ସାନଖେମୁଣ୍ଡିରେ ପୁଣି ମାଈ ହାତୀ ମୃତ, ମୃତ୍ୟୁର କାରଣ ଅଶ୍ୱଷ୍ଟ

The Sakala Picture
Published On

ସାନଖେମୁଣ୍ଡି: ରାଜ୍ୟରେ ଗଲା ପୁଣି ଏକ ହାତୀର ଜୀବନ । ସାନଖେମୁଣ୍ଡିରେ ଏକ ମାଈ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ବନ ବିଭାଗ ଅଧିନସ୍ଥ ରତନେଇ ଜଙ୍ଗଲରେ ବହୁ ବର୍ଷ ଧରି ୫ ଟିକିଆ ହାତୀ ପଲ ରହି ଆସିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହଁl ହୋଇ ଫସଲ ନଷ୍ଟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ୨୦୨୫ ଜାନୁୟାରୀ ୨ ତାରିଖରେ ଗଙ୍ଗାପୁର ପଞ୍ଚାୟତ […]

ସାନଖେମୁଣ୍ଡି: ରାଜ୍ୟରେ ଗଲା ପୁଣି ଏକ ହାତୀର ଜୀବନ । ସାନଖେମୁଣ୍ଡିରେ ଏକ ମାଈ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ବନ ବିଭାଗ ଅଧିନସ୍ଥ ରତନେଇ ଜଙ୍ଗଲରେ ବହୁ ବର୍ଷ ଧରି ୫ ଟିକିଆ ହାତୀ ପଲ ରହି ଆସିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହଁl ହୋଇ ଫସଲ ନଷ୍ଟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ୨୦୨୫ ଜାନୁୟାରୀ ୨ ତାରିଖରେ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡା ଗ୍ରାମ ନିକଟରେ ବନବିଭାଗ ଏକ ମାଈହାତୀର ମୃତଦେହ ଠାବ କରି ୩ ତାରିଖରେ ବ୍ୟବଚ୍ଛେଦ କରିଥିବା ବେଳେ ଆଜି ପୁଣି ଭୀନଗର ପାହାଡ ପାଦଦେଶରେ ଏକ ମାଈ ହାତୀର ମୃତ ଦେହ ଠାବ କରିଛି ବନ ବିଭାଗ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୂଚନା ମୁତାବକ, ଆଜିକୁ ପ୍ରାୟ ୬ ଦିନ ହେବ ଗୋଟାଏ ସ୍ଥାନରେ ହାତୀପଲ ରହି ଆସୁଥିବା ବେଳେ ଗୁରୁବାର ଅପରାହ୍ନରେ ପାହାଡ଼ ନିକଟରେ ଥିବା କିଛି ଚାଷୀ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ପାଟପୁର ବନ ଅଧିକାରୀ ପ୍ରମୋଦ କୁମାର ନାୟକ, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଂଜନ ସାହୁ, ଗଞ୍ଜାମ ଡି ଏଫ୍ ଓ ସୋନି ଖୋଖର, ଗଜପତି ଡି ଏଫ୍ ଓ ଏସ ଆନନ୍ଦ, ବିଦ୍ୟୁତ ବିଭାଗ କର୍ମଚାରୀ, ସାନଖେମୁଣ୍ଡି ପ୍ରାଣୀ ଚିକିତ୍ସାଅଧିକାରୀ ପ୍ରବୀଣ କୁମାର ସାହୁ, ଘଟଣା ସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ଏହାର ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

30 Jan 2025 By The Sakala

ସାନଖେମୁଣ୍ଡିରେ ପୁଣି ମାଈ ହାତୀ ମୃତ, ମୃତ୍ୟୁର କାରଣ ଅଶ୍ୱଷ୍ଟ

ସାନଖେମୁଣ୍ଡି: ରାଜ୍ୟରେ ଗଲା ପୁଣି ଏକ ହାତୀର ଜୀବନ । ସାନଖେମୁଣ୍ଡିରେ ଏକ ମାଈ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ବନ ବିଭାଗ ଅଧିନସ୍ଥ ରତନେଇ ଜଙ୍ଗଲରେ ବହୁ ବର୍ଷ ଧରି ୫ ଟିକିଆ ହାତୀ ପଲ ରହି ଆସିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହଁl ହୋଇ ଫସଲ ନଷ୍ଟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ୨୦୨୫ ଜାନୁୟାରୀ ୨ ତାରିଖରେ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡା ଗ୍ରାମ ନିକଟରେ ବନବିଭାଗ ଏକ ମାଈହାତୀର ମୃତଦେହ ଠାବ କରି ୩ ତାରିଖରେ ବ୍ୟବଚ୍ଛେଦ କରିଥିବା ବେଳେ ଆଜି ପୁଣି ଭୀନଗର ପାହାଡ ପାଦଦେଶରେ ଏକ ମାଈ ହାତୀର ମୃତ ଦେହ ଠାବ କରିଛି ବନ ବିଭାଗ।

ସୂଚନା ମୁତାବକ, ଆଜିକୁ ପ୍ରାୟ ୬ ଦିନ ହେବ ଗୋଟାଏ ସ୍ଥାନରେ ହାତୀପଲ ରହି ଆସୁଥିବା ବେଳେ ଗୁରୁବାର ଅପରାହ୍ନରେ ପାହାଡ଼ ନିକଟରେ ଥିବା କିଛି ଚାଷୀ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ପାଟପୁର ବନ ଅଧିକାରୀ ପ୍ରମୋଦ କୁମାର ନାୟକ, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଂଜନ ସାହୁ, ଗଞ୍ଜାମ ଡି ଏଫ୍ ଓ ସୋନି ଖୋଖର, ଗଜପତି ଡି ଏଫ୍ ଓ ଏସ ଆନନ୍ଦ, ବିଦ୍ୟୁତ ବିଭାଗ କର୍ମଚାରୀ, ସାନଖେମୁଣ୍ଡି ପ୍ରାଣୀ ଚିକିତ୍ସାଅଧିକାରୀ ପ୍ରବୀଣ କୁମାର ସାହୁ, ଘଟଣା ସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ଏହାର ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି ।

https://www.thesakala.in/latest-odisha-news/a-female-elephant-died-in-sanakhemundi/article-38338
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର