ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା, ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ: ପ୍ରଧାନମନ୍ତ୍ରୀ ମୋଦୀ

The Sakala Picture
Published On

ଭୁବନେଶ୍ବର: ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ୨ ଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡ଼ିଶା କନକ୍ଲେଭ । ଏହି କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି ଯେ, ୨୦୨୫ର ଆରମ୍ଭ ସମୟରେ ଜାନୁଆରୀରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ […]

ଭୁବନେଶ୍ବର: ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ୨ ଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡ଼ିଶା କନକ୍ଲେଭ । ଏହି କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି ଯେ, ୨୦୨୫ର ଆରମ୍ଭ ସମୟରେ ଜାନୁଆରୀରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି। ଓଡ଼ିଶାରେ ଯେଉଁ ସଂପଦ ରହିଛି, ତାର ଶିଳ୍ପାନୁଷ୍ଠାନ ଏଠାରେ ଗଢ଼ିଉଠୁ। ଓଡ଼ିଶାରେ ନିବେଶର ଅନନ୍ତ ସମ୍ଭାବନା ରହିଛି। ଏଣୁ ନିବେଶକମାନଙ୍କୁ ଅନୁରୋଧ, ସେମାନେ ଏଠି ନିବେଶ କରନ୍ତୁ ବୋଲି ମୋଦୀ କହିଥିଲେ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ଓଡ଼ିଶାରେ ଗ୍ରୀନ ହାଇଡ୍ରୋଜେନ ଏବଂ ଅକ୍ଷୟ ଶକ୍ତିର ପର୍ଯ୍ୟପ୍ତ ସମ୍ଭାବନା ଅଛି । ପାରାଦୀପ, ଗୋପାଳପୁରରେ ଡ଼ାଏରୀ ଫାର୍ମ ହେଉଛି । ଯେଉଁ ଯେଉଁ ଅଞ୍ଚଳରେ ଯେଉଁ ସମ୍ପଦ ଅଛି ସେଠାରେ ସେହି ଶିଳ୍ପ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ମୋଦୀ । ବ୍ଲୁ ଇକୋନୋମିରେ ଓଡ଼ିଶା ଦେଶର ଆଗୁଆ ରାଜ୍ୟରେ ସାମିଲ ହେବ । ଯେଉଁ କ୍ଷେତ୍ରରେ ଅଛନ୍ତି ସେହି କ୍ଷେତ୍ରର ଏମଏସଏମଇକୁ ସପୋର୍ଟ କରିବାକୁ ନିବେଶକଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଧୁନିକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି । ଏହାଦ୍ବାରା ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ, ଓଡିଶା ଉତ୍କର୍ଷ, ସଶକ୍ତ ଏବଂ ସମର୍ଥ ହେବ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭାରତକୁ ବୁଝିବାକୁ ହେଲେ ଓଡିଶାକୁ ଦେଖିବାକୁ ପଡ଼ିବ, ଓଡ଼ିଶାର ପର୍ଯ୍ୟଟନ ଏବଂ ମନ୍ଦିର କୋଷ୍ଟ ଲାଇନ ଦେଖିବାକୁ ପଡ଼ିବ ଏବଂ କୋଣାର୍କ ଚକ୍ରକୁ ଜି-୨୦ର ଚି଼ହ୍ନ ଭାବେ ବ୍ୟବହାର କରାଯାଇଥିଲା । ଭୁବନେଶ୍ବରରେ ବହୁତ ଭଲ କନଭେନସନ ହୋଇପାରିବ, ଓଡ଼ିଶାରେ କନଭେସନ ଟୁରିଜିମ ପାଇଁ ପର୍ଯ୍ୟପ୍ତ ସୁଯୋଗ ରହିଛି ବୋଲି ମୋଦୀ କହିଛନ୍ତି।

28 Jan 2025 By The Sakala

ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା, ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ: ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି ୨ ଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡ଼ିଶା କନକ୍ଲେଭ । ଏହି କନକ୍ଲେଭକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି ଯେ, ୨୦୨୫ର ଆରମ୍ଭ ସମୟରେ ଜାନୁଆରୀରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି। ଓଡ଼ିଶାରେ ଯେଉଁ ସଂପଦ ରହିଛି, ତାର ଶିଳ୍ପାନୁଷ୍ଠାନ ଏଠାରେ ଗଢ଼ିଉଠୁ। ଓଡ଼ିଶାରେ ନିବେଶର ଅନନ୍ତ ସମ୍ଭାବନା ରହିଛି। ଏଣୁ ନିବେଶକମାନଙ୍କୁ ଅନୁରୋଧ, ସେମାନେ ଏଠି ନିବେଶ କରନ୍ତୁ ବୋଲି ମୋଦୀ କହିଥିଲେ।

ଓଡ଼ିଶାରେ ଗ୍ରୀନ ହାଇଡ୍ରୋଜେନ ଏବଂ ଅକ୍ଷୟ ଶକ୍ତିର ପର୍ଯ୍ୟପ୍ତ ସମ୍ଭାବନା ଅଛି । ପାରାଦୀପ, ଗୋପାଳପୁରରେ ଡ଼ାଏରୀ ଫାର୍ମ ହେଉଛି । ଯେଉଁ ଯେଉଁ ଅଞ୍ଚଳରେ ଯେଉଁ ସମ୍ପଦ ଅଛି ସେଠାରେ ସେହି ଶିଳ୍ପ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ମୋଦୀ । ବ୍ଲୁ ଇକୋନୋମିରେ ଓଡ଼ିଶା ଦେଶର ଆଗୁଆ ରାଜ୍ୟରେ ସାମିଲ ହେବ । ଯେଉଁ କ୍ଷେତ୍ରରେ ଅଛନ୍ତି ସେହି କ୍ଷେତ୍ରର ଏମଏସଏମଇକୁ ସପୋର୍ଟ କରିବାକୁ ନିବେଶକଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଧୁନିକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି । ଏହାଦ୍ବାରା ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ, ଓଡିଶା ଉତ୍କର୍ଷ, ସଶକ୍ତ ଏବଂ ସମର୍ଥ ହେବ ।

ଭାରତକୁ ବୁଝିବାକୁ ହେଲେ ଓଡିଶାକୁ ଦେଖିବାକୁ ପଡ଼ିବ, ଓଡ଼ିଶାର ପର୍ଯ୍ୟଟନ ଏବଂ ମନ୍ଦିର କୋଷ୍ଟ ଲାଇନ ଦେଖିବାକୁ ପଡ଼ିବ ଏବଂ କୋଣାର୍କ ଚକ୍ରକୁ ଜି-୨୦ର ଚି଼ହ୍ନ ଭାବେ ବ୍ୟବହାର କରାଯାଇଥିଲା । ଭୁବନେଶ୍ବରରେ ବହୁତ ଭଲ କନଭେନସନ ହୋଇପାରିବ, ଓଡ଼ିଶାରେ କନଭେସନ ଟୁରିଜିମ ପାଇଁ ପର୍ଯ୍ୟପ୍ତ ସୁଯୋଗ ରହିଛି ବୋଲି ମୋଦୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର