ପିଲା ଚୋରକୁ ଧରିଲା ପୁଲିସ; ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର
ଭୁବନେଶ୍ବର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର। ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୁଲିସ। ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଭୁବନେଶ୍ୱର ଆଣି ଆସୁଛି କମିଶନରେଟ ପୁଲିସ। ସେପଟେ ଆଜି ସାମ୍ନାକୁ ଆସିଥିଲା ପିଲା ଚୋରି ବେଳର ସିସିଟିଭି। ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି ଫୁଟେଜ। ଶନିବାର ରାତି ପ୍ରାୟ ୨ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ […]
ଭୁବନେଶ୍ବର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର। ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୁଲିସ। ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଭୁବନେଶ୍ୱର ଆଣି ଆସୁଛି କମିଶନରେଟ ପୁଲିସ।
ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ
ସେପଟେ ଆଜି ସାମ୍ନାକୁ ଆସିଥିଲା ପିଲା ଚୋରି ବେଳର ସିସିଟିଭି। ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି ଫୁଟେଜ। ଶନିବାର ରାତି ପ୍ରାୟ ୨ଟା ୫୬ ମିନିଟରେ ଅପହରଣକାରୀ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ମା’ ଜୟନ୍ତୀ ମଲ୍ଲିକଙ୍କ ଏତଲା ପରେ ସ୍ପେଶାଲ ଟିମ ଚଢ଼ାଉ କରି ପିଲାଟିକୁ ଉଦ୍ଧାର କରି ଭୁବନେଶ୍ୱର ଆଣୁଛି। ତେବେ ଚୋରି କରିଥିବା ଲୋକ ଜଣଙ୍କ କିଏ, କାହିଁକି ଶିଶୁପୁତ୍ରକୁ ରୋଚି କରିଥିଲା। ରୋଚିର ଉଦ୍ଦେଶ୍ୟ ଜଣାପଡ଼ି ନାହିଁ।






