ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ଇପିଏଫ୍‌ଓ ଅଧିକାରୀ

The Sakala Picture
Published On

ଗଞ୍ଜାମ: ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫ୍‌ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି । ସିବିଆଇ ଅଧିକାରୀମାନେ ତାଙ୍କୁ ଲାଞ୍ଜିପଲ୍ଲୀ ଅଞ୍ଚଳରୁ କାବୁ କରିବା ପରେ ପଚରାଉଚରା ପାଇଁ କୌଣସି ଅଜଣା ସ୍ଥାନକୁ ନେଇଯାଇଛନ୍ତି । ଅନୀଲଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ […]

ଗଞ୍ଜାମ: ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫ୍‌ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି । ସିବିଆଇ ଅଧିକାରୀମାନେ ତାଙ୍କୁ ଲାଞ୍ଜିପଲ୍ଲୀ ଅଞ୍ଚଳରୁ କାବୁ କରିବା ପରେ ପଚରାଉଚରା ପାଇଁ କୌଣସି ଅଜଣା ସ୍ଥାନକୁ ନେଇଯାଇଛନ୍ତି । ଅନୀଲଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ ଆବଶ୍ୟକ ଥିଲା। ସେ ବ୍ରହ୍ମପୁର ଗେଟ୍‌ ବଜାରସ୍ଥିତ ପାଏଲ ହଲ୍ ନିକଟରେ ଥିବା ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ହେଲେ ଯୁବକଙ୍କ ଡିଜିଟାଲ୍ ଦସ୍ତଖତ ପ୍ରଦାନ କରିବା ଦିଗରେ ଇପିଏଫ୍‌ଓ କାର୍ଯ୍ୟାଳୟର ପିଆରଓ ଦିନ ଗଡ଼ାଇ ଚାଲିଥିଲେ। ଯୁବକ ଜଣଙ୍କ ଆଜକୁ ୩ମାସ ହେବ ଇପିଏଫ୍ଓ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କ କାମ ହୋଇ ପାରୁନଥିଲା। ଗୋଟିଏ କମ୍ପାନୀ ପାଇଁ ଡିଜିଟାଲ ଦସ୍ତଖତ ମଞ୍ଜୁର କରିବାକୁ ପିଆରଓ ଜଣଙ୍କ ୫ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ ।  ୧୦ ହଜାର ଟଙ୍କା ଲାଞ୍ଚ ନେଇ ପ୍ରଥମେ ୨ଟି କମ୍ପାନୀର କାମ କରିଦେବାକୁ ଯୁବକଙ୍କୁ କହିଥିଲେ । ଯୁବକଜଣଙ୍କ ସିବିଆଇ ନିକଟରେ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ପୂର୍ବ ଯୋଜନା ମୁତାବକ, ଯୁବକଜଣଙ୍କ ଲାଞ୍ଜିପଲ୍ଲୀ ଫାଣ୍ଡି ଛକ ଛକଠାରେ ଏକ ଜଳଖିଆ ଦୋକାନରେ ପିଆରଓ ଅନିଲ ପତିଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଉଭୟ ଜଳଖିଆ ଖାଇବା ପରେ ଅନୀଲଙ୍କ ଦାବି ମୁତାବକ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ସେଠାରେ ଛପି ରହିଥିବା ସିବିଆଇ ଅଧିକାରୀମାନେ ଅନୀଲଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଥିଲେ ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର