ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ଇପିଏଫ୍‌ଓ ଅଧିକାରୀ

The Sakala Picture
Published On

ଗଞ୍ଜାମ: ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫ୍‌ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି । ସିବିଆଇ ଅଧିକାରୀମାନେ ତାଙ୍କୁ ଲାଞ୍ଜିପଲ୍ଲୀ ଅଞ୍ଚଳରୁ କାବୁ କରିବା ପରେ ପଚରାଉଚରା ପାଇଁ କୌଣସି ଅଜଣା ସ୍ଥାନକୁ ନେଇଯାଇଛନ୍ତି । ଅନୀଲଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ […]

ଗଞ୍ଜାମ: ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଲେ ବ୍ରହ୍ମପୁର ଇପିଏଫ୍‌ଓ ରିଜିଓନାଲ ଅଫିସ୍ ପିଆରଓ ଅନୀଲ ପତି । ସିବିଆଇ ଅଧିକାରୀମାନେ ତାଙ୍କୁ ଲାଞ୍ଜିପଲ୍ଲୀ ଅଞ୍ଚଳରୁ କାବୁ କରିବା ପରେ ପଚରାଉଚରା ପାଇଁ କୌଣସି ଅଜଣା ସ୍ଥାନକୁ ନେଇଯାଇଛନ୍ତି । ଅନୀଲଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଏକାଧିକ କମ୍ପାନୀ ପରିଚାଳନା କରୁଥିବା ବେଳେ ଇପିଏଫ୍ଓ ପକ୍ଷରୁ ଡିଜିଟାଲ ଦସ୍ତଖତ ଆବଶ୍ୟକ ଥିଲା। ସେ ବ୍ରହ୍ମପୁର ଗେଟ୍‌ ବଜାରସ୍ଥିତ ପାଏଲ ହଲ୍ ନିକଟରେ ଥିବା ଇପିଏଫ୍‌ଓ ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ହେଲେ ଯୁବକଙ୍କ ଡିଜିଟାଲ୍ ଦସ୍ତଖତ ପ୍ରଦାନ କରିବା ଦିଗରେ ଇପିଏଫ୍‌ଓ କାର୍ଯ୍ୟାଳୟର ପିଆରଓ ଦିନ ଗଡ଼ାଇ ଚାଲିଥିଲେ। ଯୁବକ ଜଣଙ୍କ ଆଜକୁ ୩ମାସ ହେବ ଇପିଏଫ୍ଓ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କ କାମ ହୋଇ ପାରୁନଥିଲା। ଗୋଟିଏ କମ୍ପାନୀ ପାଇଁ ଡିଜିଟାଲ ଦସ୍ତଖତ ମଞ୍ଜୁର କରିବାକୁ ପିଆରଓ ଜଣଙ୍କ ୫ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ ।  ୧୦ ହଜାର ଟଙ୍କା ଲାଞ୍ଚ ନେଇ ପ୍ରଥମେ ୨ଟି କମ୍ପାନୀର କାମ କରିଦେବାକୁ ଯୁବକଙ୍କୁ କହିଥିଲେ । ଯୁବକଜଣଙ୍କ ସିବିଆଇ ନିକଟରେ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ପୂର୍ବ ଯୋଜନା ମୁତାବକ, ଯୁବକଜଣଙ୍କ ଲାଞ୍ଜିପଲ୍ଲୀ ଫାଣ୍ଡି ଛକ ଛକଠାରେ ଏକ ଜଳଖିଆ ଦୋକାନରେ ପିଆରଓ ଅନିଲ ପତିଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଉଭୟ ଜଳଖିଆ ଖାଇବା ପରେ ଅନୀଲଙ୍କ ଦାବି ମୁତାବକ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ସେଠାରେ ଛପି ରହିଥିବା ସିବିଆଇ ଅଧିକାରୀମାନେ ଅନୀଲଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିଥିଲେ ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର