ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ଓ ରାଙ୍କ୍‌, ଆସନ୍ତାକାଲିଠୁ ଚଏସ୍‌ ଫିଲିଙ୍ଗ….

The Sakala Picture
Published On

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ SAMS PG ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ SAMS PG ପୋର୍ଟାଲରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧ […]

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ SAMS PG ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ SAMS PG ପୋର୍ଟାଲରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୫୬,୯୭୬ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଜ୍ୟରେ ୧୧୬ଟି ପିଜି କଲେଜ୍‌ରେ ରହିଥିବା ୩୦,୮୦୨ ପିଜି ସିଟ୍ ନିମନ୍ତେ ବିଗତ ମେ’ ୪ ତାରିଖରୁ ମେ’ ୧୮ ତାରିଖ ପର୍ଯ୍ୟନ୍ତ Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଆଜି ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲରେ ଜୁନ୍‌ ୩ ତାରିଖରୁ ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ନିଜ ରାଙ୍କ୍ ଅନୁଯାୟୀ ନିଜ ମନପସନ୍ଦର ପିଜି କଲେଜ୍‌ରେ ନାମ ଲେଖାଇବା ପାଇଁ ଚଏସ୍‌ ଫିଲିଙ୍ଗ (Choice Filling) କରିପାରିବେ। ଏଥିସହ ବିଭିନ୍ନ ସ୍ନାତକୋତ୍ତର କଲେଜ୍‌ର ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ମେଧା ତାଲିକା (Provisional allotment of seats for 1st round selection process) ଆସନ୍ତା ଜୁନ୍‌ ୧୩ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ପ୍ରକାଶିତ ହେବ।

02 Jun 2025 By The Sakala

ପ୍ରକାଶ ପାଇଲା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ଓ ରାଙ୍କ୍‌, ଆସନ୍ତାକାଲିଠୁ ଚଏସ୍‌ ଫିଲିଙ୍ଗ….

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଫଳାଫଳ ଆଜି ଅପରାହ୍ନ ୪.୦୦ ଘଟିକା ସମୟରେ SAMS PG ପୋର୍ଟାଲରେ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ SAMS PG ପୋର୍ଟାଲରେ ନିଜର ପରୀକ୍ଷା ଫଳ ଓ ରାଙ୍କ୍‌ ଦେଖିପାରିବେ।

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହୋଇଥିବା Common PG Entrance Test (CPET) ପ୍ରବେଶିକା ପରୀକ୍ଷା ନିମନ୍ତେ ମୋଟ୍ ୬୨,୩୨୧ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ ୫୬,୯୭୬ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।

ରାଜ୍ୟରେ ୧୧୬ଟି ପିଜି କଲେଜ୍‌ରେ ରହିଥିବା ୩୦,୮୦୨ ପିଜି ସିଟ୍ ନିମନ୍ତେ ବିଗତ ମେ’ ୪ ତାରିଖରୁ ମେ’ ୧୮ ତାରିଖ ପର୍ଯ୍ୟନ୍ତ Common PG Entrance Test (CPET) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ଆଜି ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲରେ ଜୁନ୍‌ ୩ ତାରିଖରୁ ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ନିଜ ରାଙ୍କ୍ ଅନୁଯାୟୀ ନିଜ ମନପସନ୍ଦର ପିଜି କଲେଜ୍‌ରେ ନାମ ଲେଖାଇବା ପାଇଁ ଚଏସ୍‌ ଫିଲିଙ୍ଗ (Choice Filling) କରିପାରିବେ। ଏଥିସହ ବିଭିନ୍ନ ସ୍ନାତକୋତ୍ତର କଲେଜ୍‌ର ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ମେଧା ତାଲିକା (Provisional allotment of seats for 1st round selection process) ଆସନ୍ତା ଜୁନ୍‌ ୧୩ ତାରିଖ ଅପରାହ୍ନ ୪.୦୦ ଘଟିକା ସମୟରେ ପ୍ରକାଶିତ ହେବ।

https://www.thesakala.in/latest-odisha-news/single-pg-entrance-exam-results-and-ranks-released-choice-filling-from-tomorrow/article-40939
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର