ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ‘ଆକାଶ’ ମିସାଇଲର ନ୍ୟୁ ଜେନେରେସନ ଭର୍ସନର ପରୀକ୍ଷଣ

The Sakala Picture
Published On

ବାଲେଶ୍ଵର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ(ଆକାଶ ଏନଜି)ର ଆଜି ପରୀକ୍ଷଣ ହୋଇଛି। ମଧ୍ୟାହ୍ନ ୧୨ଟା ୪୪ ମିନିଟ ସମୟରେ ଏହି ମିସାଇଲ ଉତକ୍ଷେପଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନଜିର ଲକ୍ଷ୍ୟଭେଦ କ୍ଷ୍ୟମତା ରହିଛି ୭୦ କିଲୋମିଟର ରହିଛି । ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରା ଯାଇଥିବା […]

ବାଲେଶ୍ଵର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ(ଆକାଶ ଏନଜି)ର ଆଜି ପରୀକ୍ଷଣ ହୋଇଛି। ମଧ୍ୟାହ୍ନ ୧୨ଟା ୪୪ ମିନିଟ ସମୟରେ ଏହି ମିସାଇଲ ଉତକ୍ଷେପଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନଜିର ଲକ୍ଷ୍ୟଭେଦ କ୍ଷ୍ୟମତା ରହିଛି ୭୦ କିଲୋମିଟର ରହିଛି । ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରା ଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକ ମାନେ ସମୀକ୍ଷା କରୁଛନ୍ତି। ଏହି ମିସାଇଲରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି। ଆଜି ତୃତୀୟ ଥର ପାଇଁ ଏହାର ପରୀକ୍ଷା କରାଯାଇଥିବା ବେଳେ ସବୁ ପରୀକ୍ଷଣ ସମୟରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି। ବିଶେଷକରି ଶତ୍ରୁ ପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଚିହ୍ନଟକରି ତୁରନ୍ତ ଧ୍ବଂସ କରିବାର କ୍ଷ୍ୟମତା ରହିଛି ଏହି ମିସାଇଲର। ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷ୍ୟମତା ୩୦ କିଲୋମିଟର ରହିଥିବା ବେଳେ ଆଜି ପରୀକ୍ଷା ହୋଇଥିବା ପରିବର୍ଦ୍ଧିତ ଆକାଶ ମିଶାଇଲେ ଲକ୍ଷ୍ୟଭେଦ କ୍ଷମତା ଏହାର ଦୁଇଗୁଣାରୁ ଅଧିକ ହୋଇଥିବାରୁ ଏହା ଭାରତର ପ୍ରତିରକ୍ଷା ଶକ୍ତି କୁ ବୃଦ୍ଧି କରିବ ବୋଲି କୁହାଯାଇଛି।
21 Jul 2021 By The Sakala

https://www.thesakala.in/latest-odisha-news/test-of-the-new-generation-version-of-the-akash-missile-from-chandipur/article-3970
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର