମା ମିଶ୍ର ସ୍ୱାମୀ ଗଙ୍ଗାଧର ମିଶ୍ର। ୧୯୮୮ରେ ତାଙ୍କର ଜନ୍ମ। ସୁଭଦ୍ରାର ପ୍ରଥମ କିସ୍ତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାକ୍ଷୀଗୋପାଳ ବ୍ରାଞ୍ଚରେ ଥିବା ଆକାଉଣ୍ଟ ଜରିଆରେ ସେ ପାଇଥିଲେ। ମାତ୍ର ଦ୍ୱିତୀୟ କିସ୍ତି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସି ନ ଥିଲା। ଏ ସମ୍ପର୍କରେ ସେ ଏକ ଜନସେବା କେନ୍ଦ୍ରରେ ବୁଝାସୁଝା କରିଥିଲେ ହେଁ ସେଠାରେ ତାଙ୍କୁ ମୃତ ବୋଲି ଦର୍ଶାଯାଇ ଉକ୍ତ ଯୋଜନାରୁ ତାଙ୍କୁ ବାଦ୍‌ ଦିଆଯାଇଛି ବୋଲି ଜାଣିବାକୁ ପାଇଥିଲେ। ତୁରନ୍ତ ଏ ସମ୍ପର୍କରେ ସେ ବ୍ଲକ୍‌ରେ ଥିବା ସୁଭଦ୍ରା ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିଥିଲେ। ମାତ୍ର ତାଙ୍କ ଅଭିଯୋଗର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଅଞ୍ଜଳି ପ୍ରଧାନ, ସିପ୍ରା ସାହୁ, ନିବେଦିତା ପ୍ରଧାନ ପ୍ରମୁଖଙ୍କୁ ମୃତ ଦର୍ଶାଇ ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ବଞ୍ଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଗତ ଅକ୍ଷୟ ତୃତୀୟା ଦିନ ସତ୍ୟବାଦୀରେ ଅନୁଷ୍ଠିତ ଅଖିମୁଠି ଅନୁକୂଳ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଉକ୍ତ ହିତାଧିକାରୀମାନେ ଏ ସମ୍ପର୍କରେ ଅବଗତ କରିବା ସହ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଏହା ମଧ୍ୟରେ ଗତ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ମିଳିସାରିଛି। ଏହି ହିତାଧିକାରୀମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିଥିବାବେଳେ ଏହି ପ୍ରମୁଖ ସମସ୍ୟାର ସମାଧାନ କରିବା ନିମନ୍ତେ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସତ୍ୟବାଦୀ ମହିଳା ଓ ଶିଶୁ ବିକାଶ ଅଧିକାରୀ ରାଜଲକ୍ଷ୍ମୀ ଦାଶ କହିଛନ୍ତି, ପ୍ରତିମା ମିଶ୍ର ଏ ସମ୍ପର୍କରେ ଆମ ବିଭାଗରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ମୁଁ ତାଙ୍କର ସମସ୍ତ ପ୍ରମାଣପତ୍ର ଯାଞ୍ଚ କରିବା ସହ ତାଙ୍କ ବିଷୟରେ ସମସ୍ତ ତଥ୍ୟ ଯୋଗାଡ଼ କରି ଘଟଣାର ସତ୍ୟତା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସୁଭଦ୍ରା ଯୋଜନାରେ ସତ୍ୟବାଦୀ ବ୍ଲକ୍‌ରେ ୩୧ ଜଣ ହିତାଧିକାରୀ ପ୍ରଥମ କିସ୍ତି ପାଇସାରିବା ପରେ ସେମାନଙ୍କୁ ସୁଭଦ୍ରା ପୋର୍ଟାଲରେ ମୃତ ଦର୍ଶାଯାଇଛି। ସେଥିମଧ୍ୟରୁ ଆମ ବିଭାଗ ପକ୍ଷରୁ ପ୍ରତ୍ୟକ୍ଷ ଭାବରେ ଯାଞ୍ଚ କରାଯାଇଥିଲା। ସମୁଦାୟ ୩୧ ମୃତ ହିତାଧିକାରୀଙ୍କ ମଧ୍ୟରେ ଏବେ ୨୧ ଜଣ ଜୀବିତ ରହିଥିବାବେଳେ ୧୦ ଜଣ ହିତାଧିକାରୀଙ୍କର ପ୍ରକୃତରେ ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖୁବ୍‌ଶୀଘ୍ର ସଂଶୋଧନ କରାଯିବା ସହ ବାଦ୍‌ ପଡ଼ିଥିବା ଏହି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍‌ କରି ସହାୟତା ଅର୍ଥ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର