ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ…

The Sakala Picture
Published On

ଭୁବନେଶ୍ବର: ବଂଶଧାରା- ଘୁମୁସର- ନାଗାବଳି ( BGN) ଡିଭିଜନର ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ଆଜି ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ଓଡିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ କନ୍ଧମାଳ ଜିଲ୍ଲା ଓ […]

ଭୁବନେଶ୍ବର: ବଂଶଧାରା- ଘୁମୁସର- ନାଗାବଳି ( BGN) ଡିଭିଜନର ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ଆଜି ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ଓଡିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ସେ କନ୍ଧମାଳ ଜିଲ୍ଲା ଓ ଛତିଶଗଡର ବିଭିନ୍ନ ସ୍ଥାନରେ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଜଡିତ ଥିଲେ ଓ ତାଙ୍କ ବିରୁଦ୍ଧରେ ୭ ରୁ ଅଧିକ ମାମଲା ରହିଛି।କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ରାଇକିଆ, ଗୋଛାପଡା, କୋଠଗଡ଼ ଏବଂ ଛତିଶଗଡର ଗରିଆବନ୍ଧ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହିତ ଗୁଳି ବିନିମୟ ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ବିଜୟ ୨୦୦୯ ରେ ସିପିଆଇ (ମାଓବାଦୀ)ରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ତାଲିମ ଗ୍ରହଣ କରିବା ପରେ ସେ ମୋଡେମ ବାଲକ୍ରିଷ୍ଣା ଓରଫ ମନୋଜଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରେ ପାର୍ଟି ମେମ୍ବର ରୁ ACM କୁ ପଦୋନ୍ନତି ପାଇ BGN ଡିଭିଜନ ପାଇଁ କାର୍ଯ୍ୟ କରୁଥିଲେ।ପରେ ସେ ୨୦୨୪ରେ ଓଡ଼ିଶାକୁ ଆସି BGN ଡିଭିଜନର ଘୁମସର ଏରିଆ କମିଟି ପାଇଁ ନେତୃତ୍ୱ ନେଉଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ଦଳର ବରିଷ୍ଠ କ୍ୟାଡର ମାନଙ୍କ ପାଖରୁ ନିଜ କ୍ୟାଡରମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟର ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦ ଭାବ, ଭାଷା ଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧା ନିମନ୍ତେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ସରକାରଙ୍କ ଆତ୍ମ ସମର୍ପଣ ଏବଂ ପୁନର୍ବାସ ଥଇଥାନ ନୀତି ଦେଶରେ ସର୍ବୋତ୍ତମ। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ସମେତ ଗୃହ ନିର୍ମାଣ, ପାଠ ପଢା, ନିଜ ପସନ୍ଦର ବୃତ୍ତିକୁ ଆପଣାଇ ସ୍ୱାବଲମ୍ବି କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଉଛି।

27 May 2025 By The Sakala

ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ…

ଭୁବନେଶ୍ବର: ବଂଶଧାରା- ଘୁମୁସର- ନାଗାବଳି ( BGN) ଡିଭିଜନର ଘୁମସର ଏରିଆ କମିଟିର ଦୁର୍ଦ୍ଦାନ୍ତ ମାଓବାଦୀ ବିଜୟ ପୁନେମ ଓରଫ ଅଜୟ ଆଜି ରାୟଗଡା ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ହୁସୁର ଥାନା ଅଞ୍ଚଳର ନିବାସୀ ବିଜୟ ଗୋଟିଏ ପିସ୍ତଲ୍ ଓ ୮ ରାଉଣ୍ଡ ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ଓଡିଶା ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।

ସେ କନ୍ଧମାଳ ଜିଲ୍ଲା ଓ ଛତିଶଗଡର ବିଭିନ୍ନ ସ୍ଥାନରେ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ଜଡିତ ଥିଲେ ଓ ତାଙ୍କ ବିରୁଦ୍ଧରେ ୭ ରୁ ଅଧିକ ମାମଲା ରହିଛି।କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ରାଇକିଆ, ଗୋଛାପଡା, କୋଠଗଡ଼ ଏବଂ ଛତିଶଗଡର ଗରିଆବନ୍ଧ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହିତ ଗୁଳି ବିନିମୟ ଘଟଣାରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା।

ବିଜୟ ୨୦୦୯ ରେ ସିପିଆଇ (ମାଓବାଦୀ)ରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ତାଲିମ ଗ୍ରହଣ କରିବା ପରେ ସେ ମୋଡେମ ବାଲକ୍ରିଷ୍ଣା ଓରଫ ମନୋଜଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ୨୦୧୪ରେ ପାର୍ଟି ମେମ୍ବର ରୁ ACM କୁ ପଦୋନ୍ନତି ପାଇ BGN ଡିଭିଜନ ପାଇଁ କାର୍ଯ୍ୟ କରୁଥିଲେ।ପରେ ସେ ୨୦୨୪ରେ ଓଡ଼ିଶାକୁ ଆସି BGN ଡିଭିଜନର ଘୁମସର ଏରିଆ କମିଟି ପାଇଁ ନେତୃତ୍ୱ ନେଉଥିଲେ।

ଦଳର ବରିଷ୍ଠ କ୍ୟାଡର ମାନଙ୍କ ପାଖରୁ ନିଜ କ୍ୟାଡରମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟର ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦ ଭାବ, ଭାଷା ଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧା ନିମନ୍ତେ ସେ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ସରକାରଙ୍କ ଆତ୍ମ ସମର୍ପଣ ଏବଂ ପୁନର୍ବାସ ଥଇଥାନ ନୀତି ଦେଶରେ ସର୍ବୋତ୍ତମ। ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ସମେତ ଗୃହ ନିର୍ମାଣ, ପାଠ ପଢା, ନିଜ ପସନ୍ଦର ବୃତ୍ତିକୁ ଆପଣାଇ ସ୍ୱାବଲମ୍ବି କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର