ଘରୋଇ ଡାକ୍ତରଖାନାର ତୁଟୁନି ଅସ୍ତ୍ରୋପଚାର ପ୍ରସବ ମୋହ, ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ…..

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ସରକାରୀ ଡ଼ାକ୍ତରଖାନାରେ ପ୍ରସୂତୀମାନଙ୍କର ସ୍ୱାଭାବିକ ପ୍ରସବ ହାର ଅଧିକ ଓ ମାତ୍ର ୧୮.୧୭% ପ୍ରସବ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି। ମାତ୍ର ଘରୋଇ ଡ଼ାକ୍ତରଖାନାରେ ସ୍ଥିତି ଠିକ୍‌ ଓଲଟା । ଏଠାରେ ୧୮ % ଶିଶୁଙ୍କ ପ୍ରସବ ସ୍ୱାଭାବିକ ହେଉଛି ଓ ୮୧.୦୬% ଶିଶୁଙ୍କୁ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ଏହି ତଥ୍ୟ ବିଧାନସଭାରେ ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ମନ୍ତ୍ରୀ […]

ଭୁବନେଶ୍ୱର : ରାଜ୍ୟର ସରକାରୀ ଡ଼ାକ୍ତରଖାନାରେ ପ୍ରସୂତୀମାନଙ୍କର ସ୍ୱାଭାବିକ ପ୍ରସବ ହାର ଅଧିକ ଓ ମାତ୍ର ୧୮.୧୭% ପ୍ରସବ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି। ମାତ୍ର ଘରୋଇ ଡ଼ାକ୍ତରଖାନାରେ ସ୍ଥିତି ଠିକ୍‌ ଓଲଟା । ଏଠାରେ ୧୮ % ଶିଶୁଙ୍କ ପ୍ରସବ ସ୍ୱାଭାବିକ ହେଉଛି ଓ ୮୧.୦୬% ଶିଶୁଙ୍କୁ ଅସ୍ତ୍ରୋପଚାର ଦ୍ୱାରା କରାଯାଉଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନରେ ଏହି ତଥ୍ୟ ବିଧାନସଭାରେ ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ଯେ ୨୦୨୩-୨୪ ବର୍ଷରେ ସରକାରୀ ଡାକ୍ତରଖାନାରେ ୪,୫୧,୦୫୯ ଜଣ ପିଲା ଜନ୍ମ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୮୯୦ ଅର୍ଥାତ୍‌ ୧୮.୧୭% ଶିଶୁ ସିଜରିଆନ ହୋଇଥିବାବେଳେ ଅବଶିଷ୍ଟ ୮୧.୮୩% ଶିଶୁଙ୍କ ପ୍ରସବ ସ୍ୱାଭାବିକ ହୋଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଅନ୍ୟପକ୍ଷରେ ଏହି ବର୍ଷ ଘରୋଇ ଘରୋଇ ଡାକ୍ତରଖାନାରେ ୧,୪୦,୧୨୬ ଜଣ ଶିଶୁ ଜନ୍ମ ହୋଇଛନ୍ତି। ଜନ୍ମିତ ଶିଶୁଙ୍କ ମଧ୍ୟରୁ ୧,୧୩,୫୮୯ ଅର୍ଥାତ୍‍ ୮୧.୦୬ ପ୍ରତିଶତ ସିଜରିଆନ ହୋଇଥିବାବେଳେ ୨୬,୫୨୮ ଅର୍ଥାତ୍‍ ୧୮.୯୩ ପ୍ରତିଶତ ଶିଶୁଙ୍କ ପ୍ରସବ ସାଧାରଣ ଭାବରେ ହୋଇଛି । ଅନୁରୂପ ଭାବରେ ୧.୦୯.୨୦୨୨ ରୁ ୩୧.୦୮.୨୦୨୩ ମଧ୍ୟରେ ରାଜ୍ୟରେ ୬୩,୭୭୦ ଜଣ ଶିଶୁ ସିଜରିଆନ ପ୍ରଣାଳୀରେ ଜନ୍ମଗ୍ରହଣ କରିଥିବାବେଳେ ୨୦୨୩-୨୪ ବର୍ଷର ଏହି ସମୟରେ ସିଜରିଆନ ଜନ୍ମିତ ଶିଶୁଙ୍କ ସଂଖ୍ୟା ଥିଲା ୭୮,୨୧୧। ଚଳିତ ଆର୍ଥିକବର୍ଷରେ ୧.୦୯.୨୦୨୪ ରୁ ୧୮.୦୩.୨୦୨୫ ମଧ୍ୟରେ ରାଜ୍ୟରେ ୪୫,୫୪୮ ଜଣ ସିଜରିଆନ ଶିଶୁ ଜନ୍ମ ନେଇଛନ୍ତି। ଉପରୋକ୍ତ ସମସ୍ତ ଜନ୍ମିତ ସମସ୍ତ ଶିଶୁଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବ୍ୟବହାର ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର