କନଷ୍ଟେବଲ୍‌ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

The Sakala Picture
Published On

କଟକ : ଆଇଆର୍‌ବି ବାଟାଲିଅନ୍‌ କନଷ୍ଟେବଲ୍‌ ନିଯୁକ୍ତି ପ୍ରକ୍ରିୟା ଉପରେ ଆଜି ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବ ୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀ ମାନଙ୍କ ଉଦ୍ୟେଶ୍ୟରେ ପୂର୍ବରୁ ଯେଉଁ ନିର୍ଦେଶ ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ନହେବା ଅଭିଯୋଗରେ ଦାୟର ଆବେଦନର ଶୁଣାଣି କରି ଆଜି […]

କଟକ : ଆଇଆର୍‌ବି ବାଟାଲିଅନ୍‌ କନଷ୍ଟେବଲ୍‌ ନିଯୁକ୍ତି ପ୍ରକ୍ରିୟା ଉପରେ ଆଜି ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବ

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀ ମାନଙ୍କ ଉଦ୍ୟେଶ୍ୟରେ ପୂର୍ବରୁ ଯେଉଁ ନିର୍ଦେଶ ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ନହେବା ଅଭିଯୋଗରେ ଦାୟର ଆବେଦନର ଶୁଣାଣି କରି ଆଜି ଏଭଳି ନିର୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ। କୋଭିଡ କାରଣରୁ ପ୍ରାୟ ୩ ବର୍ଷ ଯାଏଁ ଆଇ ଆର ବି କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ସେହି ସମୟ ଭିତରେ କିଛି ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା। କରୋନା କାଳ ଅତିକ୍ରମ କଲାପରେ ପ୍ରାୟ ୧୮ ଶହ ଆଇ ଆର ବି କନଷ୍ଟେବଳ ସିପାହୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଲା।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ତେବେ ସେଥିରେ ବୟସାଧିକ କାରଣରୁ ବାଦ ପଡ଼ିଥିବା କିଛି ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବାଲାଗି ଅନୁମତି ଲୋଡି, ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାର କରି, ଇଣ୍ଟରଭ୍ୟୁରେ ସାମିଲ ହେବାଲାଗି ନିର୍ଦେଶ ଦେଇଥିଲେ। ଏହା ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଅଧିକ ବୟସର ପ୍ରାର୍ଥୀ ମାନେ ମେଧା ତାଲିକାରୁ ବାଦ ପାଇଥିବାରୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

13 Mar 2025 By The Sakala

କନଷ୍ଟେବଲ୍‌ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଟକ : ଆଇଆର୍‌ବି ବାଟାଲିଅନ୍‌ କନଷ୍ଟେବଲ୍‌ ନିଯୁକ୍ତି ପ୍ରକ୍ରିୟା ଉପରେ ଆଜି ରୋକ ଲଗାଇଛନ୍ତି ଓଡିଶା ହାଇକୋର୍ଟ। ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ବ

ୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀ ମାନଙ୍କ ଉଦ୍ୟେଶ୍ୟରେ ପୂର୍ବରୁ ଯେଉଁ ନିର୍ଦେଶ ଜାରି ହୋଇଥିଲା, ତାହା କାର୍ଯ୍ୟକାରୀ ନହେବା ଅଭିଯୋଗରେ ଦାୟର ଆବେଦନର ଶୁଣାଣି କରି ଆଜି ଏଭଳି ନିର୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ। କୋଭିଡ କାରଣରୁ ପ୍ରାୟ ୩ ବର୍ଷ ଯାଏଁ ଆଇ ଆର ବି କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ସେହି ସମୟ ଭିତରେ କିଛି ପ୍ରାର୍ଥୀଙ୍କର ବୟସ ଅତିକ୍ରାନ୍ତ ହୋଇଯାଇଥିଲା। କରୋନା କାଳ ଅତିକ୍ରମ କଲାପରେ ପ୍ରାୟ ୧୮ ଶହ ଆଇ ଆର ବି କନଷ୍ଟେବଳ ସିପାହୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଲା।

ତେବେ ସେଥିରେ ବୟସାଧିକ କାରଣରୁ ବାଦ ପଡ଼ିଥିବା କିଛି ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବାଲାଗି ଅନୁମତି ଲୋଡି, ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ସେମାନଙ୍କ ଆବେଦନକୁ ବିଚାର କରି, ଇଣ୍ଟରଭ୍ୟୁରେ ସାମିଲ ହେବାଲାଗି ନିର୍ଦେଶ ଦେଇଥିଲେ। ଏହା ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଅଧିକ ବୟସର ପ୍ରାର୍ଥୀ ମାନେ ମେଧା ତାଲିକାରୁ ବାଦ ପାଇଥିବାରୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର