ନନ୍ଦନକାନନରେ ବାଘ-ବାଘୁଣୀଙ୍କ ବିରଳ ପ୍ରେମକାହାଣୀ

The Sakala Picture
Published On

ନନ୍ଦନକାନନ : ନନ୍ଦନକାନନଙ୍କ ବାଘଙ୍କ ପ୍ରଜନନ ଓ ବଂଶବିସ୍ତାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏକ ଭିନ୍ନ କଥା ପରିଲକ୍ଷିତ ହୋଇଛି। କେତେବେଳେ ନନ୍ଦନକାନନ ଭିତରେ ଥିବା ଅଣ୍ଡିରା ବାଘର ପ୍ରେମରେ ପଡ଼ି ବାହାରୁ ବାଘୁଣୀ ଖୁଆଡ଼କୁ ଆପେଆପେ ପଶି ଆସିଛନ୍ତି ତ ଅଣ୍ଡିରା ବାଘ ବାଘୁଣୀ ପ୍ରେମକୁ ପ୍ରତ୍ୟାଖାନା କରିଛି। ଏମିତି ନନ୍ଦନକାନନର ବାଘ-ବାଘୁଣୀଙ୍କୁ ନେଇ ହୋଇଛି ଅନେକ ବିରଳ ପ୍ରେମକାହାଣୀ। ନନ୍ଦନକାନନରେ ପ୍ରଥମ କରି ଧଳାବାଘ ୧୯୮୦ରେ ଜନ୍ମ ହେଇଥିଲା। ବାଘ ପ୍ରଦୀପ ଓ ବାଘୁଣୀ […]

ନନ୍ଦନକାନନ : ନନ୍ଦନକାନନଙ୍କ ବାଘଙ୍କ ପ୍ରଜନନ ଓ ବଂଶବିସ୍ତାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏକ ଭିନ୍ନ କଥା ପରିଲକ୍ଷିତ ହୋଇଛି। କେତେବେଳେ ନନ୍ଦନକାନନ ଭିତରେ ଥିବା ଅଣ୍ଡିରା ବାଘର ପ୍ରେମରେ ପଡ଼ି ବାହାରୁ ବାଘୁଣୀ ଖୁଆଡ଼କୁ ଆପେଆପେ ପଶି ଆସିଛନ୍ତି ତ ଅଣ୍ଡିରା ବାଘ ବାଘୁଣୀ ପ୍ରେମକୁ ପ୍ରତ୍ୟାଖାନା କରିଛି। ଏମିତି ନନ୍ଦନକାନନର ବାଘ-ବାଘୁଣୀଙ୍କୁ ନେଇ ହୋଇଛି ଅନେକ ବିରଳ ପ୍ରେମକାହାଣୀ। ନନ୍ଦନକାନନରେ ପ୍ରଥମ କରି ଧଳାବାଘ ୧୯୮୦ରେ ଜନ୍ମ ହେଇଥିଲା। ବାଘ ପ୍ରଦୀପ ଓ ବାଘୁଣୀ ଗଙ୍ଗା ଔରସରୁ ତିନୋଟି ଅଳକା, ନନ୍ଦ ଓ ଦେବବ୍ରତ ନାମକ ଧଳା ବାଘ ଜନ୍ମ ହୋଇଥିଲେ। ସେହିଭଳି ବିଶ୍ୱରେ ଚିଡ଼ିଆଖାନାରେ କଳା ବାଘ ଜନ୍ମ କରାଇବାରେ ନନ୍ଦନକାନନ ପ୍ରଥମ ସଫଳତା ପାଇଥିଲା। ୨୦୧୪ରେ ବାଘୁଣୀ ସ୍ନେହା ଓ ବାଘ ମନୀଷର ମିଳନରୁ ୪ଟି ବାଘଛୁଆ ଜନ୍ମ ହେଇଥିଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଜନ୍ମହେଇଥିବା ଛୁଆ କ୍ରିଷ୍ଣା, ସ୍ନେହାଶିଷ, ଆନିନି ଓ ଶୁଭ୍ରାଂଶୁ ମଧ୍ୟରୁ କ୍ରିଷ୍ଣା ଓ ଶୁଭ୍ରାଂଶୁ କଳା ଲୋମାଯୁକ୍ତ ବାଘଛୁଆ ଭାବେ ଜନ୍ମ ହେଇଥିଲେ। ବସୁ ଓ ସ୍ପନ୍ଦନର ଔରସରୁ ରେଣୁକା ଓ ରୋଶନ ୨ଟି କଳା ଲୋମଯୁକ୍ତ ବାଘ ଜନ୍ମ ହେଇଥିଲେ। ନାଦନକାନନ ପରିସର ମଧ୍ୟକୁ ୧୯୬୭ ଜାନୁଆରୀ ୪ ତାରିଖରେ ଚନ୍ଦକା ଜଙ୍ଗଲରୁ ‘କାନନ’ନାମକ ବାଘୁଣୀ ଓ ୨୦୧୩ ଅପ୍ରିଲ ୨୯ ତାରିଖରେ ନନ୍ଦନ ନାମକ ବାଘ ପଶି ଆସିଥିଲେ। କାନନ ବାଘୁଣୀ ପ୍ରଦୀପ ପ୍ରେମରେ ପଡି ନନ୍ଦନକାନନ ପରିସରକୁ ପଶି ଆସିଥିଲା ବୋଲି ଅନୁମାନ କରାଯାଏ। ତେବେ ପ୍ରଦୀପର ପ୍ରେମିକ ଶିଖା ଥିବାରୁ ସେ ତାକୁ ଗ୍ରହଣ କରି ନ ଥିଲା। ସେବେଠାରୁ କାନନ ନନ୍ଦନକାନନରେ ରହି ୧୯୭୮ ଜୁଲାଇ ୨୧ ତାରିଖରେ ତା’ର ମୃତ୍ୟୁ ହେଇଥିଲା। ହେଲେ ପ୍ରଦୀପକୁ ଏତେ ପ୍ରେମ କରୁଥିଲା ଯେ ଶେଷ ପର୍ଯ୍ୟନ୍ତ କାନନ ଆଉ କୌଣସି ବାଘ ସହ ମିଶି ନ ଥିଲା।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏଭଳି ବିରଳ ପ୍ରେମ କାହାଣୀ ପାଇଁ ବିଶ୍ୱର ଚିଡିଆଖାନା ମାନଙ୍କ ମଧ୍ୟରେ ନନ୍ଦନକାନନ ଇତିହାସ ହେଇ ରହିଛି । ଏହି ପ୍ରେମ କାହାଣୀକୁ ଅମର କରିବା ପାଇଁ ନନ୍ଦନକାନନରେ “କାନନ ସ୍କୋୟାର “ ହେଇଛି ,ଯେଉଁଠିକୁ ପର୍ଯ୍ୟଟକମାନେ ଅଧିକାଂଶ ଆକୃଷ୍ଟ ହେଇଥାନ୍ତି | ସେହିଭଳି “ନନ୍ଦନ” ନନ୍ଦନକାନନକୁ ପ୍ରବେଶ କରିବାପରେ ବାଘୁଣୀ ମେଘା ସହ ମିଳନ ଘଟି ୨୦୧୬ ଏପ୍ରିଲ ୨୦ ରେ କୁନ୍ଦନ ଓ ବାହୁବଳୀ ନାମରେ ଦୁଇଟି ଛୁଆ ଜନ୍ମ ହେଇଥିଲେ। ବର୍ତ୍ତମାନ ସ୍ନେହା, ସମ୍ରାଟ, ସାହିଲ ,ଆଦ୍ୟାଶା ଆଦି ଧଳାବାଘ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ମୁଖ୍ୟ ଭୂମିକା ନିଭାଉଥିବା ନେଇ ଶିକ୍ଷା ଅଧିକାରୀ ମିଳନ ପଣ୍ଡା କହିଛନ୍ତି। ଏମିତିକି ବିଶ୍ୱର ଚିଡ଼ିଆଖାନାଗୁଡ଼ିକରେ ଦେଖାଯାଉଥିବା ଧଳାବାଘଗୁଡିକ ନନ୍ଦନକାନନର ଅବଦାନରୁ ହୋଇପାରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବାଘମାନଙ୍କୁ ପରୀକ୍ଷା ନିରୀକ୍ଷା କରି ମାଂସ ଖାଇବାକୁ ଦେବାରେ ଦେଶର ପ୍ରଥମ ଚିଡ଼ିଆଖାନା ଯେଉଁଠି ନିଜର କଂସେଇଖାନା କରାଯାଇଥିଲା। ଦେଶରେ ପ୍ରଥମକରି ନନ୍ଦନକାନରେ ୧୯୯୧ ମସିହାରେ ପର୍ଯ୍ୟଟକମାନଙ୍କ ପାଇଁ ଧଳା ବାଘ ସଫରୀ ହେଇଥିବା ନେଇ ପ୍ରାଣୀମିତ୍ର ରାଜେଶ ମହାପାତ୍ର କହିଛନ୍ତି। ତେବେ ନନ୍ଦନକାନନ ବିଶ୍ୱର ପ୍ରଥମ ଚିଡ଼ିଆଖାନା ଯାହାକି ପ୍ରଥମ କରି ଧଳା ବାଘ ଓ କଳା ବାଘ ପ୍ରଜନନ କରାଇବାରେ ଗୌରବ ବହନ କରି ଆସୁଛି। ଭାରତର ନନ୍ଦନକାନନରେ ହିଁ ପ୍ରଥମ ଧଳା ବାଘ ସଫାରୀ ଆରମ୍ଭ ହେଇଥିଲା। ପ୍ରାୟ ୪୦୦ରୁ ଅଧିକ ହେବ ବାଘଙ୍କୁ ନନ୍ଦନକାନନରୁ ଦେଶ ତଥା ଦେଶ ବାହାରେ ଥିବା ଚିଡ଼ିଆଖାନାକୁ ପଠାଯାଇଛି। ବର୍ତ୍ତମାନ ନନ୍ଦନକାନନରେ ୨୭ଟି ବାଘ ଅଛନ୍ତି। ସେମାନଙ୍କ ମଧ୍ୟରେ ସାଧାରଣ ବାଘ ୧୮ଟି , ଧଳା ବାଘ ୬ଟି ଓ କଳା ଲୋମଯୁକ୍ତ ବାଘ ୩ଟି ଅଛନ୍ତି। କେବଳ ଏତିକି ନୁହେଁ ବିଶ୍ବ ଦରବାରରେ ବହୁ କ୍ଷେତ୍ରରେ ବାଘଙ୍କୁ ନେଇ ନନ୍ଦନକାନନ ସ୍ବତନ୍ତ୍ର ଓ ପ୍ରଥମ ମାନ୍ୟତା ପାଇଛି ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଂଜିତ କୁମାର କହିଛନ୍ତି।

29 Jul 2021 By The Sakala

ନନ୍ଦନକାନନରେ ବାଘ-ବାଘୁଣୀଙ୍କ ବିରଳ ପ୍ରେମକାହାଣୀ

ନନ୍ଦନକାନନ : ନନ୍ଦନକାନନଙ୍କ ବାଘଙ୍କ ପ୍ରଜନନ ଓ ବଂଶବିସ୍ତାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏକ ଭିନ୍ନ କଥା ପରିଲକ୍ଷିତ ହୋଇଛି। କେତେବେଳେ ନନ୍ଦନକାନନ ଭିତରେ ଥିବା ଅଣ୍ଡିରା ବାଘର ପ୍ରେମରେ ପଡ଼ି ବାହାରୁ ବାଘୁଣୀ ଖୁଆଡ଼କୁ ଆପେଆପେ ପଶି ଆସିଛନ୍ତି ତ ଅଣ୍ଡିରା ବାଘ ବାଘୁଣୀ ପ୍ରେମକୁ ପ୍ରତ୍ୟାଖାନା କରିଛି। ଏମିତି ନନ୍ଦନକାନନର ବାଘ-ବାଘୁଣୀଙ୍କୁ ନେଇ ହୋଇଛି ଅନେକ ବିରଳ ପ୍ରେମକାହାଣୀ। ନନ୍ଦନକାନନରେ ପ୍ରଥମ କରି ଧଳାବାଘ ୧୯୮୦ରେ ଜନ୍ମ ହେଇଥିଲା। ବାଘ ପ୍ରଦୀପ ଓ ବାଘୁଣୀ ଗଙ୍ଗା ଔରସରୁ ତିନୋଟି ଅଳକା, ନନ୍ଦ ଓ ଦେବବ୍ରତ ନାମକ ଧଳା ବାଘ ଜନ୍ମ ହୋଇଥିଲେ। ସେହିଭଳି ବିଶ୍ୱରେ ଚିଡ଼ିଆଖାନାରେ କଳା ବାଘ ଜନ୍ମ କରାଇବାରେ ନନ୍ଦନକାନନ ପ୍ରଥମ ସଫଳତା ପାଇଥିଲା। ୨୦୧୪ରେ ବାଘୁଣୀ ସ୍ନେହା ଓ ବାଘ ମନୀଷର ମିଳନରୁ ୪ଟି ବାଘଛୁଆ ଜନ୍ମ ହେଇଥିଲେ।

ଜନ୍ମହେଇଥିବା ଛୁଆ କ୍ରିଷ୍ଣା, ସ୍ନେହାଶିଷ, ଆନିନି ଓ ଶୁଭ୍ରାଂଶୁ ମଧ୍ୟରୁ କ୍ରିଷ୍ଣା ଓ ଶୁଭ୍ରାଂଶୁ କଳା ଲୋମାଯୁକ୍ତ ବାଘଛୁଆ ଭାବେ ଜନ୍ମ ହେଇଥିଲେ। ବସୁ ଓ ସ୍ପନ୍ଦନର ଔରସରୁ ରେଣୁକା ଓ ରୋଶନ ୨ଟି କଳା ଲୋମଯୁକ୍ତ ବାଘ ଜନ୍ମ ହେଇଥିଲେ। ନାଦନକାନନ ପରିସର ମଧ୍ୟକୁ ୧୯୬୭ ଜାନୁଆରୀ ୪ ତାରିଖରେ ଚନ୍ଦକା ଜଙ୍ଗଲରୁ ‘କାନନ’ନାମକ ବାଘୁଣୀ ଓ ୨୦୧୩ ଅପ୍ରିଲ ୨୯ ତାରିଖରେ ନନ୍ଦନ ନାମକ ବାଘ ପଶି ଆସିଥିଲେ। କାନନ ବାଘୁଣୀ ପ୍ରଦୀପ ପ୍ରେମରେ ପଡି ନନ୍ଦନକାନନ ପରିସରକୁ ପଶି ଆସିଥିଲା ବୋଲି ଅନୁମାନ କରାଯାଏ। ତେବେ ପ୍ରଦୀପର ପ୍ରେମିକ ଶିଖା ଥିବାରୁ ସେ ତାକୁ ଗ୍ରହଣ କରି ନ ଥିଲା। ସେବେଠାରୁ କାନନ ନନ୍ଦନକାନନରେ ରହି ୧୯୭୮ ଜୁଲାଇ ୨୧ ତାରିଖରେ ତା’ର ମୃତ୍ୟୁ ହେଇଥିଲା। ହେଲେ ପ୍ରଦୀପକୁ ଏତେ ପ୍ରେମ କରୁଥିଲା ଯେ ଶେଷ ପର୍ଯ୍ୟନ୍ତ କାନନ ଆଉ କୌଣସି ବାଘ ସହ ମିଶି ନ ଥିଲା।

ଏଭଳି ବିରଳ ପ୍ରେମ କାହାଣୀ ପାଇଁ ବିଶ୍ୱର ଚିଡିଆଖାନା ମାନଙ୍କ ମଧ୍ୟରେ ନନ୍ଦନକାନନ ଇତିହାସ ହେଇ ରହିଛି । ଏହି ପ୍ରେମ କାହାଣୀକୁ ଅମର କରିବା ପାଇଁ ନନ୍ଦନକାନନରେ “କାନନ ସ୍କୋୟାର “ ହେଇଛି ,ଯେଉଁଠିକୁ ପର୍ଯ୍ୟଟକମାନେ ଅଧିକାଂଶ ଆକୃଷ୍ଟ ହେଇଥାନ୍ତି | ସେହିଭଳି “ନନ୍ଦନ” ନନ୍ଦନକାନନକୁ ପ୍ରବେଶ କରିବାପରେ ବାଘୁଣୀ ମେଘା ସହ ମିଳନ ଘଟି ୨୦୧୬ ଏପ୍ରିଲ ୨୦ ରେ କୁନ୍ଦନ ଓ ବାହୁବଳୀ ନାମରେ ଦୁଇଟି ଛୁଆ ଜନ୍ମ ହେଇଥିଲେ। ବର୍ତ୍ତମାନ ସ୍ନେହା, ସମ୍ରାଟ, ସାହିଲ ,ଆଦ୍ୟାଶା ଆଦି ଧଳାବାଘ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ମୁଖ୍ୟ ଭୂମିକା ନିଭାଉଥିବା ନେଇ ଶିକ୍ଷା ଅଧିକାରୀ ମିଳନ ପଣ୍ଡା କହିଛନ୍ତି। ଏମିତିକି ବିଶ୍ୱର ଚିଡ଼ିଆଖାନାଗୁଡ଼ିକରେ ଦେଖାଯାଉଥିବା ଧଳାବାଘଗୁଡିକ ନନ୍ଦନକାନନର ଅବଦାନରୁ ହୋଇପାରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବାଘମାନଙ୍କୁ ପରୀକ୍ଷା ନିରୀକ୍ଷା କରି ମାଂସ ଖାଇବାକୁ ଦେବାରେ ଦେଶର ପ୍ରଥମ ଚିଡ଼ିଆଖାନା ଯେଉଁଠି ନିଜର କଂସେଇଖାନା କରାଯାଇଥିଲା। ଦେଶରେ ପ୍ରଥମକରି ନନ୍ଦନକାନରେ ୧୯୯୧ ମସିହାରେ ପର୍ଯ୍ୟଟକମାନଙ୍କ ପାଇଁ ଧଳା ବାଘ ସଫରୀ ହେଇଥିବା ନେଇ ପ୍ରାଣୀମିତ୍ର ରାଜେଶ ମହାପାତ୍ର କହିଛନ୍ତି। ତେବେ ନନ୍ଦନକାନନ ବିଶ୍ୱର ପ୍ରଥମ ଚିଡ଼ିଆଖାନା ଯାହାକି ପ୍ରଥମ କରି ଧଳା ବାଘ ଓ କଳା ବାଘ ପ୍ରଜନନ କରାଇବାରେ ଗୌରବ ବହନ କରି ଆସୁଛି। ଭାରତର ନନ୍ଦନକାନନରେ ହିଁ ପ୍ରଥମ ଧଳା ବାଘ ସଫାରୀ ଆରମ୍ଭ ହେଇଥିଲା। ପ୍ରାୟ ୪୦୦ରୁ ଅଧିକ ହେବ ବାଘଙ୍କୁ ନନ୍ଦନକାନନରୁ ଦେଶ ତଥା ଦେଶ ବାହାରେ ଥିବା ଚିଡ଼ିଆଖାନାକୁ ପଠାଯାଇଛି। ବର୍ତ୍ତମାନ ନନ୍ଦନକାନନରେ ୨୭ଟି ବାଘ ଅଛନ୍ତି। ସେମାନଙ୍କ ମଧ୍ୟରେ ସାଧାରଣ ବାଘ ୧୮ଟି , ଧଳା ବାଘ ୬ଟି ଓ କଳା ଲୋମଯୁକ୍ତ ବାଘ ୩ଟି ଅଛନ୍ତି। କେବଳ ଏତିକି ନୁହେଁ ବିଶ୍ବ ଦରବାରରେ ବହୁ କ୍ଷେତ୍ରରେ ବାଘଙ୍କୁ ନେଇ ନନ୍ଦନକାନନ ସ୍ବତନ୍ତ୍ର ଓ ପ୍ରଥମ ମାନ୍ୟତା ପାଇଛି ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଂଜିତ କୁମାର କହିଛନ୍ତି।

https://www.thesakala.in/latest-odisha-news/a-rare-love-story-of-a-tiger-tiger-in-nandankanan/article-4193
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର