ସୌନ୍ଦର୍ଯ୍ୟକରଣ ନାଁ‌‌‌ରେ ଐତିହ୍ୟ କ୍ଷୁର୍ଣ୍ଣ: ପତିତପାବନ ମୁଖଶାଳାରୁ ଦଶାବତାର ଗାଏବ…

The Sakala Picture
Published On

ପୁରୀ: ବର୍ଷେ କି ଦୁଇବର୍ଷ ନୁହେଁ; ଦୀର୍ଘ ୧୩ ବର୍ଷ ହେବ ଶ୍ରୀହୀନ ଶ୍ରୀମନ୍ଦିର ମୁଖଶାଳା। ବାଦ ବିବାଦରୁ ସିଂହଦ୍ୱାର ସମ୍ମୁଖରେ ଲାଗି ପାରୁନାହିଁ ଦଶାବତାର ମୂର୍ତ୍ତି। ଏଭଳି ସ୍ଥିତିରେ ପୁଣି ପତିତପାବନ ମୁଖଶାଳାରୁ ଗାଏବ ହୋଇଯାଇଛି ଦଶାବତାର ମୂର୍ତ୍ତି। ଶ୍ରୀମନ୍ଦିରରେ ଉନ୍ନତି ଓ ସୌନ୍ଦର୍ଯ୍ୟୀକରଣ ଆଳରେ ପ୍ରାଚୀନ ଐତିହ୍ୟକୁ କ୍ଷୁଣ୍ଣ କରାଯାଇଛି। ସିଂହଦ୍ୱାର ଗୁମୁଟରେ ବିଜେ ପତିତପାବନ ମନ୍ଦିର ରୁପା ଛାଉଣୀ କରାଯାଇଥିବା ବେଳେ ମୁଖଶାଳାରେ ଥିବା ଦଶାବତାର ମୂର୍ତ୍ତିର ଚିହ୍ନ ବର୍ଣ୍ଣ ନାହିଁ। ଏହାକୁ […]

ପୁରୀ: ବର୍ଷେ କି ଦୁଇବର୍ଷ ନୁହେଁ; ଦୀର୍ଘ ୧୩ ବର୍ଷ ହେବ ଶ୍ରୀହୀନ ଶ୍ରୀମନ୍ଦିର ମୁଖଶାଳା। ବାଦ ବିବାଦରୁ ସିଂହଦ୍ୱାର ସମ୍ମୁଖରେ ଲାଗି ପାରୁନାହିଁ ଦଶାବତାର ମୂର୍ତ୍ତି। ଏଭଳି ସ୍ଥିତିରେ ପୁଣି ପତିତପାବନ ମୁଖଶାଳାରୁ ଗାଏବ ହୋଇଯାଇଛି ଦଶାବତାର ମୂର୍ତ୍ତି। ଶ୍ରୀମନ୍ଦିରରେ ଉନ୍ନତି ଓ ସୌନ୍ଦର୍ଯ୍ୟୀକରଣ ଆଳରେ ପ୍ରାଚୀନ ଐତିହ୍ୟକୁ କ୍ଷୁଣ୍ଣ କରାଯାଇଛି। ସିଂହଦ୍ୱାର ଗୁମୁଟରେ ବିଜେ ପତିତପାବନ ମନ୍ଦିର ରୁପା ଛାଉଣୀ କରାଯାଇଥିବା ବେଳେ ମୁଖଶାଳାରେ ଥିବା ଦଶାବତାର ମୂର୍ତ୍ତିର ଚିହ୍ନ ବର୍ଣ୍ଣ ନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଓଡ଼ିଆ ଅସ୍ମିତାକୁ ଏ କେଉଁଭଳି ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପତିତପାବନଙ୍କ ସମ୍ପୂର୍ଣ୍ଣ ମନ୍ଦିର ଏବଂ ଗୁମୁଟ ପରିସର ଯମଶିଳା କାନ୍ଥପାର୍ଶ୍ବ ରୁପା ଛାଉଣି ହୋଇଛି। ଡିସେମ୍ବର ୩୧ରେ ପତିତପାବନ ମନ୍ଦିର ରୁପା ଛାଉଣି କରାଯାଇଥିଲା, ଯାହା କି ବେଶ୍‌ ସୌନ୍ଦର୍ଯ୍ୟମୟ ହୋଇଛି। ତେବେ ପତିତପାବନ ମନ୍ଦିର ମୁଖଶାଳାରେ ଥିବା ବହୁ ପୁରାତନ ଦଶାବତାର ମୂର୍ତ୍ତି ବର୍ତ୍ତମାନ ଆଉ ଦେଖାଯାଉ ନାହିଁ। ସିଂହଦ୍ୱାର ଗୁମୁଟରେ ପ୍ରବେଶ କରିବା ପରେ ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରିଥାନ୍ତି। ସେଠାରେ ଦଶାବତାର ମୂର୍ତ୍ତିର ସାନ୍ନିଧ୍ୟ ନେଇ ବାଇଶିପାହାଚ ଦେଇ ବଡ଼ଦେଉଳକୁ ପ୍ରବେଶ କରନ୍ତି। ହେଲେ ରୁପା ଛାଉଣୀ ପରେ ଏହି ଦଶାବତାର ମୂର୍ତ୍ତିଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ତେବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ଏବଂ ବୁଦ୍ଧିଜୀବୀ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଚାରିଧାମ ମଧ୍ୟରୁ ଅନ୍ୟତମ ହେଉଛି ଶ୍ରୀକ୍ଷେତ୍ର ପୁରୀ। ଏହି ଧାମରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିରର ପ୍ରାଚୀନ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟକୁ ଦେଖି ବେଶ୍‌ ଖୁସି ହୋଇଥାନ୍ତି। ଏମିତି ବି ମରାମତି ବେଳେ ଶ୍ରୀମନ୍ଦିରର ଭାସ୍କର୍ଯ୍ୟ ନଷ୍ଟ ହେଉଛି। ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ଅନେକ ସ୍ଥାନରେ ସାଦା ପଥର ଲଗାଯାଉଛି। ଏନେଇ ଏଏସ୍‌ଆଇର କୌଣସି ନିଘା ରହୁ ନଥିବା ବେଳେ ଏବେ ସୌନ୍ଦର୍ଯ୍ୟକରଣ ପାଇଁ ଦଶାବତାର ମୂର୍ତ୍ତି ହଟାଇଦେବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏପରିକି, ବହୁ ଭକ୍ତ ଏଭଳି ମାନସିକତାକୁ ନିନ୍ଦା କରିବା ସହ ପୁରୁଣା ମୂର୍ତ୍ତିକୁ ଜାଣିଶୁଣି ଗାଏବ୍‌ କରାଯିବା ନେଇ ମଧ୍ୟ ଅଭିଯୋଗ ବାଢ଼ିଛନ୍ତି। ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟ, ସଂସ୍କୃତିକୁ ନଷ୍ଟ କରାଯାଇଥିବା ଶ୍ରଦ୍ଧାଳୁ କ୍ଷୋଭ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର