ରେଳ ଜିଏମ୍‍ଙ୍କ ନିକଟକୁ ‘ଫେକ୍‍ କଲ୍‍’ : ମୁଁ ରେଳମନ୍ତ୍ରୀଙ୍କ ପିଏ କହୁଛି

The Sakala Picture
Published On

ଭୁବନେଶ୍ୱର : ‘ମୁଁ ରେଳମନ୍ତ୍ରୀଙ୍କ ପିଏ କହୁଛି। ମୋ ଅଫିସର ସିନିୟର ଡିଭିଜିନାଲ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀ ଭଲ ଲୋକ। ତାଙ୍କ ବିଷୟରେ ମୁଁ ଅନେକ କିଛି ଶୁଣିଛି। ସେ ରେଳ ବିଭାଗରେ ଭଲ କାମ କରନ୍ତି। ଏତି ମଧ୍ୟରେ ତାଙ୍କର ୪ଥର ବଦଳି ହେଲାଣି। ୫ମ ଥର ପୁଣି ବଦଳି କରାଯାଇଛି। ତେଣୁ ତାଙ୍କ ବଦଳିକୁ ରୋକିବା ସହ ଫାଇଲ୍‍କୁ ଆଗକୁ ପଠାନ୍ତୁ।’ ଏଭଳି ଏକ ହ୍ୱାଟ୍ସଆପ୍‍ ମେସେଜ୍‍ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ […]

ଭୁବନେଶ୍ୱର : ‘ମୁଁ ରେଳମନ୍ତ୍ରୀଙ୍କ ପିଏ କହୁଛି। ମୋ ଅଫିସର ସିନିୟର ଡିଭିଜିନାଲ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀ ଭଲ ଲୋକ। ତାଙ୍କ ବିଷୟରେ ମୁଁ ଅନେକ କିଛି ଶୁଣିଛି। ସେ ରେଳ ବିଭାଗରେ ଭଲ କାମ କରନ୍ତି। ଏତି ମଧ୍ୟରେ ତାଙ୍କର ୪ଥର ବଦଳି ହେଲାଣି। ୫ମ ଥର ପୁଣି ବଦଳି କରାଯାଇଛି। ତେଣୁ ତାଙ୍କ ବଦଳିକୁ ରୋକିବା ସହ ଫାଇଲ୍‍କୁ ଆଗକୁ ପଠାନ୍ତୁ।’ ଏଭଳି ଏକ ହ୍ୱାଟ୍ସଆପ୍‍ ମେସେଜ୍‍ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ନିକଟକୁ ଆସିଛି। ଏକ ଅଜଣା ହ୍ୱାଟ୍ସଆପ୍‍ ନମ୍ବରରୁ ତାଙ୍କ ନିକଟକୁ ଏଭଳି ମେସେଜ୍‍ ଆସିଥିଲା। ଏଭଳି ମେସେଜ୍‍ ପାଇବା ପରେ ତାଙ୍କ ନିକଟକୁ ଆସିଥିବା ହ୍ୱାଟ୍ସଆପ୍‍ ନମ୍ବରକୁ ସେ ଯାଞ୍ଚ କରିଥିଲେ ଓ ମନ୍ତ୍ରୀଙ୍କ ଅଫିସ ଯୋଗାଯୋଗ କରିଥିଲେ। ତାଙ୍କ ଅଫିସର ପିଏ ବଦଳି ରୋକିବା ପାଇଁ ସେଭଳି କିଛି ମେସେଜ୍‍ କରିଥିଲେ ବୋଲି ପଚାରିଥିଲେ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି: ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା

ମନ୍ତ୍ରୀଙ୍କ ଅଫିସରୁ ଯାଞ୍ଚ ପରେ ସେଭଳି କିଛି ମେସେଜ୍‍ ଦିଆଯାଇ ନ ଥିବା ସ୍ପଷ୍ଟ କରାଯାଇଥିଲା। ରେଲୱେ ଜିଏମ୍‍ ଆରପିଏଫ ଏସ୍‍ଆଇ କୃଷ୍ଣଚନ୍ଦ୍ର ସାହୁଙ୍କୁ ଡାକି ତାଙ୍କ ମାଧ୍ୟମରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ଜିଏମ୍‍ଙ୍କ ନିକଟକୁ ଆସିଥିବା ମେସେଜର ଫୋନ୍‍ ନମ୍ବରକୁ ଯାଞ୍ଚ କରୁଛି। ମେସେଜ୍‍ ପଠାଇବା ପାଇଁ ଏକ ନୂଆ ଫୋନ୍‍ ନମ୍ବର କିଣାହୋଇ ଆସିଥିଲା। ଯାହା ନାମରେ ଡକ୍ୟୁମେଣ୍ଟ କିଣା ହୋଇଛି ତାହା ମଧ୍ୟ ନକଲି। ବେନାମି ସିମ୍‍ ମାଧ୍ୟମରେ ନୂତନ କରି ହ୍ୱାଟ୍ସଆପ୍‍ ଖୋଲାଯାଇ ରେଲୱେ ଜିଏମ୍‍ଙ୍କ ନିକଟକୁ ଏଭଳି ଜାଲ ମେସେଜ୍‍ ପଠା ଯାଇଥିଲା। ତେଣୁ ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ସେ ନେଇ ପୁଲିସ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା, ଓଡ଼ିଶାରୁ ଗୁଜରାଟ-ଆସାମ-କୋଲକାତା ଯାଏଁ ଲିଙ୍କ୍

24 Jul 2021 By The Sakala

ରେଳ ଜିଏମ୍‍ଙ୍କ ନିକଟକୁ ‘ଫେକ୍‍ କଲ୍‍’ : ମୁଁ ରେଳମନ୍ତ୍ରୀଙ୍କ ପିଏ କହୁଛି

ଭୁବନେଶ୍ୱର : ‘ମୁଁ ରେଳମନ୍ତ୍ରୀଙ୍କ ପିଏ କହୁଛି। ମୋ ଅଫିସର ସିନିୟର ଡିଭିଜିନାଲ ଇଞ୍ଜିନିୟର ପ୍ରଦୀପ ପାଣିଗ୍ରାହୀ ଭଲ ଲୋକ। ତାଙ୍କ ବିଷୟରେ ମୁଁ ଅନେକ କିଛି ଶୁଣିଛି। ସେ ରେଳ ବିଭାଗରେ ଭଲ କାମ କରନ୍ତି। ଏତି ମଧ୍ୟରେ ତାଙ୍କର ୪ଥର ବଦଳି ହେଲାଣି। ୫ମ ଥର ପୁଣି ବଦଳି କରାଯାଇଛି। ତେଣୁ ତାଙ୍କ ବଦଳିକୁ ରୋକିବା ସହ ଫାଇଲ୍‍କୁ ଆଗକୁ ପଠାନ୍ତୁ।’ ଏଭଳି ଏକ ହ୍ୱାଟ୍ସଆପ୍‍ ମେସେଜ୍‍ ଇଷ୍ଟକୋଷ୍ଟ ରେଲୱେର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ନିକଟକୁ ଆସିଛି। ଏକ ଅଜଣା ହ୍ୱାଟ୍ସଆପ୍‍ ନମ୍ବରରୁ ତାଙ୍କ ନିକଟକୁ ଏଭଳି ମେସେଜ୍‍ ଆସିଥିଲା। ଏଭଳି ମେସେଜ୍‍ ପାଇବା ପରେ ତାଙ୍କ ନିକଟକୁ ଆସିଥିବା ହ୍ୱାଟ୍ସଆପ୍‍ ନମ୍ବରକୁ ସେ ଯାଞ୍ଚ କରିଥିଲେ ଓ ମନ୍ତ୍ରୀଙ୍କ ଅଫିସ ଯୋଗାଯୋଗ କରିଥିଲେ। ତାଙ୍କ ଅଫିସର ପିଏ ବଦଳି ରୋକିବା ପାଇଁ ସେଭଳି କିଛି ମେସେଜ୍‍ କରିଥିଲେ ବୋଲି ପଚାରିଥିଲେ।

ମନ୍ତ୍ରୀଙ୍କ ଅଫିସରୁ ଯାଞ୍ଚ ପରେ ସେଭଳି କିଛି ମେସେଜ୍‍ ଦିଆଯାଇ ନ ଥିବା ସ୍ପଷ୍ଟ କରାଯାଇଥିଲା। ରେଲୱେ ଜିଏମ୍‍ ଆରପିଏଫ ଏସ୍‍ଆଇ କୃଷ୍ଣଚନ୍ଦ୍ର ସାହୁଙ୍କୁ ଡାକି ତାଙ୍କ ମାଧ୍ୟମରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗ ଆଧାରରେ ଜିଏମ୍‍ଙ୍କ ନିକଟକୁ ଆସିଥିବା ମେସେଜର ଫୋନ୍‍ ନମ୍ବରକୁ ଯାଞ୍ଚ କରୁଛି। ମେସେଜ୍‍ ପଠାଇବା ପାଇଁ ଏକ ନୂଆ ଫୋନ୍‍ ନମ୍ବର କିଣାହୋଇ ଆସିଥିଲା। ଯାହା ନାମରେ ଡକ୍ୟୁମେଣ୍ଟ କିଣା ହୋଇଛି ତାହା ମଧ୍ୟ ନକଲି। ବେନାମି ସିମ୍‍ ମାଧ୍ୟମରେ ନୂତନ କରି ହ୍ୱାଟ୍ସଆପ୍‍ ଖୋଲାଯାଇ ରେଲୱେ ଜିଏମ୍‍ଙ୍କ ନିକଟକୁ ଏଭଳି ଜାଲ ମେସେଜ୍‍ ପଠା ଯାଇଥିଲା। ତେଣୁ ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ସେ ନେଇ ପୁଲିସ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର