ପଞ୍ଚଭୂତରେ ବିଲୀନ ହେଲେ ସୁପରଷ୍ଟାର ଉତ୍ତମ ମହାନ୍ତି…

The Sakala Picture
Published On

ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲା ସୁପରଷ୍ଟାର ଉତ୍ତମ ମାହାନ୍ତିଙ୍କ ପାର୍ଥିବ ଶରୀର। ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ବାବୁଶାନ ମୁଖାଗ୍ନି ଦେଇଥିଲେ। ଓଲିଉଡ୍‌ର ବରିଷ୍ଠ ଅଭିନେତା ତଥା ପ୍ରଥମ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି ଗତ କିଛିମାସ ହେଲା ଲିଭର ସିରୋସିସ୍‌ରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି […]

ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲା ସୁପରଷ୍ଟାର ଉତ୍ତମ ମାହାନ୍ତିଙ୍କ ପାର୍ଥିବ ଶରୀର। ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ବାବୁଶାନ ମୁଖାଗ୍ନି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଓଲିଉଡ୍‌ର ବରିଷ୍ଠ ଅଭିନେତା ତଥା ପ୍ରଥମ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି ଗତ କିଛିମାସ ହେଲା ଲିଭର ସିରୋସିସ୍‌ରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତକାଲି ଚିରବିଦାୟ ନେଇଛନ୍ତି ଉତ୍ତମ।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

ବାରିପଦାରେ ଜନ୍ମଗ୍ରହଣ କରିଥିବା ଉତ୍ତମ କଲେଜ ପଢ଼ିବା ସମୟରେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ଶେଷପରେ ବଡ଼ ଭାଇ ଅରୁଣ କୁମାର ମହାନ୍ତିଙ୍କ ପାଖରେ କଲିକତାରେ ରହି ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ୍ୟକ୍ରମ ଶେଷ କରିଥିଲେ। ମାତ୍ର ଅଭିନୟ ପ୍ରତି ପ୍ରଗାଢ଼ ମୋହ ତାଙ୍କୁ ସିନେମାକୁ ଟାଣି ଆଣିଥିଲା। ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ରୁ ଚଳଚ୍ଚିତ୍ର ଅଭିନୟର ଯାତ୍ରା ଆରମ୍ଭ କରିବା ପରେ ଆଉ ପଛକୁ ଚାହିଁ ନ ଥିଲେ। ଗୋଟିକ ପରେ ଗୋଟିଏ ସୁପରହିଟ୍‌ ସିନେମାରେ ଅଭିନୟ କରି ଓଲିଉଡ଼୍‌ର ମେରୁଦଣ୍ଡ ଭାବରେ ଠିଆ ହୋଇଥିଲେ। ନିଖୁଣ ଅଭିନୟ ନିମନ୍ତେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୮୭ରେ ସେ ଅଭିନେତ୍ରୀ ଅପରାଜିତାଙ୍କୁ ବିବାହ କରିଥିଲେ ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର