ହାଇକୋର୍ଟରେ ପାରଳା ଏସିଏଫ ମୃତ୍ୟୁ ମାମଲା

The Sakala Picture
Published On

କଟକ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଆଜି ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପ୍ରାର୍ଥନା କରାଯାଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ବିଭାଗର ସଚିବ, ପୁଲିସ ମହାନିର୍ଦ୍ଦେଶକ, ଗଜପତି ଏସପି ଓ ପାରଳାଖେମୁଣ୍ଡି ଥାନା ଇନ୍ସପେକ୍ଟରଙ୍କୁ ପକ୍ଷଭୁକ୍ତ କରାଯାଇଛି। […]

କଟକ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଆଜି ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପ୍ରାର୍ଥନା କରାଯାଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ରନାଥ ପାଣିଗ୍ରାହୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରାଯାଇଛି। ଏହି ମାମଲାରେ କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ବିଭାଗର ସଚିବ, ପୁଲିସ ମହାନିର୍ଦ୍ଦେଶକ, ଗଜପତି ଏସପି ଓ ପାରଳାଖେମୁଣ୍ଡି ଥାନା ଇନ୍ସପେକ୍ଟରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଏହି ଘଟଣାରେ କେତେକ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ଏହାର ସିବିଆଇ ଅଥବା ବିଚାର ବିଭାଗୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରିବ। ଅଦାଲତ ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ବିଚାରବିଭାଗୀୟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଜେନା ମାମଲା ପରିଚାଳନା କରୁଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର