ତାମିଲନାଡୁରେ ଅଘଟଣ: ସ୍ୱାମୀ, ଛୁଆ ସମ୍ମୁଖରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ

The Sakala Picture
Published On

ଭୁବନେଶ୍ୱର: କାମ ଖୋଜିବାକୁ ତାମିଲନାଡ଼ୁ ଯାଇଥିବା ଜଣେ ଓଡ଼ିଆ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସ୍ୱାମୀ ଓ ତିନି ବର୍ଷର ଛୁଆ ସାମନାରେ ୩ ଜଣ ଦୁବୃର୍ତ୍ତ ସମ୍ପୃକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କାମଧନ୍ଦା ଅନ୍ବେଷଣରେ ୩ ବର୍ଷର ଛୁଆକୁ ଧରି ଏକ ଓଡ଼ିଆ ଦମ୍ପତ୍ତି ତାମିଲନାଡୁ ଯାଇଥିଲେ। ତିରିପୁର ରେଳଷ୍ଟେସନ ନିକଟସ୍ଥ ପୁଷ୍ପା ଜଙ୍କସନରେ ସେମାନେ ଟ୍ରେନ୍ ଅପେକ୍ଷାରେ ବସିଥିଲେ। ସେହି ସମୟରେ ତିନି ଜଣ ଯୁବକ ସେମାନଙ୍କୁ କାମ […]

ଭୁବନେଶ୍ୱର: କାମ ଖୋଜିବାକୁ ତାମିଲନାଡ଼ୁ ଯାଇଥିବା ଜଣେ ଓଡ଼ିଆ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସ୍ୱାମୀ ଓ ତିନି ବର୍ଷର ଛୁଆ ସାମନାରେ ୩ ଜଣ ଦୁବୃର୍ତ୍ତ ସମ୍ପୃକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କାମଧନ୍ଦା ଅନ୍ବେଷଣରେ ୩ ବର୍ଷର ଛୁଆକୁ ଧରି ଏକ ଓଡ଼ିଆ ଦମ୍ପତ୍ତି ତାମିଲନାଡୁ ଯାଇଥିଲେ। ତିରିପୁର ରେଳଷ୍ଟେସନ ନିକଟସ୍ଥ ପୁଷ୍ପା ଜଙ୍କସନରେ ସେମାନେ ଟ୍ରେନ୍ ଅପେକ୍ଷାରେ ବସିଥିଲେ। ସେହି ସମୟରେ ତିନି ଜଣ ଯୁବକ ସେମାନଙ୍କୁ କାମ ଯୋଗାଇଦେବା ପାଇଁ ଡ଼ାକି ନେଇଥିଲେ। ପ୍ରଥମେ ସେମାନେ ଏହି ଓଡ଼ିଆ ଦମ୍ପତିଙ୍କୁ ଲକ୍ଷ୍ମୀ ନଗର ଅଞ୍ଚଳରେ ଥିବା ସେମାନଙ୍କ ଭଡ଼ା ଘରକୁ ଡ଼ାକି ନେଇଥିଲେ। ରାତି ପାହିଲେ ସେମାନଙ୍କୁ ଅନ୍ୟସ୍ଥାନରେ କାମ ଦେବାକୁ ନେଇଯିବେ ବୋଲି କହିଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ଏହି ଓଡ଼ିଆ ଦମ୍ପତି ସେଠାରେ ରାତ୍ରୀଯାପନ କରିଥିଲେ।

ତେବେ ରାତି ଅଧରେ ସମ୍ପୃକ୍ତ ଯୁବକମାନେ ନିଦରେ ଶୋଇଥିବା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ୱାମୀ ଓ ଛୁଆ ଉଠିପଡ଼ିଥିଲେ। ଯୁବତୀଙ୍କ ସ୍ୱାମୀ ଏହାର ବିିରୋଧ କରିବାରୁ ଦୁବୃର୍ତ୍ତମାନେ ତାଙ୍କୁ ପ୍ରବଳ ପିଟିବା ସହ ଛୁରୀ ଭୂଷି ଦେଇଥିଲେ। ଏକ ଦଉଡ଼ିରେ ହାତଗୋଡ଼ ବାନ୍ଧି ତାଙ୍କରି ସାମନାରେ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଉଭୟ ବାପା-ମା’ଙ୍କୁ ଏପରି ଅବସ୍ଥାରେ ଦେଖି ପାଟିକରି କାନ୍ଦୁଥିବା ୩ ବର୍ଷର ଛୁଆକୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଉପକୁ ଉଠାଇ ତଳେ ଛେଚି ଦେଇଥିଲେ। ଘଟଣା ପ୍ରଘଟ କଲେ କିମ୍ୱା ପୁଲିସକୁ ଜଣାଇଲେ ପରିବାରକୁ ସଫା କରିଦେବାର ଧମକ ଦେଇ ସେହି ରାତାରାତି ଘରୁ ବିଦା କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ତୀବ୍ର: ସମୂହ ଛୁଟିରେ ଅଧ୍ୟାପକ ଓ ଅଧ୍ୟାପିକା, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମାତ୍ର ଏହି ଦମ୍ପତି ସାହସ କରି ସ୍ଥାନୀୟ ଲୋକଙ୍କଠାରୁ ଠିକଣା ସଂଗ୍ରହ କରି ତିରୁପୁର ନର୍ଥ ମହିଳା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ପୁଲିସକୁ ଅବଗତ କରିଥିଲେ। ପୁଲିସ ତତ୍ପରତା ପ୍ରକାଶ କରି ସେହି ଭଡ଼ାଘରୁ  ଆସି ପୁଲିସକୁ ସମସ୍ତ ଘଟଣା ଜଣାଇ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା,୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ପୁଲିସ ଏହାକୁ ଗ୍ରହଣ କରିବା ସହ ତୁରନ୍ତ ସେହି ରାତିରେ ହିଁ ସେହି ଭଡ଼ା ଘରୁ ମହମ୍ମଦ ନଦିମ୍(୨୪), ମହମ୍ମଦ ଡାନିସ୍(୨୫) ଏବଂ ମହମ୍ମଦ ମୁର୍ଶିଥ୍(୨୦) ନାମକ ୩ ଯୁବକଙ୍କୁ ଗିରଫ କରିଛି। ଆହତ ଓଡ଼ିଆ ଦମ୍ପତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ମାସରେ ଦିଲ୍ଲୀରେ ମଧ୍ୟ ଜଣେ ଓଡ଼ିଆ ଯୁବତୀ ବଳାତ୍କାରର ଶିକାର ହୋଇଥିଲେ। ସେ ମଧ୍ୟ କାମ ଅନ୍ୱେଷଣରେ ଦିଲ୍ଲୀ ଯାଇଥିବାବେଳେ ଏପରି ଦୁଷ୍କର୍ମର ସମ୍ମୁଖୀନ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର