ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

The Sakala Picture
Published On

ବୈଶିଙ୍ଗା/ତୋଟାପଡା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଛିପଦା ପଞ୍ଚାୟତ, ହରିପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ମୃତା ଜଣଙ୍କ ସେହି ଗ୍ରାମର ପୁଷ୍ପଲତା ମହାନ୍ତ(୨୧) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ପୁଷ୍ପଲତା ମହାନ୍ତ ହରିପୁର ଗ୍ରାମର ଭୁବନ ମହାନ୍ତଙ୍କ ପୁଅ ଲକ୍ଷ୍ମୀଧର ମହାନ୍ତଙ୍କୁ ପ୍ରେମ ବିବାହ କରିଥିଲେ। ସେଥିପାଇଁ ତାଙ୍କ ବାପ ଘର ସଙ୍ଗେ ତାଙ୍କର କିଛି ବି ସମ୍ପର୍କ ନଥିଲା। ଝିଅର ଭାଇ ରଶ୍ମିରଂଜନକୁ ଖବର ଦିଆ ଯାଇଥିଲା […]

ବୈଶିଙ୍ଗା/ତୋଟାପଡା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଛିପଦା ପଞ୍ଚାୟତ, ହରିପୁର ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି। ମୃତା ଜଣଙ୍କ ସେହି ଗ୍ରାମର ପୁଷ୍ପଲତା ମହାନ୍ତ(୨୧) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ପୁଷ୍ପଲତା ମହାନ୍ତ ହରିପୁର ଗ୍ରାମର ଭୁବନ ମହାନ୍ତଙ୍କ ପୁଅ ଲକ୍ଷ୍ମୀଧର ମହାନ୍ତଙ୍କୁ ପ୍ରେମ ବିବାହ କରିଥିଲେ। ସେଥିପାଇଁ ତାଙ୍କ ବାପ ଘର ସଙ୍ଗେ ତାଙ୍କର କିଛି ବି ସମ୍ପର୍କ ନଥିଲା। ଝିଅର ଭାଇ ରଶ୍ମିରଂଜନକୁ ଖବର ଦିଆ ଯାଇଥିଲା କି ତମ ଭଉଣୀ ଦଉଡି ଲଗେଇ ଆତ୍ମହତ୍ୟା କରିଛନ୍ତି ବୋଲି କିନ୍ତୁ ସେ ସେଠାରେ ଯାଇ ପହଂଚିଲାବେଳକୁ ତାଙ୍କୁ ତଳେ ପଲଙ୍କ ଉପରେ ଶୁଆଯାଇଥିଲା। ତେଣୁ ତାଙ୍କର ସନ୍ଦେହ ହେବା ଯୋଗୁ ଝିଅର ମା’ ଜୟନ୍ତୀ ମହାନ୍ତ ବୈଶିଙ୍ଗା ଥାନାକୁ ଯାଇ ସ୍ବାମୀ ଲକ୍ଷ୍ମୀଧର, ଶ୍ବଶୁର ଭୁବନ ଓ ଶାଶୁ କନକଲତା ମହାନ୍ତଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି। ତେବେ ବୈଶିଙ୍ଗା ପୁଲିସ , ସାଇଣ୍ଟିଫିକ ଟିମର ସହାୟତା ଓ ବେତନଟୀ ତହସିଲଦାରଙ୍କ ଉପସ୍ଥିତିରେ ତଦନ୍ତ ପୂର୍ବକ ଶବ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଏବଂ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ କେସ ନମ୍ବର ୨୧୬/୨୧ ରୁଜୁ କରି ସ୍ବାମୀ ଲକ୍ଷ୍ମୀଧର ଏବଂ ଶ୍ବଶୁର ଭୁବନ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର